ପୋଲ୍‌ ଖୋଲିଲା ବର୍ଷା: ହକି ବିଶ୍ୱକପ୍‌ ପୂର୍ବରୁ ଦବିଲା ରାସ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ପୋଲ୍‌ ଖୋଲିଲା ବର୍ଷା: ହକି ବିଶ୍ୱକପ୍‌ ପୂର୍ବରୁ ଦବିଲା ରାସ୍ତା

rains-expose-poor-quality-road-work-in-twin-city
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆୟୋଜିତ ହେବ ହକି ବିଶ୍ୱକପ୍‌। ଏଥିପାଇଁ ନୂଆ ରୂପରେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ରାସ୍ତା ପ୍ରଶସ୍ତ କରାଯାଉଛି। ରାସ୍ତା ପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ଲାଗିପଡ଼ିଛି ପ୍ରଶାସନ। 
 
ହେଲେ ଅସରାଏ ବର୍ଷା ପ୍ରଶାସନର ସବୁ ପୋଲ୍‌ ଖୋଲିଦେଇଛି। ଗତକାଲି ନିକୋପାର୍କ ଛକରୁ କଳିଙ୍ଗ ଷ୍ଟାଡିୟମ ମଝିରେ ରାସ୍ତା ଧସିଯାଇଛି। ଫଳରେ ସରକାରଙ୍କ କାମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
 
ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ଭୁବନେଶ୍ୱର ନିକୋପାର୍କ ଛକରୁ କଳିଙ୍ଗ ଷ୍ଟାଡିୟମ ମଝିରେ ରାସ୍ତା ଦବି ଯାଇଥିଲା। ଏଠାରେ ପ୍ରାୟ ୫ ଫୁଟ ଗଭୀର ଗାତ ସୃଷ୍ଟି ହୋଇଥିଲା ।   ଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା ଓ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସଙ୍ଗେ ସଙ୍ଗେ ପିଡବ୍ଲ୍ୟୁଡି  ଓ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାର ମରାମତି କାମ ଆରମ୍ଭ କରିଥିଲେ।
 
ସେପଟେ ରାସ୍ତା ତିଆରି ବେଳେ ଉଭୟ ପାର୍ଶ୍ୱରେ ଡ୍ରେନେଜ୍‌ ନକରିବା ଓ ନିମ୍ନମାନର କାମ ଯୋଗୁ ଏଭଳି ଗର୍ତ୍ତ ସୃଷ୍ଟି ହୋଇଥିବା ପୂର୍ବତନ ମୁଖ୍ୟଯନ୍ତ୍ରୀ ଲଳିତ ପଟ୍ଟନାୟକ କହିଛନ୍ତି।
 
ସେହିପରି ଶନିବାର ସମାନ ଅବସ୍ଥା ଦେଖିବାକୁ ମିଳିଛି କଟକ ସିଡିଏ ସେକ୍ଟର -୯ ଅଞ୍ଚଳରେ। ତମ୍ପେ ନିକଟରେ  ରାସ୍ତା ମଝିରେ ପ୍ରାୟ ୬ଫୁଟ୍ ତଳକୁ ରାସ୍ତା ଦବିଯାଇଥିଲା। ଖାଲଖମା ଯୋଗୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିଲେ। ରାସ୍ତାକାମ ସମୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।


from Odisha Reporter https://ift.tt/2MVULCJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages