ଏସସିବି ମେଡିକାଲରେ ଏମବିବିଏସ୍ ସିଟ୍ ୧୫୦ରୁ ୨୫୦କୁ ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଏସସିବି ମେଡିକାଲରେ ଏମବିବିଏସ୍ ସିଟ୍ ୧୫୦ରୁ ୨୫୦କୁ ବଢ଼ିବ

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଏମବିବିଏସ୍ ସିଟ୍ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି ନିମନ୍ତେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି। ସର୍ବାଧିକ ୫ବର୍ଷ ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ସିଟକୁ ମଞ୍ଜୁରୀ ମିଳିବ।

ଏସସିବି ମେଡିକାଲ କଲେଜର ଏହି ବର୍ଦ୍ଧିତ ସିଟ୍ ସଂଖ୍ୟା ପାଇଁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିବାକୁ ମେଡିକାଲ କାଉନସିଲ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରାଯାଇଛି।

ଚଳିତବର୍ଷ ମେ’ ୨୯ ତାରିଖ ଓ ଜୁଲାଇ ୬-୭ ତାରିଖରେ ମେଡିକାଲ କାଉନସିଲର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟମାନେ କଟକ ଏସସିବି ମେଡିକାଲ କଲେଜ ପରିଦର୍ଶନରେ ଯାଇ ଏହାର ଭିତ୍ତିଭୂମି ଯାଞ୍ଚ କରିଥିଲେ। କମିଟିର ରିପୋର୍ଟକୁ ଅଗଷ୍ଟ ୩୧ ତାରିଖରେ ଓଭରସାଇଟ୍ କମିଟି ଅନୁମୋଦନ କରିଥିଲା।



from Odisha Reporter https://ift.tt/2Mz0d9Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages