ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି: ଓଡ଼ିଶାରେ ବିଜେପି ସରକାର ଗଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି: ଓଡ଼ିଶାରେ ବିଜେପି ସରକାର ଗଢ଼ିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡିଆ ଟୁଡେ ଦେଇଥିବା ସର୍ଭେ ରିପୋର୍ଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି, “୨୦୧୯ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି।”

ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଏଠାରେ ଆୟୋଜିତ ‘ଅ’ ଓଡ଼ିଶା ଲିଟେରାରି ଉତ୍ସବରେ ଅତିଥି ଭାବେ ନିଜ ବକ୍ତବ୍ୟ ରଖିବା ବେଳେ ‘ଇଣ୍ଡିଆ ଟୁଡେ’ର ସର୍ଭେକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ଏହା କହିଛନ୍ତି।

‘ମୁଁ ସାଧାରଣ ଗୁଣ୍ଡୁଚି ମୂଷା, ସେ ବାଳିରାଜା’

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦକ୍ଷତା ଓ ବିଶ୍ୱସନୀୟତା ଉପରେ ଓଡିଶାବାସୀଙ୍କ ପୂରା ଭରସା ରହିଛି। ଓଡିଶା ବଡ଼ ପରିବର୍ତ୍ତନ ଆଡେ ମୁହାଁଇଛି। ଓଡିଶାରେ ବିଜେପି ସରକାର କରିବ ଓ ଲୋକସଭା କ୍ଷେତ୍ରରେ ଅଧିକ ଆସନ ହାତେଇବ।”

ସେ କହିଛନ୍ତି, “ଓଡ଼ିଶାବାସୀ ମନ ବଦଳାଇଛନ୍ତି। ଗୋଟିଏ ଦଳକୁ ଜିତାଇବେ। ସେ ହେଉଛି ବିଜେପି। ଆମେ ପ୍ରମୁଖ ବିରୋଧୀ ଦଳ ଭାବେ କାମ କରୁଛୁ। ଓଡିଶାର ନୂଆ ପିଢ଼ି, ମହିଳାମାନେ ନରେନ୍ଦ୍ର ମୋଦି ସରକାର ରାଜ୍ୟରେ ବନାଇବେ। ଏଥିପାଇଁ ନିଷ୍ପତ୍ତି ନେଇସାରିଛନ୍ତି। ରିପୋର୍ଟକୁ ନେଇ ମୁଁ ମୁଖ୍ୟମନ୍ତ୍ରୀ ସହ ତୁଳନୀୟ ନୁହେଁ। ମୁଁ ସାଧାରଣ ଗୁଣ୍ଡୁଚି ମୂଷା, ସେ ବାଳିରାଜା।”

ନବୀନ କେବେ ନିଜ ମତ ଉପରେ ସ୍ଥିର ରହିନାହାନ୍ତି

ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପ୍ରଦୀପ ମହାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ନବୀନ ବାବୁ ହିସାବ ଦିଅନ୍ତୁ, ଦୁର୍ନୀତି ବିରୋଧରେ କେବେ ଲଢ଼ିଥିଲେ। କେବେ କଠିନ ଆଭିମୁଖ୍ୟ ନେଇଛନ୍ତି ଓ କେବେ ନିଜର ମତ ଉପରେ ସ୍ଥିର ରହିଛନ୍ତି। ଯେଉଁମାନଙ୍କୁ ବିଗତ ଦିନରେ ମନ୍ତ୍ରିମଣ୍ଡଳରୁ କାଢ଼ିଛନ୍ତି ବର୍ଷେ କି ଦୁଇବର୍ଷ ମଧ୍ୟରେ ସେମାନଙ୍କୁ ସରକାରଙ୍କୁ ଆଣିଛନ୍ତି। ଆଜି ସେମାନେ ତାଙ୍କ ଦଳର ମୁଖ୍ୟ କାର୍ପଟଦାର ବନିଛନ୍ତି। ଏହା ସୁବିଧାବାଦୀ ରାଜନୀତି।”

ସେ ଆହୁରି କହିଛନ୍ତି, “ଶାସକ ଦଳର ପ୍ରଭାବଶାଳୀ ଲୋକ ଗୁଣ୍ଡାରାଜ କରୁଛନ୍ତି। ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଉଛନ୍ତି। ଏହା ପ୍ରଜାତନ୍ତ୍ରରେ ଗ୍ରହଣୀୟ ନୁହେଁ। ଯଦି ନୈତିକତା ଅଛି ତାହାହେଲେ ସେଭଳି ବ୍ୟକ୍ତିଙ୍କୁ ସରକାରରୁ ତୁରନ୍ତ ବହିଷ୍କାର କରିବାର ଅଛି।”

ବିଜେଡି ନୈତିକ ଦେବାଳିଆ ଦଳ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ବିଜେଡିର ଆସନ୍ତାକାଲି ହେବାକୁ ଥିବା ଆନ୍ଦୋଳନ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, “ବିଜେଡି ଏକ ନୈତିକ ଦେବାଳିଆ ଦଳ। ଯଦି ନୈତିକତା ଅଛି, ବରିଷ୍ଠ ନାଗରିକ ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ ଲେଖିଥିବା ସ୍ତମ୍ଭ ଉପରେ ଉତ୍ତର ଦେବାକୁ ମୁଁ ସରକାରଙ୍କୁ ଆହ୍ୱାନ କରିଛି।”

ସେ ପ୍ରଶ୍ନ କରିଛନ୍ତି ତେଲ ଦରକୁ ନେଇ ରାଜ୍ୟର ଦାୟିତ୍ୱ ଅଛି କି ନାହିଁ ? ରାଜ୍ୟ ସରକାର ଲାଭ ନେଉଛନ୍ତି କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ୨୦୧୪ ମସିହା ସୁଦ୍ଧା ରାଜ୍ୟ ରାଜକୋଷକୁ ପେଟ୍ରୋଲଜାତ ଉତ୍ପାଦନ ସାମଗ୍ରୀ ଉପରୁ ୩୦୦୦ କୋଟିରୁ କମ୍ ଟିକସ ଆସୁଥିଲା। ଏବେ ୭୦୦୦ କୋଟିରୁ ଅଧିକ ରାଜସ୍ୱ ଆସୁଛି। ମୁଖ୍ୟମନ୍ତ୍ରୀ ବିନା ପଢ଼ିକି ଏହାର ଉତ୍ତର ଦେଇପାରିବେ କି ?

ସେ କହିଛନ୍ତି, “ତୈଳଦର ବୃଦ୍ଧି ଲୋକଙ୍କୁ କଷ୍ଟ ଦେଉଛି। ଦାୟିତ୍ୱରୁ ମୁଣ୍ଡ ଖସାଇ କୁମ୍ଭୀର କାନ୍ଦଣା କାନ୍ଦିବାର ଲୋକ ମୁଁ ନୁହେଁ। ତୈଳଦର ହ୍ରାସ ପାଇଁ ଭାରତ ସରକାର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ଆମେ ଏକ୍ସସାଇଜ ଡ୍ୟୁଟି କମାଇବା ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ବିତଣ୍ଡା ଯୁକ୍ତି କରି ଆମେ କ୍ଷତି ସହିଲୁ ବୋଲି କହିଥିଲେ। ସେଭଳି ଦାୟିତ୍ୱହୀନ ଲୋକଙ୍କ କଥାରେ ମନ୍ତବ୍ୟ ଦେବା ଠିକ୍ ନୁହେଁ।”



from Odisha Reporter https://ift.tt/2NciFVK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages