
କିଛି ଲୋକ ଏମିତି ଅଛନ୍ତି ବିଛଣାକୁ ଯାଉ ଯାଉ ତାଙ୍କୁ ନିଦ ଆସିଯାଏ। କିନ୍ତୁ କିଛି ଲୋକ ନିଦ ପାଇଁ ସଂଘର୍ଷ କରନ୍ତି। ବିଛଣାରେ ଏପଟସେପଟ ହୋଇ ରାତି ଗଡ଼ିଯାଏ। ହେଲେ ଭଲ ନିଦ ଟିକେ ହୁଏନି। ଯଦି ଆପଣ ଏମିତି କିଛି ସମସ୍ୟା ଭୋଗୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଆମେ ବତାଇବୁ ସୁଖ ନିଦ୍ରାର ଉପାୟ। ଯାହାକୁ ଉପଯୋଗ କଲେ ଆପଣଙ୍କୁ ୨ ମିନିଟ୍ରେ ନିଦ ଆସିଯିବ।
ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ଅନୁଯାୟୀ, ଉକ୍ତ ଟ୍ରିକ୍କୁ ଆମେରିକା ସେନା ବ୍ୟବହାର କରନ୍ତି। ବିଷେଶ କରି ଯୁଦ୍ଧ ସମୟରେ ଏମାନେ ଏହି ଉପାୟକୁ ବ୍ୟବହାର କରିଥାନ୍ତି। ଏନେଇ ‘Relax and Win ବହିର ଏ ବିଷୟେର ଉଲ୍ଲେଖ ରହିଛି। ୧୯୮୧ ମସିହାରେ ଏହି ବହିଟି ଛପାଯାଇଥିଲା। ଏବେ Joe.co.uk ୱେବସାଟ୍ରେ ଏହି ବହିକୁ ନେଇ ଆନ୍ତର୍ଜାତିକସ୍ତରରେ ବେଶ ଚର୍ଚ୍ଚା ହୋଇଛି।
ଟ୍ରିକ୍ଟି ହେଉଛି ଆପଣ ନିଜ ଶରୀରର ମସଲ୍ ଏବଂ ମୁହଁକୁ ରିଲାକ୍ସ କରନ୍ତୁ। ବାହାରକୁ ଜିଭ ବାହାର କରି ମନ ଭିତରେ ଥିବା ସବୁପ୍ରକାର ଟେନ୍ସନକୁ ଆଖିଦେଇ ବାହାର କରିବାକୁ ଚେଷ୍ଟା କରନ୍ତୁ। ପରେ ଆପଣ ମୁଣ୍ଡ ଭିତେରେ ଥିବା ସମସ୍ତ ପ୍ରକାର ଚିନ୍ତାକୁ ବହାର କରିଦିଅନ୍ତୁ। ଏକ ରିପୋର୍ଟ ଅନୁସାର ୬ ସପ୍ତାହ ଧରି ଏହି ଟ୍ରିକ୍ ଆପଣାଇଲେ ୯୬ ପ୍ରତିଶତ ଏଥିରେ ସଫଳ ହୋଇଛନ୍ତି।
from Odisha Reporter https://ift.tt/2wC7uR1
No comments:
Post a Comment