ଅଳିଆକୁ ହାତରେ ଉଠାଇଲେ ମୋଦି, ହେଲେ କାହିଁକି? ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଅଳିଆକୁ ହାତରେ ଉଠାଇଲେ ମୋଦି, ହେଲେ କାହିଁକି? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଧିବଦ୍ଧ ଭାବେ ଆଜି  ‘ସ୍ୱଚ୍ଛତା ହିଁ ସେବା ମିଶନ’ର ଶୁଭାରମ୍ଭ କରିଛନ୍ତି।  ଏହି ଅବସରରେ ସେ ଦେଶବାସୀଙ୍କୁ ସ୍ୱଚ୍ଛତା ଅବଲମ୍ବନ କରିବା ସହିତ ପରିଷ୍କାର ପରିଚ୍ଛନ୍ନ ରହିବାକୁ ଆହ୍ୱାନ କରିଛନ୍ତି। ଖାଲି ଆହ୍ୱାନ ଦେଇ ନାହାନ୍ତି, ନିଜେ ମଧ୍ୟ ଶ୍ରମ ଦାନ କରି ପ୍ରେରଣା ଦେଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ଆଜି ସ୍ୱଚ୍ଛତା ଉପରେ ପ୍ରଧାନମନ୍ତ୍ରୀ ଭାଷଣ ଦେବା ପରେ ନିଜେ ସଫାସୁତରା କାର୍ଯ୍ୟରେ ଲାଗିପଡ଼ିଥିଲେ। ଝାଡ଼ୁ ଧରି ସେ ଏକ ସ୍କୁଲ ପରିସରକୁ ଓଳାଇ ଥିଲେ। ଦିଲ୍ଲୀର ପାହାଡ଼ଗଞ୍ଜସ୍ଥିତ ଆମ୍ବେଦକର  ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟରେ ମୋଦି ଝାଡ଼ୁ ଧରି ଅଳିଆ ଆବର୍ଜନା ସଫା କରୁଥିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେ ଝାଡ଼ୁ ମାରି ଓଳାଉ ଥିବା ବେଳେ କିଛି ଅଳିଆ ବହୁଦିନ ଧରି ମାଟିରେ ଜମାଟ ବାନ୍ଧି ଯାଇଥିବାରୁ ଊଠି ନଥିଲା।

ସେହିପରି ଏକ ପ୍ଲାଷ୍ଟିକ୍‌ ଖଣ୍ଡ ମଧ୍ୟ ଉଠି ନଥିଲା। ବାରମ୍ବାରା ମୋଦି ପ୍ରୟାସ କରି ଥିଲେ ମଧ୍ୟ ଝାଡ଼ୁ ଦ୍ୱାରା ସେସବୁ ନ ଉଠିବାରୁ ମୋଦି ଏହାକୁ ହାତରେ ଟାଣି ବାହାର କରିଥିଲେ। ତେବେ ଏହାର ଭିଡିଓକୁ ନେଇ ବେଶ ଚର୍ଚ୍ଚା ହୋଇଛି। ସୋଶାଲ୍‌ ମିଡିଆରେ ଏହି ଭିଡିଓଟି ବେଶ ସଂଖ୍ୟାରେ ଶେଯାର ହୋଇଛି।

ଏହା ପରେ ମୋଦି ସ୍କୁଲ ପିଲାଙ୍କ ସହ ଭାବବିନିମୟ କରିଥିଲେ। ଏହି ଅବସରରେ ସେ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତାର ମହତ୍ୱ ବିଷୟରେ ପିଲାମାନଙ୍କୁ କହିଥିଲେ। ସେହିପରି ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି, ସ୍କୁଲ ପରିସରକୁ ଆସିବା ବେଳେ ମୋଦି ବିନା ସୁରକ୍ଷାରେ ଆସିଥିଲେ।

ଭିଡିଓ ସୌଜନ୍ୟ: ଏନ୍‌ଆଇ



from Odisha Reporter https://ift.tt/2MACYvO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages