ଦୁଇ ହିନ୍ଦୁବାଦୀ ନେତାଙ୍କୁ ହତ୍ୟା କରିବାକୁ ଆସିଥିଲେ ୫ ଜଣ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଦୁଇ ହିନ୍ଦୁବାଦୀ ନେତାଙ୍କୁ ହତ୍ୟା କରିବାକୁ ଆସିଥିଲେ ୫ ଜଣ, କିନ୍ତୁ…

ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁରରେ ୨ ଜଣ ହିନ୍ଦୁବାଦୀ ନେତାଙ୍କୁ ହତ୍ୟା କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ପୁଲିସ୍‌ ଭଣ୍ଡୁର କରିଦେଇଛି। ହତ୍ୟାକାଣ୍ଡକୁ ଚୂଡ଼ାନ୍ତ ରୂପ ଦେବାକୁ କୋଏମ୍ବାଟୁର ଆସିଥିବା ୫ ଜଣ ସୁପାରି କିଲର୍‌ଙ୍କୁ ପୁଲିସ୍‌ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହି ୫ ଜଣ ସୁପାରି କିଲର୍‌ ପ୍ୟାରୋଲରେ ଆସିଥିବା ଜଣେ ଅଭିଯୁକ୍ତଙ୍କ ବାହାଘରକୁ ଆସିଥିବା ବେଳେ ପୁଲିସ୍‌ ସମସ୍ତଙ୍କୁ ଶନିବାର ଗିରଫ କରିଥିଲା। ଆଜି ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଛି।

ପୁଲିସ୍‌ କହିଛି, ଗିରଫ ୫ ସୁପାରିକିଲର୍‌ ହିନ୍ଦୁ ମକ୍କଲ କାଟଚି ସଂଗଠନର ଦୁଇ ଜଣ ନେତାଙ୍କୁ ହତ୍ୟା କରିବାକୁ ଏଠାକୁ ଆସିଥିଲେ। ଏଭଳି ହତ୍ୟାକାଣ୍ଡ ଭିଆଇ ସେମାନେ ଦେଶରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଯୋଜନା କରିଥିଲେ।

ସେମାନଙ୍କ ଠାରୁ ୫ଟି ବଡ଼ ଦା’ ଆକୃତିର ଅସ୍ତ୍ର ଜବତ କରାଯାଇଛି। ଏମାନଙ୍କୁ ପୁଲିସ୍‌ ଆତଙ୍କବାଦୀ ଭାବେ ନାମିତ କରି ନଥିଲେ ହେଁ ଏମାନଙ୍କ ସମ୍ପର୍କ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଥିଲା ବୋଲି ଜଣାପଡ଼ିଛି।

ଗଣେଶ ପୂଜାରେ ଏମାନେ ଦୁଇ ହିନ୍ଦୁ ନେତାଙ୍କୁ ହତ୍ୟା କରି ସାଂପ୍ରଦାୟିକ ହିଂସା ସୃଷ୍ଟି କରିଥାଆନ୍ତେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।



from Odisha Reporter https://ift.tt/2PuLdf2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages