ଏବିଭିପି କର୍ମୀଙ୍କ ଗୋଡ଼ ଧରିଲେ ପ୍ରଫେସର, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଏବିଭିପି କର୍ମୀଙ୍କ ଗୋଡ଼ ଧରିଲେ ପ୍ରଫେସର, ଦେଖନ୍ତୁ ଭିଡିଓ

ଭୋପାଲ୍‌: ମଧ୍ୟପ୍ରଦେଶର ମଣ୍ଡସୌରଠାରେ ଥିବା ରାଜୀବ ଗାନ୍ଧି ପିଜି କଲେଜ୍‌ର ଜଣେ ବରିଷ୍ଠ ପ୍ରଫେସର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କର୍ମୀଙ୍କ ପାଦ ଛୁଇଁ କ୍ଷମା ମାଗିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏ ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।

ଏବିଭିପି କର୍ମୀମାନେ ଜାତୀୟତାବାଦୀ ନାରା ଦେଉଥିବା ବେଳେ ଫ୍ରଫେସର ଜଣଙ୍କୁ ସେମାନଙ୍କୁ ଅଟକାଇଥିଲେ। ଏଥିପାଇଁ ଏବିଭିପି କର୍ମୀମାନେ ତାଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଇ ସମାଲୋଚନା କରିବାରୁ ପ୍ରଫେସର ଜଣଙ୍କ ଏପରି ପାଦ ଛୁଇଁ କ୍ଷମା ମାଗୁଥିବା ଜଣାପଡ଼ିଛି।

ବୁଧବାର ଦିନ ୧୦ଟି ବହି ଲେଖିଥିବା ଡ.ଦିନେଶ ଚନ୍ଦ୍ର ଗୁପ୍ତା ରାଜୀବ ଗାନ୍ଧି ପିଜି କଲେଜ୍‌ରେ ଏକ କ୍ଲାସ୍‌ ନେଉଥିଲେ। ଏହି ସମୟରେ ଏବିଭିପିର କିଛି କର୍ମୀ ସେଠାରେ ପହଞ୍ଚି କାହିଁକି ବିଏସ୍‌ସି ରେଜଲ୍ଟ ପ୍ରକାଶନରେ ବିଳମ୍ବ ହେଉଛି, ସେ ସମ୍ପର୍କରେ ପ୍ରଶ୍ନ କରିବା ସହ ଏକ ସ୍ମାରକପତ୍ର ଦେଇଥିଲେ। ଏହି ସମୟରେ ଏବିଭିପି କର୍ମୀମାନେ ନାରାବାଜି କରିବାରୁ ଫ୍ରଫେସର ଗୁପ୍ତା ଏଥରୁ ବିରତ ରହିବାକୁ ସେମାନଙ୍କୁ କହିଥିଲେ।

ଏବିଭିପି କର୍ମୀମାନେ ଭାରତ ମାତା କି ଜୟ ବୋଲି ନାରା ଦେଉଥିବା ବେଳେ ହିଁ ଫ୍ରଫେସର ଗୁପ୍ତା ଏହାକୁ ବନ୍ଦ କରିବାକୁ କହିଥିଲେ। ଭାରତ ମାତା କି ଜୟ ଏକ ଜାତୀୟତାବାଦୀ ସ୍ଲୋଗାନ ହୋଇଥିବା ବେଳେ ପ୍ରଫେସର ଗୁପ୍ତା କାହିଁକି ଏହାକୁ ବନ୍ଦ କରିବାକୁ କହିଲେ ବୋଲି ଏବିଭିପି କର୍ମୀମାନେ ପ୍ରଶ୍ନ କରିଥିଲେ। ଖାଲି ଏତିକି ନୁହେଁ, ସେମାନେ ଫ୍ରଫେସର ଗୁପ୍ତାଙ୍କୁ ଜଣେ ଦେଶଦ୍ରୋହୀ ବୋଲି ମଧ୍ୟ କହିଁଥିଲେ। ଏଥିସହ ଫ୍ରଫେସର କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ।

ଏହା ପରେ ଫ୍ରଫେସର ଗୁପ୍ତା ଏବିଭିପି କର୍ମୀମାନଙ୍କୁ ଧାଡ଼ି କରି ଛିଡ଼ା ହେବାକୁ କହିବା ସହ ସେମାନଙ୍କୁ ଗୋଡ଼ ତଳେ ପଡ଼ି କ୍ଷମା ମାଗିବାକୁ ଆଗେଇ ଆସିଥିଲେ। ଫ୍ରଫେସରଙ୍କ ଏଭଳି କ୍ଷମା ପ୍ରାର୍ଥନାରେ ଆଶ୍ଚର୍ଯ୍ୟ ହୋଇ ଏବିଭିପି କର୍ମୀମାନେ ସେଠାରୁ ଦୌଡ଼ି ଚାଲିଯାଇଥିଲେ। କିନ୍ତୁ ଫ୍ରଫେସର ଗୁପ୍ତା ମଧ୍ୟ ସେମାନଙ୍କୁ ଅନୁସରଣ କରି କ୍ଷମା ମାଗି ଚାଲିଥିଲେ। ଏହି ସମୟରେ କ୍ଲାସ୍‌ରେ ଥିବେ ଅନ୍ୟ ଛାତ୍ରଛାତ୍ରୀମାନେ ପ୍ରଫେସର ଗୁପ୍ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ସୋଶାଲ୍‌ ମିଡିଆରେ ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।



from Odisha Reporter https://ift.tt/2zC6QVo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages