ନେଟ୍ ସେବା ସଂସ୍ଥାଙ୍କୁ ହାଇକୋର୍ଟଙ୍କ ତାଗିଦ, କହିଲେ ପର୍ଣ୍ଣୋଗ୍ରାଫି ବନ୍ଦ କର ନହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ନେଟ୍ ସେବା ସଂସ୍ଥାଙ୍କୁ ହାଇକୋର୍ଟଙ୍କ ତାଗିଦ, କହିଲେ ପର୍ଣ୍ଣୋଗ୍ରାଫି ବନ୍ଦ କର ନହେଲେ…

ଡେରାଡୁନ୍‌: ଇଣ୍ଟର୍‌ନେଟ୍‌ରେ ଅତି ସହଜରେ ବିଭିନ୍ନ ପର୍ଣ୍ଣୋଗ୍ରାଫି ୱେବ୍‌ସାଇଟ୍‌ ଉପଲବ୍ଧ ହେଉଥିବାରୁ ଏହାଦ୍ୱାରା ଦୁଷ୍କର୍ମ ଭଳି ଘଟଣା ବଢ଼ିଚାଲିଛି। ଏହି ମର୍ମରେ ଆଜି ଉତ୍ତରାଖଣ୍ଡ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପର୍ଣ୍ଣୋଗ୍ରାଫି ୱେବ୍‌ସାଇଟ୍‌ଗୁଡ଼ିକରେ କଟକଣା ଲଗାଇବାକୁ କହିଛନ୍ତି। ଏଥିସହ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଥିବା ସଂସ୍ଥା ଗୁଡ଼ିକ ମଧ୍ୟ ପର୍ଣ୍ଣୋଗ୍ରାଫି ୱେବ୍‌ସାଇଟ୍‌ଗୁଡ଼ିକୁ ବନ୍ଦ ନ କଲେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ହାଇକୋର୍ଟ ତାଗିଦ କରିଛନ୍ତି।

ଡେରାଡୁନ୍‌ ସ୍କୁଲ୍‌ରେ ଜଣେ ଛାତ୍ରୀଙ୍କୁ କିଛି ଛାତ୍ର ଗଣଦୁଷ୍କର୍ମ କରିବା ଘଟଣାକୁ ନିଜ ତରଫରୁ ବିଚାରକୁ ନେଇ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ଅସ୍ଥାୟୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରାଜୀବ ଶର୍ମା ଓ ଜଷ୍ଟିସ୍‌ ମନୋଜ ତିୱାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ପର୍ଣ୍ଣ ୱେବ୍‌ସାଇଟ୍‌ଗୁଡ଼ିକ ଯୋଗୁ ଏହା ପିଲାମାନଙ୍କ ମାନସିକତା ଉପରେ କୁପ୍ରଭାବ ପକାଉଛି। ଏଗୁଡ଼ିକ ଅତି ସହଜରେ ଇଣ୍ଟର୍‌ନେଟ୍‌ରେ ମିଳୁଥିବାରୁ,ଏହାକୁ ପିଲାମାନେ ଦେଖୁଛନ୍ତି। ତେଣୁ ଏହି ପର୍ଣ୍ଣ ସାଇଟ୍‌ ଗୁଡ଼ିକ ବନ୍ଦ କରିଯିବା କିମ୍ବା ଏହା ଉପରେ କଟକଣା ଲାଗୁ କରାଯିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ପର୍ଣ୍ଣ ସାଇଟ୍‌କୁ ବନ୍ଦ କରିବାକୁ କେନ୍ଦ୍ର ସରକାର ୩ ବର୍ଷ ତଳେ ଏକ ନିର୍ଦ୍ଦେଶାନାମା ଜାରି କରିଥିଲେ। ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଏହାକୁ ପାଳନ କରିବା ଦରକାର। ଏଥିସହ କୌଣସି ବୈଦ୍ୟୁତିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁର ପ୍ରକାଶନ ଓ ପ୍ରସାରଣକୁ ବନ୍ଦ କରାଯିବା ଦରକାର। କୌଣସି ଯୌନ ଉଦ୍ଦୀପକ ଭିଡିଓ ମଧ୍ୟ ପ୍ରସାରଣ ହୋଇପାରିବ ନାହିଁ। ଯଦି କେହି ଏହି ନିର୍ଦ୍ଦେଶନାମାକୁ ପାଳନ ନ କରନ୍ତି, ତା’ହେଲେ ସୂଚନା ଓ ପ୍ରଯୁକ୍ତି ଆଇନ୍‌ ୨୦୦୦ର ଧାରା ୨୫ ଅନୁଯାୟୀ ସେମାନଙ୍କ ଲାଇସେନ୍ସ ବାତିଲ କରିଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଡେରାଡୁନ୍‌ରେ ଥିବା ଏକ ସ୍କୁଲର ୪ ଜଣ ଛାତ୍ର ପର୍ଣ୍ଣ ଭିଡିଓ ଦେଖିବା ପରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍‌ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏଭଳି ତଥ୍ୟ ପାଇଥିଲା। କୋର୍ଟ ଏହି ତଥ୍ୟକୁ ଆଧାର କରି ଆଜି ଏଭଳି ରୁଲିଂ ଦେଇଛନ୍ତି।



from Odisha Reporter https://ift.tt/2DEXagX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages