ବିବାହ କରିବେ ବୋଲି ସ୍ଥିର କରିଛନ୍ତି ରାଜ୍ୟର ପ୍ରଥମ କିନ୍ନର ଓଏଫଏସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ବିବାହ କରିବେ ବୋଲି ସ୍ଥିର କରିଛନ୍ତି ରାଜ୍ୟର ପ୍ରଥମ କିନ୍ନର ଓଏଫଏସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସଂସାର ଯାକର ନିନ୍ଦା ଆଉ ଅପବାଦ ମଧ୍ୟରେ ମୋ ଜୀବନ ଆଜିଯାଏ କଟି ଆସିଛି। ଏମିତି ବି ଦିନ ଥିଲା ଯେବେ, କ୍ଲାସ୍‌ରେ ପାଠ ପଢୁଥିବା ମୋ ସହପାଠୀମାନେ ମୋ ଲିଙ୍ଗ ଜାଣିବାକୁ ମୋତେ ଉଲଗ୍ନ କରି ପକାଉଥିଲେ। କଲେଜ ଆଉ ୟୁନିଭର୍ସିଟିରେ ବି ଅନେକ ଥର ଯୌନ ଉତ୍ପୀଡ଼ନର ଶିକାର ହୋଇଛି। ତଥାପି ଶିକ୍ଷାକୁ ସବୁବେଳେ ଶ୍ରେଷ୍ଠ ଭାବିଛି ଆଉ ପାଠପଢା ଛାଡିନି। ଖାସ୍‌ ସେଇଥି ପାଇଁ ମତେ ଆଜି ଆପଣମାନେ ଏଠି ଦେଖୁଛନ୍ତି।”

ଏ କଥା କହିଛନ୍ତି ରାଜ୍ୟର ପ୍ରଥମ କିନ୍ନର ଓଏଫଏସ୍ ଅଧିକାରୀ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ। ୩୪ ବର୍ଷୀୟ ଏହି ଅଧିକାରୀ ଜଣକ ୨୦୧୦ରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଓଡିଶାର ପ୍ରଥମ କିନ୍ନର ଅଫିସର ହେବାର ମାନ୍ୟତା ପାଇଥିଲେ। ସମ୍ପ୍ରତି ସେ ଓଡିଶା ବିତ୍ତୀୟ ସେବା(Odisha Finance Service)ର ଜଣେ ଅଧିକାରୀ ଭାବେ କାର୍ଯ୍ୟରତ।

ଏଥର ଐଶ୍ୱର୍ଯ୍ୟା ବାହା ହେବେ। ଆଉ କାହାର ଟାହି, ଟାପରା, ଅପମାନ କି ଦଣ୍ଡର ଭୟ ନାହିଁ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଭଳି ଅନେକ ମଣିଷଙ୍କ ଲାଗି ଆଶାର ଆଲୋକ ଦେଖାଇଛନ୍ତି ବୋଲି ସେ କୁହନ୍ତି। ଏଣୁ ଆଉ ବିଳମ୍ବ ନ କରି ଆର ବର୍ଷ ସେ ବିବାହ କରିବାକୁ ସ୍ଥିର କରିଥିବା କହିଛନ୍ତି।

ନିକଟରେ ସୁପ୍ରିମ୍‌ କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ନେଇ ଲାଗି ରହିଥିବା ବାଦବିବାଦର ଅନ୍ତ ଘଟାଇଥିଲେ। ଏଭଳି ସମ୍ପର୍କ ଆଉ ଅପରାଧ ପର୍ଯ୍ୟାୟଭୁକ୍ତ ହେବନାହିଁ ବୋଲି ନ୍ୟାୟାଳୟ କହିବା ପରେ ବ୍ରିଟିଶ ଅମଳରୁ ଚାଲି ଆସୁଥିବା ଧାରା ୩୭୭ ବେଆଇନ୍‌ ହୋଇଯାଇଛି। ଏଣିକି ଏଥିପାଇଁ କାହାରିକୁ ଦଣ୍ଡିତ କରାଯାଇ ପାରିବ ନାହିଁ ବୋଲି ଘୋଷଣା ପରେ LGBTQ ସମ୍ପଦାୟରେ ଖୁସିର ଲହରୀ ଖେଳିଥିଲା।

ଐଶ୍ୱର୍ଯ୍ୟା ମଧ୍ୟ ଏହି ନିଷ୍ପତ୍ତି ଶୁଣିବା ପରେ ଆନନ୍ଦିତ ବୋଲି କହିଛନ୍ତି। ନିଜ ବୟଫ୍ରେଣ୍ଡଙ୍କ ସହ ଆଉ ଡରି ଡରି ମିଶିବାକୁ ପଡିବନି। ନିଜ ପାର୍ଟନରଙ୍କୁ ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ଏଣୁ ଯଦି ଆଇନ୍‌ ଅନୁମତି ଦିଏ ତେବେ ଦୁହେଁ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ମଧ୍ୟ ସେ ଜଣାଇଛନ୍ତି।

ଢେଙ୍କାନାଳସ୍ଥିତ Indian Institute of Mass Communication (IIMC)ରେ ସାମ୍ବାଦିକତାର ଡିପ୍ଲୋମା କରିଛନ୍ତି ଐଶ୍ୱର୍ଯ୍ୟା। ହେଲେ ସେ ଏହାକୁ ପେସା ଭାବେ ଗ୍ରହଣ କରିପାରିନାହାନ୍ତି। କାରଣ ଏଠାରେ ପାଠପଢ଼ା ସମୟରେ ସେ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ଆଉ ସୌଭାଗ୍ୟକୁ ଏଥିରେ ସେ କୃତକାର୍ଯ୍ୟ ହେବା ପରେ ପ୍ରଶାସନିକ ସେବାରେ ଯୋଗ ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 



from Odisha Reporter https://ift.tt/2wTPxh4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages