ମ୍ୟୁଜିକ୍‌ ଭଲ୍ୟୁମ୍ ହଠାତ ବଢ଼ିଗଲା ବୋଲି ପତ୍ନୀଙ୍କୁ ସ୍ୱାମୀ ଦେଲେ ଏଭଳି ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ମ୍ୟୁଜିକ୍‌ ଭଲ୍ୟୁମ୍ ହଠାତ ବଢ଼ିଗଲା ବୋଲି ପତ୍ନୀଙ୍କୁ ସ୍ୱାମୀ ଦେଲେ ଏଭଳି ଦଣ୍ଡ

ମୋରଦାବାଦ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର କିଛି ନୂଆ କଥା ନୁହେଁ। କିନ୍ତୁ ପତ୍ନୀ ଜୋର୍‌ରେ ସାଉଣ୍ଡ ଦେଇ ମ୍ୟୁଜିକ୍‌ ଶୁଣୁଥିବାରୁ ସ୍ୱାମୀ କ’ଣ ତାଙ୍କୁ ଛାଡ଼ପତ୍ର ଦେବା ଭଳି ଘଟଣା କେବେ ଆପଣ ଶୁଣିଛନ୍ତି ? ଏମିତି ଏକ ଘଟଣା ଉତ୍ତର ପ୍ରଦେଶର ମୋରଦାବାଦ୍‌ରେ ଘଟିଛି। ପତ୍ନୀ ଅଧିକ ଭଲ୍ୟୁମ ଦେଇ ମ୍ୟୁଜିକ୍‌ ଶୁଣୁଥିବାରୁ ସ୍ୱାମୀ ଜଣଙ୍କ ଏଥିରେ ରାଗିଯାଇ ତାଙ୍କୁ ଟ୍ରିପଲ୍‌ ତଲାକ ଦେ‌ଇଛନ୍ତି।

ଖାଲି ସେତିକି ନୁହେଁ, ତଲାକ ଦେବା ପରେ ସ୍ୱାମୀ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଘରେ ମ୍ୟୁଜିକ୍‌ ବାଜୁଥିବା ବେଳେ ସେ ଭୁଲ୍‌ରେ ଏହାର ସାଉଣ୍ଡ ବଢ଼ାଇ ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ମହିଳାଙ୍କ ସ୍ୱାମୀ ତାଙ୍କୁ ଟ୍ରିପଲ୍‌ ତଲାକ ଦେଇଥିଲେ। ଏହାପରେ ତାଙ୍କୁ ହଲାଲା କରିବାକୁ ବାଧ୍ୟ କରାଯାଇଥିଲା। ହଲାଲା ରୀତି ଅନୁଯାୟୀ ଜଣେ ମୁସଲିମ୍‌ ମହିଳା ସ୍ୱାମୀଙ୍କଠାରୁ ତଲାକ ପାଇବା ପରେ ଅନ୍ୟ ଜଣଙ୍କୁ ବିବାହ କରି ପୁଣି ତାଙ୍କ ଠାରୁ ତଲାକ ପାଇବା ପରେ ଯାଇ ପ୍ରଥମ ସ୍ୱାମୀଙ୍କୁ ପୁନଃ ବିବାହ ବା ନିକାହ କରିପାରିବ।

ହଲାଲା ଆଳରେ ସ୍ୱାମୀ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ୍‌ ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି। ସୁପ୍ରିମକୋର୍ଟ ଟ୍ରିପଲ୍‌ ତଲାକକୁ ବେଆଇନ୍‌ ଦର୍ଶାଇଥିଲେ ମଧ୍ୟ କେତେକ ମୁସଲିମ ଏଭଳି ପ୍ରଥାକୁ ପ୍ରୟୋଗ କରୁଛନ୍ତି।



from Odisha Reporter https://ift.tt/2xlgh9p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages