ଶୋଇବା ପୂର୍ବରୁ ଖାଆନ୍ତୁ ପୋଡ଼ା ରସୁଣ, ଦୂର ହେବ ଏହିସବୁ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଶୋଇବା ପୂର୍ବରୁ ଖାଆନ୍ତୁ ପୋଡ଼ା ରସୁଣ, ଦୂର ହେବ ଏହିସବୁ ସମସ୍ୟା

୧

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରସୁଣ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ବୋଲି ସମସ୍ତେ ଜାଣନ୍ତି। ରସୁଣ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ମିଳିଥାଏ। ଏହି କାରଣରୁ ନିଜ ଖାଦ୍ୟରେ ପ୍ରତିଦିନ ରସୁଣକୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଥାଏ।

ଆଜି ଆସନ୍ତୁ ଜାଣିବା, ଶୋଇବା ପୂର୍ବରୁ ପୋଡ଼ା ରସୁଣ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ।

୧- ପୋଡ଼ା ରସୁଣ ଖାଇବା ଦ୍ୱାରା ହୃଦ୍‌ଯନ୍ତ୍ର ସୁସ୍ଥ ରହିଥାଏ। ଏଥିରେ ଏମିତି କିଛି ତତ୍ତ୍ୱ ରହିଛି, ଯାହା ଶରୀରରେ ଗୁଡ୍‌ କୋଲେଷ୍ଟ୍ରଲ୍‌ର ସ୍ତର ବୃଦ୍ଧି କରିଥାଏ। ଏଥିସହ ବ୍ୟାଡ୍‌ କୋଲେଷ୍ଟ୍ରଲ୍ ମଧ୍ୟ ସହଜରେ ନଷ୍ଟ ହୋଇଥାଏ।

୨- ରସୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ସହ କ୍ୟାନସର୍‌ ପରି ଭୟାନକ ରୋଗ ସହ ଲଢ଼ିବାରେ ମଧ୍ୟ ଏହା ସହାୟକ ହୋଇଥାଏ।

୩- ପୋଡ଼ା ରସୁଣ ଖାଇବା ଦ୍ୱାରା ଶରୀରର ହାଡ଼ ଶକ୍ତ ହୋଇଥାଏ। ଏଥିସହ ଏହା ‘ଆଣ୍ଟି ଏଜିଂ’ର କାମ କରିଥାଏ।

୪- ରାତିରେ ଶୋଇବା ପୂର୍ବରୁ  ପୋଡ଼ା ହୋଇଥିବା ରସୁଣ ଖାଇବା ଦ୍ୱାରା ଏହା ପରିସ୍ରା ଜରିଆରେ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ତତ୍ତ୍ୱସବୁ ବାହାର କରି ଦେଇଥାଏ।

୫- ଉଚ୍ଚ ରକ୍ତଚାପ ରୋଗୀ ପ୍ରତିଦିନ ୨ଟି ପୋଡ଼ା ରସୁଣ କୋଲ ଖାଇବା ଜରୁରୀ।

୬- ଓଜନ କମ୍ କରିବାକୁ ଚାହୁଁଥିଲେ, ଶୋଇବା ପୂର୍ବରୁ ପୋଡ଼ା ରସୁଣ ଖାଆନ୍ତୁ। ଏହା ଆପଣଙ୍କ ଶରୀରରେ ମେଟାବଲିଜିମ୍‌କୁ ତ୍ୱରାନ୍ୱିତ କରିଥାଏ।

୭- ଗର୍ଭବତୀ ମହିଳା ପ୍ରତିଦିନ ପୋଡ଼ା ରସୁଣ ଖାଇବା ଆବଶ୍ୟକ। ଏହା ଉଭୟ ମା’ ଓ ଗର୍ଭସ୍ଥ ଶିଶୁଙ୍କୁ ସୁସ୍ଥ ରଖିଥାଏ।

https://ift.tt/2wWheG3

 



from Odisha Reporter https://ift.tt/2PJtfoT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages