
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାରା ବିଶ୍ୱରେ ବର୍ତ୍ତମାନ ଇନ୍ଷ୍ଟାଣ୍ଟ୍ ମେସେଜିଂ ଆପ୍, ‘ହ୍ୱାଟ୍ସ୍ଆପ୍’ର ଡିମାଣ୍ଡ ରହିଛି। ପ୍ରାୟ ସବୁ ସ୍ମାର୍ଟଫୋନ୍ ୟୁଜର୍ ‘ହ୍ୱାଟ୍ସ୍ଆପ୍’ ବ୍ୟବହାର କରୁଥିବାର ଦେଖାଯାଉଛି। କିନ୍ତୁ ଆପଣ ଜାଣିଛନ୍ତି କି, ‘ହ୍ୱାଟ୍ସ୍ଆପ୍’ଠାରୁ ବି ଅଧିକ ଅପ୍ଗ୍ରେଡେଡ୍ ମେସେଜିଂ ଆପ୍ ରହିଛି, ଯେଉଁଥିରେ ୟୁଜର୍ସ ‘ହ୍ୱାଟ୍ସଆପ୍’ଠାରୁ ବି ଅଧିକ ଫିଚର୍ ପାଇବେ। ଏହି ଆପ୍ର ନାଁ ହେଲା, GBWhatsapp। ଏହାକୁ ହ୍ୱାଟ୍ସଆପ୍ର ମଡିଫାଏଡ୍ ଭର୍ସନ କୁହାଯାଇଥାଏ।
GBWhatsapp ଫିଚର୍ସ:
- ଏଥିରେ ୟୁଜର୍ ଚାହୁଁଥିବା ଲୋକଙ୍କୁ ନିଜର ‘ଲାଷ୍ଟ୍ ସିନ୍’ ଲୁଚାଇ ରଖିପାରିବେ।
- ଆପଣ ଚାହୁଁଥିବା ବ୍ୟକ୍ତିଙ୍କ କଲ୍ ବି ଡିଜେବଲ୍ କରିପାରିବେ।
- ଏଥିରେ ମେସେଜ୍ ସିଡ୍ୟୁଲ୍ କରିବା ସହିତ ନିଜ ଇଚ୍ଛା ମୁତାବକ ଥିମ୍ ସିଲେକ୍ଟ ମଧ୍ୟ କରିପାରିବେ।
- ବ୍ଲୁଟିକ୍ କିମ୍ବା ଡବଲ୍ ଟିକ୍ ଅପସନ୍କୁ ଲୁଚାଇ ପାରିବେ।
- ଏଥିରେ ହ୍ୱାଟ୍ସାଆପ୍ଠାରୁ ଅଧିକ ଇମୋଜି ରହିଛି।
- ଯେ କୌଣସି ଷ୍ଟାଟସ୍କୁ କପି କରିବା ସହିତ ଷ୍ଟାଟସ୍ରେ ୨୫୦ ଶବ୍ଦ ଲେଖିପାରିବେ।
- ଏଥିରେ ଏକା ସାଙ୍ଗରେ ୯୦ଟି ଇମେଜ୍ ପଠାଇ ପାରିବେ।
- GBWhatsapp ବଡ଼ ଫାଇଲ୍ ସବୁକୁ ଛୋଟ ନ କରି ବି ଆପଣ ପଠାଇ ପାରିବେ।
- ସବୁଠାରୁ ଖାସ୍ କଥା ହେଲା, ଡାଉନ୍ଲୋଡ ନ କରି ମଧ୍ୟ ଆପଣ ଏଥିରେ ମିଡିଆ ଫାଇଲ୍ସ ଦେଖିପାରିବେ।
- ଗୁଗଲ୍ ପ୍ଲେଷ୍ଟୋର୍ରେ ଏହା ଉପଲବ୍ଧ ନାହିଁ। ତେଣୁ ଏହାକୁ ଗୁଗଲ୍ ‘କ୍ରୋମରୁ’ ସିଧାସଳଖ ଡାଉନ୍ଲୋଡ୍ କରିପାରିବେ।
from Odisha Reporter https://ift.tt/2NOEr3d
No comments:
Post a Comment