
ମୁମ୍ବାଇ: ମୁମ୍ବାଇ ଓ ଗୁଜରାଟରୁ ୮ହଜାର କେଜିର ଶାର୍କ ଫିନ୍ ଜବତ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ପୁଲିସ୍ ଆଉ ୩ ଜଣକୁ ଗିରଫ୍ କରିଛି।
ଜବତ ହୋଇଥିବା ଶାର୍କ ଫିନର ଆନ୍ତର୍ଜାତିକ ବଜାରରେ ଆନୁମାନିକ ମୂଲ୍ୟ ୪୫ କୋଟି ଟଙ୍କା ହେବ। ଏଗୁଡ଼ିକ ଚାଇନା ଓ ହଂକଂକୁ ଚାଲାଣ ହେଉଥିବା ବେଳେ ସୋମବାର ଡାଇରେକ୍ଟରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍ଆଇ) ପକ୍ଷରୁ ଏହାକୁ ଜବତ କରାଯାଇଛି।
ସେପ୍ଟେମ୍ବର୍ ୧ ତାରିଖରେ ମୁମ୍ବାଇର ସ୍ୱେରି ଅଞ୍ଚଳର ଏକ ଗୋଦାମରୁ ୩ ହଜାର କେଜି ଓ ଗୁଜରାଟର ବେରାୱାଲ୍ ଇଲାକାରୁ ୫ ହଜାର କେଜିର ଶାର୍କ ଫିନ୍ ଜବତ ହୋଇଛି।
ଶାର୍କ ଫିନ୍ ଗୁଡ଼ିକୁ ଶୁଖାଇ ଅନ୍ୟ ଶୁଖିଲା ସାମୁଦ୍ରିକ ଦ୍ରବ୍ୟ ଓ ‘ଷ୍ଟିଙ୍ଗ ରେ’ ମାଛର ଚମଡ଼ା ସହ ମିଶାଇ ବେଆଇନ୍ ଭାବେ ଚାଲାଣ କରାଯାଉଥିଲା ବୋଲି ଡିଆର୍ଆଇ ପକ୍ଷରୁ କୁହାଯାଇଛି । କିଛି ଦଲାଲ୍ ନିୟମିତ ଭାବେ ଏପରି ଚୋରା ବେପାର ଚଳାଇଥିବା ତଦନ୍ତରୁ ଜଣାପଡ଼ିଛି।
ପ୍ରକାଶ ଥାଉକି, ଚାଇନା ଓ ହଂକଂ ଆଦି ରାଷ୍ଟ୍ରରେ ଶାର୍କ ଫିନ୍ ବହୁତ ମୂଲ୍ୟବାନ ଖାଦ୍ୟ ପଦାର୍ଥ। ଏହା ଚୀନ ସଂସ୍କୃତି ସହିତ ମଧ୍ୟ ଜଡ଼ିତ। ଏଥିରେ ସୁପ୍ ତିଆରି କରାଯାଇଥାଏ। ଯାହାକୁ ଶାର୍କ ଫିନ୍ ସୁପ୍ କୁହାଯାଏ। ଯାହା ଚୀନ୍ର ଉଚ୍ଚବର୍ଗର ଲୋକଙ୍କ ସମ୍ଭ୍ରାନ୍ତ ସଂସ୍କୃତିର ପରିଚୟ ବହନ କରିଥାଏ।
from Odisha Reporter https://ift.tt/2wJlNSS
No comments:
Post a Comment