‘ଅହମିୟା କବି ସ୍ୱର୍ଗତ ଲକ୍ଷ୍ମୀନାଥ ବେଜବରୁଆଙ୍କ ଘର ଭଙ୍ଗା ଯାଉ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

‘ଅହମିୟା କବି ସ୍ୱର୍ଗତ ଲକ୍ଷ୍ମୀନାଥ ବେଜବରୁଆଙ୍କ ଘର ଭଙ୍ଗା ଯାଉ’

ସମ୍ୱଲପୁର(ସଞ୍ଜୟ ଜେନା): ଆସାମର ଯଶସ୍ଵୀ ଅହମିୟା କବି ସ୍ୱର୍ଗତ ଲକ୍ଷ୍ମୀନାଥ ବେଜବରୁଆଙ୍କ ଘରକୁ ନେଇ ବିବାଦ ଉପୁଜିଛି। ସମ୍ବଲପୁର କଚେରୀ ରୋଡରେ ଥିବା ତାଙ୍କ ବାସଭବନକୁ ଉଚ୍ଛେଦ ଦାବିରେ ସେଠାରେ ଚାଲିଥିବା ନିର୍ମାଣାଧୀନ କାମକୁ ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ। ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି ସ୍ଥାନୀୟ ଲୋକେ।

ଅଭିଯୋଗରୁ ପ୍ରକାଶ, ସେଠାରେ ମହାନଦୀର ଦ୍ୱିତୀୟ ସେତୁ ନିର୍ମାଣ ପରେ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ କାମ ଚାଲିଛି। ତେଣୁ ସେଠାରୁ କବିଙ୍କ ପୁରୁଣା ଘରକୁ ଭଙ୍ଗାଯାଉ। କାରଣ ଏହା ସମ୍ବଲପୁର ସହରର ବିକାଶରେ ବାଧକ ସାଜିଛି। ତେଣୁ ଅନ୍ୟତ୍ର କବିଙ୍କ ନାମରେ ସ୍ମାରକୀ ନିର୍ମାଣ ହେଉ ବୋଲି ଲୋକେ ଦାବି କରିଛନ୍ତି।

ଏପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦ୍ରୁଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ଏହା ପୂର୍ବରୁ ମଧ୍ୟ କଚେରୀ ଛକରେ କବିଙ୍କର ଦୁଇଟି ଘରକୁ ଭାଙ୍ଗିବା ପ୍ରସଙ୍ଗ ଉଠିବା ପରେ ଓଡ଼ିଶା ଓ ଆସାମ ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା। ପରେ ଘର ଦୁଇଟିକୁ ଭଙ୍ଗାଯିବନି ବରଂ ଏହାର ସଂରକ୍ଷଣ କରାଯିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ହୋଇଥିଲା।

ସ୍ଥାନୀୟ ବାସିନ୍ଦା ସମୀର ରଞ୍ଜନ ବାବୁ କହିଛନ୍ତି-“ସମ୍ୱଲପୁରରେ ବେଜବରୁଆଙ୍କର ଦୁଇଟି ଘର ରହିଛି। ଆମେ ଚାହୁଁଛୁ ସହରର ସୌନ୍ଦର୍ଯ୍ୟକରଣ ଓ ବ୍ରିଜ୍‌ର ସଂଯୋଗ ପାଇଁ କବିଙ୍କ ମଝିଘର ଭାଙ୍ଗିବା ନିହାତି ଜରୁରି। ନହେଲେ ଅସୁବିଧା ହେବ। ଆମେ କବିଙ୍କ ସ୍ମୃତି ରକ୍ଷା କରିବାକୁ ଚାହୁଁଛୁ, ତାଙ୍କୁ ଅସମ୍ମାନ କରିବାକୁ ଜମାରୁ ନାହୁଁନୁ। ତେଣୁ ଏଠାରେ ତାଙ୍କର ଥିବା ଅନ୍ୟତମ ଘରେ ତାଙ୍କ ସ୍ମୃତିରକ୍ଷା କରାଯାଉ।”

ସ୍ଥାନୀୟ ବାସିନ୍ଦା ମାନସ ରଞ୍ଜନ ବକ୍ସି କହିଛନ୍ତି-“ବେଜବରୁଆଙ୍କର ଏଠି ଦୁଇଟି ଘର ରହିଛି। ଗୋଟିଏ ଘର ଛକ ମଝିରେ ଥିବା ବେଳେ ଅନ୍ୟ ଘରେ ପୁରୁଣା ଆର୍‌ଆଇ ଅଫିସ୍‌ ଚାଲିଥିଲା। ତେଣୁ ଏହି ଆର୍‌ଆଇ ଅଫିସ୍‌କୁ କବିଙ୍କ ସ୍ମୃତିପୀଠ କରାଯାଉ। ଏହାଛଡ଼ା ଛକ ମଝିରେ ଥିବା ଘରକୁ ଭାଙ୍ଗି ଦିଆଯାଉ। ତାହା ହେଲେ ଯାଇ ଏହି ରାସ୍ତା ଦୁର୍ଘଟଣାମୁକ୍ତ ହୋଇପାରିବ।”



from Odisha Reporter https://ift.tt/2PzUout

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages