ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ନହେଲେ ଆମରଣ ଅନଶନ ଧମକ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ନହେଲେ ଆମରଣ ଅନଶନ ଧମକ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୩ ମାସ ଭିତରେ ତଦନ୍ତ କରି କମିଶନ୍ ରିପୋର୍ଟ ଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ କମିଶନଙ୍କ କାର୍ଯ୍ୟକାଳ ପୂରିବା ପରେ ପୁଣି ଥରେ ବୃଦ୍ଧି କରାଯାଇଛି। 
 
ଏହାକୁ ନେଇ ଆପତ୍ତି ଉଠାଇଛି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ। ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲି ଏଥିରେ ଥିବା ମୂଲ୍ୟବାନ ଅଳଙ୍କାର ଯାଞ୍ଚ କରି ରିପୋର୍ଟକୁ ସାର୍ବଜାନୀନ ନକଲେ, ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ଆଗରେ ଧାରଣା ଦିଆଯିବ ବୋଲି ପରିଷଦର
 
ଆବାହକ ଅନିଲ ବିଶ୍ୱାଳ ଚେତାବନୀ ଦେଇ କହିଛନ୍ତି,“ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣା ଦେଲା ପରେ ଯଦି ସରକାରଙ୍କ ଚେତା ନପଶେ, ତାହାହେଲେ ଆମରଣ ଅନଶନ କରାଯିବ। ରତ୍ନଭଣ୍ଡାର ଯାଞ୍ଚ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ପ୍ରଥମରୁ ସନ୍ଦେହ ଜାତ ହୋଇଥିଲା। ଯାହା ଆଜି ସତରେ ପରିଣତ ହୋଇଛି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।”
 
ସେ ଆହୁରି କହିଛନ୍ତି, “ରତ୍ନଭଣ୍ଡାର ଚାବି ଖୋଜିବା ପାଇଁ ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଥିଲେ ରାଜ୍ୟ ସରକାର। ହେଲେ ଏହି ବିଚାର ବିଭାଗୀୟ କମିଶନ କେବଳ ଚାବି ହଜିବା ଉପରେ ତଦନ୍ତ କରୁଥିବା ବେଳେ ରତ୍ନଭଣ୍ଡାର କେବେ ଖୋଲାଯିବ, ରାଜ୍ୟ ସରକାର ତାହା ଉପରେ କିଛି ସ୍ପଷ୍ଟ କରୁନାହାନ୍ତି। ଏପରିକି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦର କର୍ମକର୍ତ୍ତାମାନେ ରତ୍ନଭଣ୍ଡାର ଖୋଲିବା ଓ ଏହାର ଯାଞ୍ଚ ଦାବି ନେଇ ସିଂହଦ୍ୱାରରୁ ନବୀନ ନିବାସ ଯାଏ ପଦଯାତ୍ରାରେ ଯାଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ କରାଇ ଦିଆଗଲା ନାହିଁ। ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ କରିବାକୁ କୁହାଯାଇଥିଲା। ହେଲେ ରତ୍ନଭଣ୍ଡାର ଯାଞ୍ଚ ହେବ କି ନାହିଁ ଆଇନ୍‌ ମନ୍ତ୍ରୀ କିଛି ସ୍ପଷ୍ଟ ଭାବେ କହିପାରିଲେନି।”


from Odisha Reporter https://ift.tt/2wStSF9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages