
ନୀଳଗିରି (ବିଶ୍ୱମ୍ୱର ଦାସ): ଅସାବଧାନତା ଯୋଗୁ ଘରେ ନିଆଁ ଲାଗିଯିବା ଫଳରେ ଜଣେ ୬ ମାସର ଶିଶୁ ପୋଡ଼ିହୋଇ ଗୁରୁତର ଆହତ ହୋଇଛି। ଆଜି ସକାଳେ ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅଞ୍ଚଳରେ ଘଟିଛି।
ଆଜି ସକାଳେ ଏନ୍ଏସିର ଗୁଡିଖାଣି ଅଞ୍ଚଳର ରବି ବିନ୍ଧାଣୀଙ୍କ ସ୍ତ୍ରୀ ରୋଷେଇ କରିବାକୁ ଯାଉଥିଲେ। ତେବେ ଗ୍ୟାସ ଲିକ୍ ହୋଇଥିବା ଜାଣିନପାରି ଦିଆସିଲି ମାରିଦେଇଥିଲେ। ଫଳରେ ଚାଳ ଘରେ ନିଆଁ ଲାଗି ଯାଇଥିଲା।
ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତା’ ସହିତ ଘରୁ ରବିଙ୍କ ୬ ମାସର ଝିଅକୁ ଗୁରୁତର ଅସୁସ୍ଥାରେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ।
from Odisha Reporter https://ift.tt/2Oeys7Q
No comments:
Post a Comment