ରାଫେଲ୍‌ ଡିଲ୍‌କୁ ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ମାମଲା: ଆସନ୍ତା ସପ୍ତାହରେ ଶୁଣାଣି କରିବେ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ରାଫେଲ୍‌ ଡିଲ୍‌କୁ ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ମାମଲା: ଆସନ୍ତା ସପ୍ତାହରେ ଶୁଣାଣି କରିବେ କୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ସୁପ୍ରିମକୋର୍ଟ ପହଞ୍ଚିଛି। ରାଫେଲ୍‌ ଯୁଦ୍ଧ ବିମା କିଣିବା ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଡିଲ୍‌କୁ ତୁରନ୍ତ ରଦ୍ଦ କରାଯାଉ ବୋଲି ଦାବି କରି ଆଜି ଜଣେ ଆଇନ୍‌ଜୀବୀ ସୁପ୍ରିମକୋର୍ଟରେ ପିଟିସନ୍‌ ଦାଏର କରିଛନ୍ତି। ଆଇନ୍‌ଜୀବୀ ମନୋହର ଲାଲ ଶର୍ମାଙ୍କ ଆବେଦନକୁ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିଛନ୍ତି।

ଆସନ୍ତା ସପ୍ତାହରେ ଏହାର ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏମଏମ୍‌ ଖାନ୍‌ୱିଲକରଙ୍କ ଖଣ୍ଡପୀଠ ରୁଲିଂ ଦେଇଛନ୍ତି।

ଭାରତ ସରକାର ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସରକାରଙ୍କ ସହ କରିଥିବା ଡିଲ୍‌ରେ ବ୍ୟାପକ୍‌ ଦୁର୍ନୀତି ହୋଇଛି। ତେଣୁ ଏହା ଉପରେ ତୁରନ୍ତ ରୋକ ଲଗାଯିବା ଦରକାର ବୋଲି ଶ୍ରୀ ଶର୍ମା ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି।

ପୂର୍ବରୁ କ୍ଷମତାସୀନ ସରକାର ଫ୍ରାନ୍ସ ସହ ଯୁଦ୍ଧ ବିମାନ କିଣିବାକୁ ଯେଉଁ ଡିଲ୍‌ କରିଥିଲେ, ତାକୁ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶା ନଯାଇ ବାତିଲ କରାଯାଇଥିଲା।  ଏଥିସହ ସଂସଦର ବିନା ଅନୁମତିରେ ବର୍ତ୍ତମାନର ସରକାର ଫ୍ରାନ୍ସ ସହ ନୂଆ ଡିଲ୍‌ କରିଛନ୍ତି। ତେଣୁ ଏହା ପଛରେ ବିରାଟ୍‌ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ହୋଇଛି। ସୁପ୍ରିମକୋର୍ଟ ଡିଲ୍‌ ଉପରେ ରୋକ ଲଗାଇବା ସହ ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଦାବି କରାଯାଇଛି।

୨୦୧୫ ମସିହା ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍‌ ଗସ୍ତରେ ଥିବା ବେଳେ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣାଯିବ ବୋଲି ଘୋଷଣା କରିଥିଲେ। ପ୍ରତି ବିମାନ ପିଛା ୧,୬୭୦.୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଏହାକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ବିରୋଧୀ ଅଭିଯୋଗ କରିଥିଲେ।



from Odisha Reporter https://ift.tt/2wNGz4C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages