ପୁଣି ଶେଲଟର ହୋମ୍ ଯୌନ କେଳେଙ୍କାରୀ, ଏଥର ଭୋପାଲରେ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ପୁଣି ଶେଲଟର ହୋମ୍ ଯୌନ କେଳେଙ୍କାରୀ, ଏଥର ଭୋପାଲରେ 

ଭୋପାଲ୍‌: ବିହାର ଶେଲଟର୍‌ ହୋମ କେଳେଙ୍କାରୀ ପରେ ଏବେ ମଧ୍ୟପ୍ରଦେଶର ଭୋପାଲ୍‌ରେ ଏହାର ପୁନରାବୃତ୍ତି ଘଟିଛି। ଭୋପାଲ୍‌ରେ ଥିବା ଏକ ଶେଲଟର୍‌ ହୋମରେ ଏହାର ମାଲିକ ଅନ୍ତେବାସୀଙ୍କୁ ବିଭିନ୍ନ ଉପାୟରେ ଦୀର୍ଘ ବର୍ଷ ହେଲା ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। 
ଯୌନ ନିର୍ଯାତନାର ଯନ୍ତ୍ରଣା ସହି ନପାରି ୩ ଜଣ ଅନ୍ତେବାସୀ ପ୍ରାଣ ହରାଇଥିବା ଭଳି ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି। ଏବେ ଶେଲଟର୍‌ ହୋମ୍‌ର ଅନ୍ତେବାସୀ ଏ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେବା ପରେ ପୂରା ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ୍‌ ଅନ୍ତେବାସୀଙ୍କ ଅଭିଯୋଗକୁ ଭିତ୍ତି କରି ଶେଲଟର୍‌ ହୋମ୍‌ର ମାଲିକ ୭୦ ବର୍ଷୀ ପୂର୍ବତନ ସେନା ଅଫିସରଙ୍କୁ ଗିରଫ କରିଛି। 
 
ଏହି ଶେଲଟର୍‌ ହୋମ୍‌ରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରୁ ୩ ଜଣ ବାଳକ ଓ ୨ ଜଣ ଝିଅ ଏହି କେଳେଙ୍କାରୀ ବିଷୟରେ ପ୍ରଥମେ ସାମାଜିକ ନ୍ୟାୟ ବିଭାଗକୁ ଜଣାଇଥିଲେ। ଏହାପରେ ସେମାନେ ପୁଲିସ୍‌ ନିକଟରେ ଲିଖିତ ଅଭିଯୋଗ କରିଥିଲେ।
 
ଅନ୍ତେବାସୀଙ୍କ ମତରେ ଏହି ଶେଲଟର୍‌ ହୋମ୍‌ରେ ଉଭୟ ବାଳକ ଓ ବାଳିକାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ଜଣେ ବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖାଯିବାରୁ, ତାଙ୍କର ପ୍ରବଳ ରକ୍ତଶ୍ରାବ ହୋଇଥିଲା। ତେଣୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଆଉ ଜଣେ ବାଳକଙ୍କୁ ଶେଲଟର୍‌ ହୋମ୍‌ରେ ମାଡ଼ ମାରି ହତ୍ୟା କରାଯାଇଥିଲା। ସେ ଯୌନ ସମ୍ପର୍କ ରଖିବାକୁ ମନା କରିବାରୁ ତାଙ୍କୁ ଏଭଳି ମାଡ଼ ମରାଯାଇଥିଲା। ଆଉ ଜଣେ ଅନ୍ତେବାସୀଙ୍କୁ ଶେଲଟର୍‌ ହୋମ୍‌ କର୍ତ୍ତୃପକ୍ଷ ବାହାରେ ରାତି କାଟିବାକୁ କହିବାରୁ, ଅତ୍ୟଧିକ ଥଣ୍ଡାରେ ତାଙ୍କର ଜୀବନ ଯାଇଥିଲା।
 
ଏହି ଶେଲଟର୍‌ ହୋମ୍‌ଟି ୧୯୯୫ରୁ ପଞ୍ଜୀକରଣ ହୋଇଥିବା ବେଳେ ୨୦୦୩ରୁ ଏଠାରେ ୪୨ ଜଣ ବାଳକ ଓ ୫୮ ଜଣ ଝିଅ ରହୁଥିଲେ।  ଫୁଲ୍‌ ଟାଇମ୍ ୱାର୍ଡେନ୍‌ଙ୍କ ଅନୁପସ୍ଥିତି ଯୋଗୁ ୨୦୧୦ରୁ ୪ ଜଣ ଶିକ୍ଷକ ଶେଲଟର୍‌ ହୋମ୍‌ର ସମସ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି।
 
ଲୋକଙ୍କ କହିବା କଥା ଏଠାରେ କାର୍ଯ୍ୟରତ ୱାର୍ଡେନ୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ନଥିବାରୁ, ତାଙ୍କୁ ଦୀର୍ଘ ବର୍ଷ ହେଲା ବହିଷ୍କାର କରାଯାଇଥିଲା। 


from Odisha Reporter https://ift.tt/2NEnA6v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages