
ଉଦୟପୁର: ରାଜସ୍ଥାନର ଧୁଡାନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪ ବର୍ଷୀୟ ଶିଶୁ କନ୍ୟାକୁ ୧୨ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁ କନ୍ୟାଟି ଏକାକୀ ଖେଳୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାକୁ ଦେଖିଥିଲା।
ଏହାପରେ ସେ ତାକୁ ନିଜ ସହ ଘରକୁ ଉଠାଇ ଆଣିବା ସହ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ସମୟରେ ଶିଶୁ କନ୍ୟାଟିର ଯୌନାଙ୍ଗରୁ ରକ୍ତ ବାହାରିବାରୁ ସେ ଚିତ୍କାର କରିଥିଲା। ଏହା ଦେଖି ଅଭିଯୁକ୍ତ ବାଳକ ସେଠାରୁ ଭୟରେ ଫେରାର ହୋଇଯାଇଥିଲା। ପୀଡ଼ିତାଙ୍କ ବାପା ମା’ ଦିନ ମଜୁରିଆ।
ସେମାନେ ଉଦୟପୁରକୁ ଏକ ନିର୍ମାଣ ପ୍ରୋଜେକ୍ଟରେ କାମ କରିବାକୁ ଆସିଥିଲେ। ଶିଶୁ କନ୍ୟାଟି ବାହାରେ ଖେଳୁଥିବା ବେଳେ ସେହି ବସ୍ତିରେ ଥିବା ଅନ୍ୟ ମହିଳାମାନେ ଘଟଣା ସମ୍ପର୍କରେ କୌଣସି ସୁରାକ ପାଇ ନଥିଲେ ବୋଲି ଯଧୋଲ ଏସ୍ଏଚ୍ଓ ଚନ୍ଦ୍ର ଶେଖର କହିଛନ୍ତି।
ଘଟଣାଟି ୩.୩୦ରେ ଘଟିଥିଲେ ହେଁ ପୀଡ଼ିତାଙ୍କ ବାପା ମା’ ୫.୩୦ରେ କାମରୁ ଫେରିବା ପରେ ଝିଅଟିକୁ ରକ୍ତାକ୍ତ ଅବସ୍ଥାରେ ଠାବ କରିଥିଲେ। ପୁଲିସ୍ ଘଟଣା ସମ୍ପର୍କରେ ଖବର ପାଇ ଅଭିଯୁକ୍ତକୁ ଶିଶୁ କଲ୍ୟାଣ ସମିତିରେ ହାଜର କରିଥିଲା। ଏହାପରେ ଅଭିଯୁକ୍ତ ବାଳକର ପରିବାର ଲୋକ ତାକୁ ଘରକୁ ନେଇଛନ୍ତି।
from Odisha Reporter https://ift.tt/2PzQ9zf
No comments:
Post a Comment