କାହିଁକି ବିରାଟ୍‌ଙ୍କୁ ଅନ୍‌ଫଲୋ କଲେ ରୋହିତ୍‌, ଜାଣନ୍ତୁ କ’ଣ କହିଲେ ଫ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

କାହିଁକି ବିରାଟ୍‌ଙ୍କୁ ଅନ୍‌ଫଲୋ କଲେ ରୋହିତ୍‌, ଜାଣନ୍ତୁ କ’ଣ କହିଲେ ଫ୍ୟାନ୍‌

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ବନ୍ଧୁତା କଥା ସମସ୍ତେ ଜାଣନ୍ତି। ଉଭୟ ସର୍ବସମ୍ମୁଖରେ ନିଜର ଦୋସ୍ତି ସମ୍ପର୍କରେ ମଧ୍ୟ ଅନେକ ଥର ମତ ରଖିଛନ୍ତି। 
କିନ୍ତୁ ଏବେ ଏହି ଦୋସ୍ତିରେ ଫାଟ୍ ସୃଷ୍ଟି ହୋଇଛି କି?
ଏକଥା ଆମେ କହୁନୁ, ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଖବରକୁ ଦେଖି ଅନେକଙ୍କ ମନରେ ଏଭଳି ପ୍ରଶ୍ନ ଉଠିଛି। ତେବେ ଏଭଳି ସନ୍ଦେହର କାରଣ କ’ଣ?
ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା ତାଙ୍କ ଘନିଷ୍ଠ ବନ୍ଧୁ ବିରାଟ୍‌ଙ୍କୁ ଉଭୟ ଟ୍ୱିଟର୍‌ ଓ ଇନଷ୍ଟାଗ୍ରାମ୍‌ରେ ଅନ୍‌ଫଲୋ କରିଦେଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଟ୍ୱିଟର୍‌ରେ ଏହାକୁ ନେଇ ଅନେକ କ୍ରିକେଟ୍‌ ପ୍ରେମୀ ନାନା ପ୍ରଶ୍ନ ଉଠାଇଛନ୍ତି।
ତେବେ ରୋହିତ ବିରାଟ୍‌ଙ୍କୁ ଅନ୍‌ଫଲୋ କରିଥିଲେ ହେଁ ବିରାଟ୍‌ କିନ୍ତୁ ରୋହିତଙ୍କୁ ପୂର୍ବ ଭଳି ଫଲୋ କରୁଛନ୍ତି।
ଏହାକୁ ନେଇ ବିରାଟ୍‌ କିମ୍ବା ରୋହିତ କୌଣସି ପ୍ରତିକ୍ରିୟା ଦେଇ ନଥିଲା ବେଳେ ଫ୍ୟାନ୍‌ମାନେ କିନ୍ତୁ ନାନା ପ୍ରଶ୍ନ ଉଠାଇଛନ୍ତି।
କିଛି ଫ୍ୟାନ୍‌ଙ୍କ ମତରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ରୋହିତ୍‌ଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇ ନଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। କାଳେ ବିରାଟ୍‌ଙ୍କ ରେକର୍ଡ ରୋହିତ ଅତିକ୍ରମ କରିଯିବେ, ସେଇ ଆଶଙ୍କାରେ ବିରାଟ୍‌ ତାଙ୍କୁ ଟିମ୍‌ରେ ସାମିଲ କରିନାହାନ୍ତି ବୋଲି ଅନେକ ମତ ଦେଇଛନ୍ତି।
ଗତମାସରେ ବିରାଟ୍‌ଙ୍କ ବିରୋଧରେ ଲେଖା ହୋଇଥିବା ଏକ ଟ୍ୱିଟ୍‌କୁ ରୋହିତ ଲାଇକ୍‌ କରିଥିବାରୁ ଏହାକୁ ନେଇ ବିରାଟ୍‌ଙ୍କ ଫ୍ୟାନ୍‌ମାନେ ରୋହିତଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ତେଣୁ ଏସବୁକୁ ଦେଖିଲେ ଉଭୟଙ୍କ ମଧ୍ୟରେ କିଛି ଠିକ୍‌ ଠାକ ଚାଲିନାହିଁ ବୋଲି ଆକଳନ କରାଯାଉଛି।
ଅନେକ ଲୋକ ରୋହିତଙ୍କ ଏଭଳି ଅନ୍‌ଫଲୋ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେହିପରି ଆଉ କିଛି ଲୋକ ଉଭୟ ଦୁହିଙ୍କ ମଧ୍ୟରେ ଥିବା ବିବାଦକୁ ଆପୋସ ଆଲୋଚନା ଜରିଆରେ ଖୁବ୍‌ଶୀଘ୍ର ସମାଧାନ କରନ୍ତୁ ବୋଲି ପରାମର୍ଶ ମଧ୍ୟ ଦେଇଛନ୍ତି।
ଆଦର୍ଶ ପନସାରି ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ବିରାଟ୍‌ ଉଭୟ ଟ୍ୱିଟର୍‌ ଓ ଇନ୍‌ଷ୍ଟାଗ୍ରାମରେ ରୋହିତଙ୍କୁ ଫଲୋ କରୁଥିଲେ ହେଁ ରୋହିତ କିନ୍ତୁ ତାଙ୍କୁ ଅନ୍‌ଫଲୋ କରିଦେଇଛନ୍ତି। ଆଶା କରୁଛି ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଖୁବ୍‌ଶୀଘ୍ର ସମାଧାନ ହୋଇଯିବ।


from Odisha Reporter https://ift.tt/2M22UQI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages