ଝିଅଙ୍କ ମନ କିଣିବାର ସହଜ ଉପାୟ, ଆପଣାନ୍ତୁ ଏ ସବୁ ଟିପ୍ସ ଆଉ ସିଙ୍ଗିଲ୍‌ରୁ ହୋଇଯାଆନ୍ତୁ ମିଙ୍ଗିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଝିଅଙ୍କ ମନ କିଣିବାର ସହଜ ଉପାୟ, ଆପଣାନ୍ତୁ ଏ ସବୁ ଟିପ୍ସ ଆଉ ସିଙ୍ଗିଲ୍‌ରୁ ହୋଇଯାଆନ୍ତୁ ମିଙ୍ଗିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘‘ମେରା ସାମ୍‌ନେ ୱାଲି ଖିଡକୀ ମେଁ, ଇକ ଚାନ୍ଦ କା ଟୁକଡା ରହତା ହୈ… ଅବଶୋଷ୍‌ ଏ ହୈ, କି ୱହ୍‌ ହମ୍‌ସେ କୁଛ, ଉଖ୍‌ଡା, ଉଖ୍‌ଡା ରହତି ହୈ…।”

କିଶୋଦ ଦା’ଙ୍କ ଏହି ଚର୍ଚ୍ଚିତ ଗୀତ ଆପଣ ବି ଗୁଣୁଗୁଣେଇ ଥିବେ। ଘର ପାଖେ ରହୁଥିବା ସେଇ ଝିଅଟି ହେଉ ଅଥବା ସ୍କୁଟି ନେଇ ଘର ସାମ୍ନାରେ ଚାଲିଯାଉଥିବା, କମ୍‌ କଥା କହୁଥିବା ସେ କଲେଜ ସାଙ୍ଗ । ସେମାନଙ୍କୁ ନିଜର କରି ନ ପାରିବାର ଅବଶୋଷରେ ଆପଣ ବି ଚୁଃ.. ବୋଲି କହିଥିବେ।

ଖରାପ ଭାବିଲେ କି ? କିଛି ଭାବନ୍ତୁନି ଆଜ୍ଞା । ଜୀବନରେ ଏମିତି ସବୁ ବେଳେ ବେଳେ ଘଟେ। ହେଲେ ଜାଣିଛନ୍ତି, କ’ଣ କରିଥିଲେ ସେଇ ସମ୍ନା ଘର ଝିଅ ପଟିଥାନ୍ତା। କେମିତି ଇମ୍ପ୍ରେସ୍‌ ହୋଇଥାନ୍ତା ଆପଣଙ୍କର ସେଇ ମନୋଇ କ୍ଲାସ୍‌ମେଟ୍‌ ?

ତା ହେଲେ ପଢନ୍ତୁ ଆମର କିଛି ଟିପ୍ସ । ଯଦି କାହାକୁ ଭଲ ପାଉଛନ୍ତି ତା ହେଲେ ମନେ ମନେ ନ ମରି ଏଇ ଟିପ୍ସ ଆପଣାନ୍ତୁ ଦେଖିବେ ସେ ଚୁଟ୍‌କିରେ ପଟିଯିବ।

ସତ କଥା ହେଲା, ଝିଅଙ୍କ ମନ କିଣିବା ଏତେ ସହଜ ନୁହେଁ। ଯଦି ଏହି କାମ ଭାବିଚିନ୍ତି ନ କରନ୍ତି ତା ହେଲେ ଆପଣ ପସ୍ତେଇବେ।

ଝିଅମାନଙ୍କ ମନ ଜିତିବାକୁ ଭଲ ପରିବେଶ ସୃଷ୍ଟି କରନ୍ତୁ। ପ୍ରେମ କରିବା ଆଗରୁ ତାର ଜଣେ ବିଶ୍ୱସ୍ଥ ଏବଂ ଭଲ ବନ୍ଧୁ ହେବାକୁ ଚେଷ୍ଟା କରନ୍ତୁ।  ଝିଅମାନେ ଭାରି ଗପୁଡି। ସେଥିପାଇଁ ତାଙ୍କ ସହ ଗପିବାକୁ ସମୟ ଦିଅନ୍ତୁ ।  ମିଳାମିଶା କରୁଥିବା ବେଳେ ନିଜ ବଡି ଲାଙ୍ଗୁଏଜ୍‌ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଯେପରି ସେ ଆପଣଙ୍କୁ ପସନ୍ଦ କରିବାକୁ ଲାଗିବ।

ହସିହସି କଥା ଆରମ୍ଭ କରନ୍ତୁ:
କଥାରେ କହନ୍ତି ନା, ‘ହସି ତୋ ଫସି’ । ମନ ଜିତିବାକୁ ହେଲେ ହସିହସି କଥା କୁହନ୍ତୁ। ଏପରି କିଛି କୁହନ୍ତୁ, ଯେପରି ଝିଅ ଆପଣଙ୍କ ପ୍ରତି ଇମ୍ପ୍ରେସ୍‌ ନ ହୋଇ ରହିପାରିବ ନାହିଁ। ଇମ୍ପ୍ରେସ୍‌ କରିବା ପାଇଁ ଆପଣଙ୍କୁ ଝିଅ ସହିତ ହସି କଥା ଆରମ୍ଭ କରିବାକୁ ପଡିବ। ଯେତେବେଳେ ବି କଥା ହେଉଛନ୍ତି, ପଜିଟିଭ୍‌ ରୁହନ୍ତୁ।


ଥଟ୍ଟାମଜା କରନ୍ତୁ:
ସବୁ ସମୟରେ ଗମ୍ଭୀର ଭାବରେ କଥା ନ କହି ଅଧିକାଂଶ ସମୟରେ ଥଟ୍ଟାମଜା କରନ୍ତୁ। କିନ୍ତୁ ଅଯଥା କଥା କହି କାର୍ଟୁନ ହୁଅନ୍ତୁ ନାହିଁ। ଝିଅଙ୍କ ସହିତ କଥା ହେବା ପୂର୍ବରୁ ପରିସ୍ଥିତି କଣ ଅଛି ଜାଣନ୍ତୁ ଏବଂ ପରେ ତାଙ୍କର ମୁଡ୍‌ ଦେଖି କଥା ହୁଅନ୍ତୁ। ଯଦି ଝିଅ ଉଦାସ ଅଛି, ତେବେ ତାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ହସାଇବାକୁ ଚେଷ୍ଟା କରନ୍ତୁ।

ବଡ଼ି ଲାଙ୍ଗୁଏଜ୍‌କୁ ପରଖନ୍ତୁ:

ଝିଅମାନଙ୍କୁ ଲାଜ କରୁଥିବା ପୁଅଙ୍କୁ ପସନ୍ଦ କରନ୍ତିନି। ଯଦି  ଆପଣ ଝିଅ ସହିତ କଥା ହେବା ପରେ ଲାଜ କରିବେ, ତେବେ ଝିଅ ମଧ୍ୟ ଆପଣଙ୍କ ସହିତ କଥା ହେବ ନାହିଁ। ଏଣୁ ଝିଅଙ୍କ ମନ ଜିତିବା ପାଇଁ ଏହା ଜରୁରୀ ଯେ, ସେମାନଙ୍କ ହାବଭାବକୁ ଲକ୍ଷ୍ୟ କରନ୍ତୁ। ଝିଅ ଆପଣଙ୍କୁ କେଉଁ ରୂପରେ ଗ୍ରହଣ କରୁଛି। ଝିଅ ଆପଣଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ତାଙ୍କର ହାବଭାବକୁ ଜାଣିବାକୁ ଚେଷ୍ଟା କରନ୍ତୁ। ସେ ଆପଣଙ୍କୁ ନେଇ ଖୁସି ଅଛନ୍ତି ନା ଆପଣଙ୍କୁ ଦେଖିଲେ ବିରକ୍ତ ହେଉଛନ୍ତି ସେ କଥା ଲକ୍ଷ କରନ୍ତୁ। କୌଣସି ମାମଲାରେ ତରତର ହେବାକୁ ଚେଷ୍ଟା କରନ୍ତୁ ନାହିଁ।


ଇଚ୍ଛା ନ ଥିଲେ ବି କଥା ଶୁଣନ୍ତୁ:
ସାଧାରଣତଃ ଝିଅମାନଙ୍କୁ ବହୁତ କଥା କହିବାର ଅଭ୍ୟାସ ଥାଏ। ଏହି ସମୟରେ ସେମାନେ ଚାହିଁଥାନ୍ତି ଯେ, ତାଙ୍କ କଥା ଶୁଣିବା ପାଇଁ ଜଣେ କେହି ରହିବା ଦରକାର। ଯେତେବେଳେ ବି ଆପଣ କୌଣସି ଝିଅ ସହିତ କଥାବାର୍ତ୍ତା କରୁଛନ୍ତି, ଏହା ଜରୁରୀ ଯେ,ଆପଣ କମ୍‌ କଥା କୁହନ୍ତୁ ଏବଂ ଝିଅକୁ ଅଧିକ କଥା କହିବାକୁ ସୁଯୋଗ ଦିଅନ୍ତୁ। ଝିଅର କଥା ଆପଣଙ୍କୁ ଶୁଣିବାକୁ ପସନ୍ଦ ନ ଆସିଲେ ମଧ୍ୟ ଧୌର୍ଯ୍ୟର ସହିତ ଶୁଣନ୍ତୁ।

ପ୍ରଶଂସା କରନ୍ତୁ: ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ। ଝିଅଙ୍କ ପୋଷାକ ପିନ୍ଧିବାର ଶୈଳୀ ଏବଂ ହସ ଇତ୍ୟାଦିକୁ ଆପଣ ଯେତେ ପ୍ରଶଂସା କରିବେ ପ୍ରେମ କରିବାକୁ ଆପଣଙ୍କ ଲାଗି ସେତେ ସେତେ ବାଟ ଫିଟିବ।  

ଇଶାରାରେ କଥା ହୁଅନ୍ତୁ: ଚେଷ୍ଟା କରନ୍ତୁ କମ୍‌ କଥାବାର୍ତ୍ତା କରିବା ପାଇଁ । ଆଖିରେ ଆଖିରେ ଅଧିକ କଥା କୁହନ୍ତୁ। କଥାରେ ଅଛି ନା “ଇଶାରୋଁ ଇଶାରୋଁ ମେଁ ପ୍ୟାର” । ଏହାର ଅର୍ଥ ନିଜର ମନର କଥା ଯଦି ଆଖି ମାଧ୍ୟମରେ ଜଣାଇବାକୁ ଚେଷ୍ଚା କରିବେ, ତେବେ ଝିଅକୁ ଭଲ ଲାଗିବ। ଆପଣ ଏପରି କଥାବାର୍ତ୍ତା କରନ୍ତୁ ଯେପରି ଝିଅ ଆପଣଙ୍କ କଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରିବ। ଏହାପରେ ଦେଖିବେ, ଝିଅ ଆପଣଙ୍କ ପ୍ରତି ଧିରେ ଧିରେ ଇମ୍ପ୍ରେସ୍‌ ହେବ। ଆପଣଙ୍କ ସକାରାତ୍ମକ ଚିନ୍ତାଧାରା ସହିତ ସେନ୍ସ ଅଫ୍‌ ହ୍ୟୁମର୍‌ ମଧ୍ୟ ରହିଥିବା ଦରକାର। ଯାହା ଝିଅମାନଙ୍କୁ ଭଲ ଲାଗିଥାଏ। ଗମ୍ଭୀର ପରିସ୍ଥିତିକୁ ଆପଣ ଠିକ୍‌ କରିବାର କଳା ଆପଣଙ୍କ ପାଖରେ ଥିଲେ, ଆପଣ ଝିଅଙ୍କ ମନରେ ନିଜର ସ୍ଥାନ ସୃଷ୍ଟି କରିପାରିବେ।

ଯଦି ଆପଣ ଝିଅକୁ ଡେଟିଂ ପାଇଁ ନେବାକୁ ଚାହୁଁଛନ୍ତି, ତେବେ ସଙ୍କୋଚ ନ କରି ନିଜର ମନର କଥା ଝିଅକୁ କୁହନ୍ତୁ। ଆଉ ଦେଖିବେ ଚୁଟ୍‌କିରେ ମାମଲା ପୁରା ଫିଟ୍‌ ହୋଇଯିବ।

 



from Odisha Reporter https://ift.tt/2D1czaY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages