ନାନାଙ୍କ ପରେ ଏହି ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆଣିଲେ ତନୁଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ନାନାଙ୍କ ପରେ ଏହି ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆଣିଲେ ତନୁଶ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ କରିଥିବା ଅଭିଯୋଗ ଏବେ ବି-ଟାଉନ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ନାନା ପାଟେକର ତାଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରୁଥିବା ତନୁଶ୍ରୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ବଲିଉଡ୍‌ର ଅନେକ ସେଲିବ୍ରେଟୀ ଏ ପ୍ରସଙ୍ଗରୁ ନିଜକୁ ଦୂରାଇ ରଖିବାକୁ ଚେଷ୍ଟା କରିଥିବା ବେଳେ ରିଚ୍ଚା ଚଡ୍ଡା, ଫରହାନ୍‌ ଅଖ୍‌ତର ଓ ସ୍ୱରା ଭାସ୍କରଙ୍କ ଭଳି କଳାକାର ତନୁଶ୍ରୀଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି।

ହେଲେ ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ନୂଆ ଅଭିଯୋଗ ନେଇ ଆସିଛନ୍ତି ତନୁଶ୍ରୀ। ନାନାଙ୍କ ପରେ ଜଣେ ନିର୍ଦ୍ଦେଶକ ମଧ୍ୟ ତାଙ୍କୁ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି।

ତନୁଶ୍ରୀ ନିକଟରେ ଡିଏନ୍‌ଏକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଫିଲ୍ମ ନିର୍ଦ୍ଦେଶକ ବିବେକ୍‌ ଅଗ୍ନିହୋତ୍ରୀ  ‘ଚକୋଲେଟ୍‌’ ଫିଲ୍ମର ଏକ ଗୀତ ଶୁଟିଂ ସମୟରେ ତାଙ୍କୁ କପଡ଼ା ଖୋଲି ଡ୍ୟାନ୍ସ କରିବାକୁ କହିଥିଲେ।

ତନୁଶ୍ରୀ କହିଛନ୍ତି – ‘‘ ଫିଲ୍ମ ଶୁଟିଂ ଚାଲିଥାଏ। ଅଭିନେତା ଅରଫାନ୍‌ ଆଉ ମୁଁ ଏକାଠି ଥାଉ। ଏହି ସମୟରେ କୌଣସି ଆବଶ୍ୟକତା ନ ଥାଇ ବିବେକ ମୋତେ ଡାକିଥିଲେ। କହିଥିଲେ, କପଡ଼ା ଖୋଲି ନାଚ କର।’’

ତନୁଶ୍ରୀ ସାକ୍ଷାତକାରରେ କହିଥିଲେ, ଇର୍‌ଫାନ୍‌ ଓ ସୁନୀଲ୍‌ ସେଟୀଙ୍କ ଭଳି ଅଭିନେତାଙ୍କ ପାଇଁ ଇଣ୍ଡଷ୍ଟ୍ରି ଆଗକୁ ବଢ଼ୁଛି। କାରଣ ସେମାନେ ସେହି ସମୟରେ ମୋତେ ସମର୍ଥନ କରିଥିଲେ।

ସୂଚନା ଯୋଗ୍ୟ ଯେ, ତନୁଶ୍ରୀ ନାନା ପାଟେକରଙ୍କ ଉପରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। Horn Ok Pleassssର ଶୁଟିଂ ସମୟରେ ନାନା ତାଙ୍କୁ ଭୁଲ୍‌ ଡଙ୍ଗରେ ଛୁଇଁବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ତନୁଶ୍ରୀଙ୍କ କହିବା ଅନୁଯାୟୀ ନାନା ତାଙ୍କୁ ଜବରଦସ୍ତି ଡ୍ୟାନ୍ସ ଷ୍ଟେପ୍‌ ଶିଖାଇବାକୁ ଚେଷ୍ଟା କରୁଥିଲେ। ସେ ସମୟରେ ତନୁଶ୍ରୀ ବି ସେହି ଗୀତର ଅଂଶ ନ ଥିଲେ। ଯେତେବେଳେ ତନୁ ମନା କରିଥିଲେ, ସେତେବେଳେ ନାନା ସେଟ୍‌କୁ ଗୁଣ୍ଡା ଡାକି ଆଣିଥିଲେ। ଜଣେ ସାମ୍ବାଦିକ ଏହି କଥା ଉପରେ ନିଜ ସହମତି ଜଣାଇଛନ୍ତି। କାହିଁକିନା ଘଟଣା ସମୟରେ ସେ ସେଠାରେ ଉପସ୍ଥିତ ଥିଲେ।

ଏଣେ ନାନା ନିଜ ପ୍ରତିକ୍ରୀୟା କହିଥିଲେ, ‘‘ ସେ ଆଣିଥିବା ସେକ୍ସୁଆଲ୍‌ ହାରାସ୍‌ ମେଣ୍ଟ୍‌ର ଅର୍ଥ କ’ଣ? ସେ ସମୟରେ ସେଟ୍‌ରେ ମୋ ସହ ୫୦ ରୁ ୧୦୦ ଲୋକ ଉପସ୍ଥିତ ଥିଲେ। ମୁଁ ଦେଖୁଛି ଆଇନ୍‌ର ସାହାଯ୍ୟ ନେଇ ମୁଁ କ’ଣ କରି ପାରୁଛି।’’



from Odisha Reporter https://ift.tt/2y5iMxd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages