ଜେଲ୍‌ରେ ଜନ୍ମଦିନ ପାଳିଲେ ଗ୍ୟାଙ୍ଗଷ୍ଟର୍‌, ଫଟୋ ଓ ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଜେଲ୍‌ରେ ଜନ୍ମଦିନ ପାଳିଲେ ଗ୍ୟାଙ୍ଗଷ୍ଟର୍‌, ଫଟୋ ଓ ଭିଡିଓ ଭାଇରାଲ୍

ଯୋଧପୁର(ଓଡ଼ିଶା ରିପୋର୍ଟର୍‌): ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ରାକେଶ ମାଞ୍ଜୁ ନାମକ ଜଣେ ଗ୍ୟାଙ୍ଗଷ୍ଟର୍‌ ନିଜର ଜନ୍ମଦିନ ପାଳନ କରିଛନ୍ତି। ତାଙ୍କର ଏହି ଜନ୍ମଦିନ ଉତ୍ସବରେ ଅନ୍ୟ କଏଦୀମାନେ ମଧ୍ୟ ସାମିଲ୍‌ ହୋଇଥିଲେ। ଏହାର ଫଟୋ ଓ ଭିଡିଓ ଭାଇରାଲ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି।

ଗତ ଶନିବାର ଜେଲ୍‌ ପରିସରରେ ଏହି ଜନ୍ମଦିନ ଉତ୍ସବର ଆୟୋଜନ କରାଯାଇଥିଲା। ରାକେଶଙ୍କ ସହ ଏଥିରେ ସାମିଲ୍‌ ହୋଇଥିଲେ ରାଜସ୍ଥାନର ଚର୍ଚ୍ଚିତ ଭଭଁରୀ ଦେବୀ ହତ୍ୟାକାଣ୍ଡର ଅଭିଯୁକ୍ତ ଦିନେଶ ବିଷ୍ଣୋଇ, ପରଶ୍‌ରାମ୍‌ ଓ କୈଳାସ ଜାଖଡ଼। ସେମାନେ ସମସ୍ତେ ଜେଲ୍ ଭିତରେ ରାକେଶଙ୍କ ଜନ୍ମଦିନ ଉତ୍ସବ ପାଳନ କରୁଥିବାର ଫଟୋ ଓ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ଜେଲ୍ କର୍ତ୍ତୃପକ୍ଷ ଏହାର ଛାନ୍‌ଭିନ୍ ଆରମ୍ଭ କରିଛନ୍ତି।

କଡ଼ା ସୁରକ୍ଷାବଳୟ ଭେଦି ଏଭଳି ପାର୍ଟି ଆୟୋଜନ ହୋଇଥିବା ଜଣାପଡିବା ପରେ, ଜେଲ୍‌ ଭିତରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର୍‌ ରାକେଶ ନିଜ ଜନ୍ମଦିନ ପାଳନ କରିବାକୁ କେକ୍ ଓ ମିଠା ଆଣିବା ପାଇଁ ଅନୁମତି ଦେବାକୁ ଜେଲ୍ ପ୍ରଶାସନକୁ ଅନୁରୋଧ କରିଥିଲେ। ସେଣ୍ଟ୍ରାଲ୍ ଜେଲ୍ ପ୍ରଶାସନ ଗ୍ୟାଙ୍ଗଷ୍ଟର୍‌ ରାକେଶର ଏହି ଅନୁରୋଧ ରକ୍ଷା କରି ମିଠା ଓ କେକ୍ ଆଣିବା ପାଇଁ ଅନୁମତି ଦେଇଥିଲେ।

ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ କୈଳାସ ତ୍ରିବେଦୀ କହିଛନ୍ତି,“ସେଣ୍ଟ୍ରାଲ୍ ଜେଲ୍‌ର କଏଦୀମାନଙ୍କୁ ଖାଦ୍ୟପ୍ରେୟ ମାମଲାରେ କୌଣସି କଟକଣା ଜାରି କରାଯାଇ ନାହିଁ। ତେବେ ଜେଲ୍‌ ଭିତରକୁ ମୋବାଇଲ୍‌ ଫୋନ୍‌ କିପରି ଆସିଲା ଏବଂ ଜନ୍ମଦିନ ଉତ୍ସବର ଫଟୋ ଓ ଭିଡିଓ କିପରି ଭାଇରାଲ ହେଲା, ସେ ନେଇ ତଦନ୍ତ କରାଯାଉଛି। ଏହି ମାମଲାରେ ଯିଏ ବି ଦୋଷୀସାବ୍ୟସ୍ତ ହେବେ, ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ।”



from Odisha Reporter https://ift.tt/2NbgENW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages