ଥାନାରେ ଅଭିଯୋଗ କଲେ ମିଳିବ ସିରିଅଲ୍‌ ନମ୍ୱର, ଫୋନ୍‌ରେ ଜାଣିହେବ ମାମଲାର ଷ୍ଟାଟସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଥାନାରେ ଅଭିଯୋଗ କଲେ ମିଳିବ ସିରିଅଲ୍‌ ନମ୍ୱର, ଫୋନ୍‌ରେ ଜାଣିହେବ ମାମଲାର ଷ୍ଟାଟସ୍‌

Police-bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିବ କମିଶନରେଟ୍‌ ପୁଲିସର ଅଭ୍ୟର୍ଥନା ଡେସ୍କର କାର୍ଯଧାରା। ଥାନାକୁ ଗଲେ ଅଭ୍ୟର୍ଥନା ପାଇଁ କଫି ମିଳୁ କି ନମିଳୁ ଥାନାରେ ରିପୋର୍ଟ କିନ୍ତୁ ଶୀଘ୍ର ରଖାଯିବ। ଏଥିପାଇଁ ଭାୟା ମିଡିଆ ବା କାହାର ସୁପାରିଶର ଆବଶ୍ୟକ ନାହିଁ। ସବୁ ରିପୋର୍ଟ ଅଭ୍ୟର୍ଥନା ଡେସ୍କ ଦାୟିତ୍ୱରେ ଥିବା କନ୍‌ଷ୍ଟେବଳ ରଖିବାକୁ ବାଧ୍ୟ। ଏନେଇ ପୁଲିସ କମିଶନଙ୍କ ତରଫରୁ ଏକ ବିଧିବଦ୍ଧ ସର୍କୁଲାର ସବୁ ଥାନାକୁ ଜାରି କରାଯାଇଛି। ଆଜି ଏହି ସୂଚନା ଦେଇଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି।

ସେ କହିଛନ୍ତି-“ଗାଡି ଚୋରି, ମୋବାଇଲ ଫୋନ ଚୋରି ଓ ଡକ୍ୟୁମେଣ୍ଟ ହଜି ଯାଇଥିବା ଭଳି ମାମଲାର ରିପୋର୍ଟ ଦେବାକୁ ବାରମ୍ବାର ଲୋକେ ଥାନାକୁ ଦୌଡୁଥିଲେ। ଯାହା ଅଭ୍ୟର୍ଥନା ଡେସ୍କ ପୁନର୍ଗଠନ ପରେ ପ୍ରାୟ ବନ୍ଦ ହୋଇଯିବ। ରିପୋର୍ଟ ଦେବାକୁ ଆସିବା ମାତ୍ରେ ଅଭ୍ୟର୍ଥନା ଡେସ୍କ ରିପୋର୍ଟ ରଖିବା ସହ ଅଭିଯୋଗକାରୀଙ୍କୁ ଅଭିଯୋଗର ନମ୍ବର ଦେବେ। ଥାନାକୁ ନଆସି ଫୋନ କରି ଏହି ନମ୍ବର ଦ୍ୱାରା ରିପୋର୍ଟର ସ୍ଥିତି ଜାଣିପାରିବେ ଅଭିଯୋଗକାରୀ। ନଚେତ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ଥାନା ପକ୍ଷରୁ ରିପୋର୍ଟର ଷ୍ଟାଟସ୍‌ ଜଣାଇ ଦିଆଯିବ। ଅଭିଯୋଗ ଯଦି ଧର୍ତ୍ତବ୍ୟ ଅପରାଧ ଜନିତ ହୋଇଥାଏ, ତେବେ ଥାନା ଅଧିକାରୀ ତଦନ୍ତ ପରେ ଷ୍ଟାଟସ୍‌ ରିପୋର୍ଟ ଜଣାଇବେ।”



from Odisha Reporter https://ift.tt/2CxkBZh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages