ଏୟାର ଇଣ୍ଡିଆ ବାକି ଖାତାରେ ସରକାରଙ୍କ ୧୧୪୭ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଏୟାର ଇଣ୍ଡିଆ ବାକି ଖାତାରେ ସରକାରଙ୍କ ୧୧୪୭ କୋଟି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ‘ଏୟାର ଇଣ୍ଡିଆ’ ସ୍ଥିତି ସୁଧୁରିବା ନେଇ ଅନିଶ୍ଚିତତା ଲାଗିରହିଛି। କିନ୍ତୁ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଚାର୍ଟାର୍ଡ ବିମାନ ବୁକିଂ ଏବଂ ଅନ୍ୟାନ୍ୟ ଭଡ଼ା ବାବଦକୁ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ଏହି ଋଣଗ୍ରସ୍ତ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀକୁ ୧୧୪୬.୮୬ କୋଟି ଟଙ୍କା ଦେବାର ଅଛି ବୋଲି ବର୍ତ୍ତମାନ ଜଣାପଡ଼ିଛି।

ଆର୍‌ଟିଆଇ ଯୋଗେ ମିଳିଥିବା ଏହି ତଥ୍ୟ ଅନୁଯାୟୀ ଏହି ବିମାନ କମ୍ପାନୀ ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ୨୧୧.୧୭ କୋଟି ଟଙ୍କା, କ୍ୟାବିନେଟ୍‌ ସଚିବାଳୟ ଏବଂ ପିଏମ୍‌ଓର ୫୪୩.୧୮ କୋଟି, ବୈଦେଶିକ ମନ୍ତ୍ରଣାଳୟର ୩୯୨.୩୩ କୋଟି ବାକି ରହିଛି। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଗସ୍ତ ବାବଦକୁ ଏବଂ ଉଦ୍ଧାର କାର୍ଯ୍ୟ ବାବଦକୁ ମଧ୍ୟ ଗତ ଦଶବର୍ଷ ଧରି ଏପରି ବକେୟା ପଡ଼ି ରହିଥିବା ଏଥିରେ ଉଲ୍ଲେଖ ରହିଛି।

ଚଳିତ ବର୍ଷ ମାର୍ଚ୍ଚ ବେଳକୁ ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ଏକ ଉତ୍ତରରେ କୁହାଯାଇଥିଲା ସେହି ବର୍ଷ ଜାନୁଆରୀ ମାସ ସୁଦ୍ଧା ବକେୟା ପରିମାଣ ୩୨୫ କୋଟି ଟଙ୍କା ଥିଲା, ଯାହାକି ବର୍ତ୍ତମାନ ସମସ୍ତ ରେକର୍ଡ ଭାଙ୍ଗି ୧୧୪୬.୮୬ କୋଟିରେ ପହଞ୍ଚିଯାଇଛି। ଭିଭିଆଇପି ଚାର୍ଟାର୍ଡ ବିମାନଗୁଡ଼ିକ ହେଉଛି ଏୟାର ଇଣ୍ଡିଆର ଚାର୍ଟାର୍ଡ ଜେଟ୍‌, ଯେଉଁଗୁଡ଼ିକ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପ୍ରମୁଖ ଭିଭିଆଇପି ବ୍ୟକ୍ତିଙ୍କ ଯାତାୟାତ ପାଇଁ ବ୍ୟବହାର କରାଯାଇଥାଏ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କ୍ୟାବିନେଟ୍‌ ସଚିବାଳୟ ବିଲ୍‌ ଭରି ଥାଆନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ଏୟାର ଇଣ୍ଡିଆ ପ୍ରାୟ ୫୦ ହଜାର କୋଟିର ଋଣରେ ବୁଡ଼ି ରହିଛି।



from Odisha Reporter https://ift.tt/2QlqtXd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages