ଜାଲ୍‌ ସାଗରମାଳା ୱେବସାଇଟ୍ ପ୍ରତି ସତର୍କ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଜାଲ୍‌ ସାଗରମାଳା ୱେବସାଇଟ୍ ପ୍ରତି ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ସାଗରମାଳା କାର୍ଯ୍ୟକ୍ରମର ବିଭିନ୍ନ ଅଂଶୀଦାର ଓ ନିଯୁକ୍ତି ଆଶାୟୀମାନଙ୍କୁ ଏବେ ଏକ ଜାଲ୍ ୱେବସାଇଟ୍‌ http://sagarmala.org.in/ରୁ ମେଲ୍ ପଠା ଯାଉଥିବା ଅଭିଯୋଗ ହୋଇଛି। ଏହା ଅବିକଳ ସାଗରମାଳାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଭଳି। କିନ୍ତୁ ଧ୍ୟାନ୍‌ର ସହ ଅନୁଧ୍ୟାନ କଲେ, କେଉଁଟି ଜାଲ୍‌ ଓ କେଉଁଠି ଅସଲ ତାହା ଜଣାପଡ଼ିବ।

ଜାଲ୍‌ ୱେବ୍‌ସାଇଟ୍‌ ଘଟଣା ଜାହାଜ ଚଳାଚଳ ମନ୍ତ୍ରଣାଳୟର ନଜରକୁ ଆସିବା ପରେ ଏହାକୁ ଗୁରୁତ୍ବର ସହ ନିଆଯାଇଛି। ଏଥିସହ ଏଭଳି ଜାଲ୍‌ ୱେବ୍‌ସାଇଟ୍‌ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସାଗରମାଳା ୱେବସାଇଟ ଭଳି ଦେଖାଯାଉଥିବା ଏହି ୱେବସାଇଟରେ ଇଞ୍ଜିନିୟରିଂ ଟ୍ରେନିଂ ଓ ଡିପ୍ଲୋମା ଟ୍ରେନିଂ ନିଯୁକ୍ତିର ମିଥ୍ୟା ବିଜ୍ଞାପନ ସ୍ଥାନ ପାଇଛି ।

ତେଣୁ ଏଭଳି ଜାଲ ୱେବସାଇଟ ଓ ଦିଗଭ୍ରଷ୍ଟ କରାଉଥିବା ମିଥ୍ୟା ବିଜ୍ଞାପନ ବାବଦରେ ସମସ୍ତଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ସଚେତନ ରହିବାକୁ କୁହାଯାଇଛି।

ଏଥିରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ସାଗରମାଳା ସହ ଜଡ଼ିତ ଥିବା ସମସ୍ତ ପକ୍ଷଙ୍କୁ ସଚେତ କରାଯାଉଛି ଯେ ସାଗରମାଳାର ପ୍ରକୃତ ୱେବସାଇଟ ହେଲା: http://www.sagarmala.gov.in/

ଉଲ୍ଲେଖଯୋଗ୍ୟ, ଏଭଳି ଜାଲ ୱେବ୍‌ସାଇଟ ନିର୍ମାଣ ଓ ମିଥ୍ୟା ବିଜ୍ଞାପନ ପ୍ରକାଶ କରିବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ୍‌ ଓ ଆଇପିସି ଅନୁଯାୟୀ ଦଣ୍ଡନୀୟ ଅପରାଧ।



from Odisha Reporter https://ift.tt/2oMqsQB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages