ଚାକିରି କରାଇ ଦେବା ନାଁରେ ଠକେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଚାକିରି କରାଇ ଦେବା ନାଁରେ ଠକେଇ

ବଲାଙ୍ଗିର(ସସ୍ମିତା ସାହୁ): ବିଭିନ୍ନ ଜିଲ୍ଲାର ବେକାର ଯୁବକମାନଙ୍କୁ ଚାକିରି ଦେବାକୁ କହି, ହଜାର ହଜାର ଟଙ୍କା ଲୁଟ କରାଯାଉଛି। ଏହାର ପ୍ରତିବାଦ କଲେ ଯୁବକଙ୍କୁ ନିର୍ଯାତନା ଦିଆଯାଉଛି। ଏପରି ଏକ ସଂଗୀନ ଅଭିଯୋଗ ଆସିଛି ଗ୍ଳେଜ ଇଣ୍ଡିଆ ଟ୍ରେଡିଂ ଲିମିଟେଡ କମ୍ପାନୀ ନାଁରେ।

ବାରମ୍ବାର ଠକେଇ କରୁଥିବା ଏହି କଂପାନୀର ଅସଲ ଚେହେରା ଏବେ ପଦାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ବଲାଙ୍ଗିର ସହରରୁ ଆସିଛି ଏହି ଅଭିଯୋଗ। ଚାକିରି ଦେବା ନାଁରେ ବଲାଙ୍ଗିର ସହରର ରାଜେନ୍ଦ୍ର ପଡାଠାରେ ଥିବା ଗ୍ଳେଜ ଇଣ୍ଡିଆ କମ୍ପାନୀ ଲୋକଙ୍କୁ ଠକୁଥିବା ଟାଉନ ଥାନାରେ ଦୁଇଜଣ ଯୁବକ ଅଭିଯୋଗ କରିଛନ୍ତି।

ଗତ ୨୩ ତାରିଖରେ ଗ୍ଳେଜ ଇଣ୍ଡିଆ କମ୍ପାନୀରେ କାମ କରୁଥିବା ରେଖା ନାମକ ଜଣେ ଯୁବତୀ କଟକ ଜିଲ୍ଳା ବାଙ୍କି ଥାନା ଘସିପୁଟ ଗାଁର ବୈଷ୍ଣବ ପିରୋଇ ଏବଂ ତାଙ୍କ ସାଂଗ ମଣ୍ଟୁ ନାଏକଙ୍କୁ ଚାକିରି କରେଇ ଦେବା ପାଇଁ ଡାକିଥିଲେ । ଉଭୟେ ୨୪ ତାରିଖ ଦିନ ବଲାଙ୍ଗିର ପହଞ୍ଚି ଗ୍ଳେଜ ଇଣ୍ଡିଆ ଅଫିସରରେ ଯଥାରକ୍ରମେ ୮ ହଜାର ଏବଂ ୧୨ ହଜାର ଟଙ୍କା ଦେଇଥିଲେ।

ଉଭୟଙ୍କୁ ଗୋଟିଏ ମାସର ତାଲିମ ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଚାକିରି ବଦଳରେ ଗ୍ଳେଜ ଇଣ୍ଡିଆର ଜିନିଷ ପତ୍ର ବିକ୍ରି କରିବା ପାଇଁ କୁହାଯାଇଥିଲା । ଫଳରେ ଦୁଇ ସାଙ୍ଗ ଘରକୁ ଫେରିଯିବା ପାଇଁ ଚାହିଁଥିଲେ । ଏହା ଜାଣିବା ପରେ କଂପାନୀର କର୍ମଚାରୀ ଉଭୟଙ୍କୁ ଏକ ଘରେ ବନ୍ଦ କରି ରଖିଥିଲେ। ବହୁ ଉଭୟେ ସେଠାରୁ ଖସି ଆସିବା  ପରେ ସ୍ଥାନୀୟ ଯୁବକଙ୍କ ସାହାଯ୍ୟରେ ବଲାଙ୍ଗିର ଟାଉନଥାନାରେ ଅଭିଯୋଗ କରିଛନ୍ତି।

ପୂର୍ବରୁ ୨୦୧୬ ନଭେମ୍ବର ୧୪ ତାରିଖରେ ଏହି କମ୍ପାନୀ ନାଁରେ ଠକେଇ ଅଭିଯୋଗ ହୋଇଥିଲା।  ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକଙ୍କୁ ଚାକିରୀ ଦେବାକୁ କହି ୨୧ ହଜାର ଟଙ୍କା ନେଇ ଠକେଇ କରିଥିବା ନେଇ ଟାଉନଥାନାରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ୫ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ ମଧ୍ୟ କରିଥିଲା।



from Odisha Reporter https://ift.tt/2RdEQhz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages