
ମୁମ୍ବାଇ: ଆମୀର ଖାନ୍ଙ୍କୁ କୁହାଯାଏ ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ୍। କାହିଁକି ନା ଫିଲ୍ମରେ ଚରିତ୍ର ଅନୁସାରେ ସେ ନିଜ ଲୁକ୍ ବଦଳାଇଥାଆନ୍ତି। ‘ଲୁକ୍’ ନେଇ ସେ ଖୁବ୍ ସିରିୟସ୍। ସେହିଭଳି ତାଙ୍କୁ ଗୋଟିଏ ଫିଲ୍ମରେ ସବୁ ପର୍ଫେକ୍ଟ ଦରକାର। ପରଫେକ୍ଟ୍ ସ୍କ୍ରିପ୍ଟ୍, ପରଫେକ୍ଟ୍ ସିନ୍ ଓ ପରଫେକ୍ଟ୍ ଡାଏଲଗ୍।
ତେବେ ତାଙ୍କ ଭଳି ଆକ୍ଟର ଡାଏଲଗ୍ କହିବା ବେଳେ କେବେ ଥତମତ ହୋଇଯାଉଥିବା ଖବର ଆପଣ ଶୁଣିଛନ୍ତି? କିନ୍ତୁ ଏହା ସତ। ଆମୀର ନିଜେ ଏହାର ଖୁଲାସା କରିଛନ୍ତି।
ଆପଣମାନେ ତ ଜାଣିଥିବେ ଆଗକୁ ତାଙ୍କର ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ ଆସୁଛି। ଏଥିରେ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଅଛନ୍ତି। ଏହି ଫିଲ୍ମର ଶୁଟିଂ ବେଳର ଅନୁଭୂତି କହିବାକୁ ଯାଇ ଆମୀର କହିଥିଲେ ଯେ ଅମିତାଭଙ୍କ ସମ୍ମୁଖରେ ତାଙ୍କର ପାଟି ଖୋଲି ନଥିଲା। ସେ ଠିକ୍ ଭାବେ ଡାଏଲଗ୍ କହିପାରୁ ନଥିଲେ।
ସେ କହିଛନ୍ତି,“ମୁଁ ଅମିତାଭ୍ ବଚ୍ଚନଙ୍କର ବହୁତ ବଡ଼ ପ୍ରଶଂସକ। ରିହରସଲ୍ର ପ୍ରଥମ ଦିନରେ ଯେତେବେଳେ ଆମେ ଏକଠି ବସି ପ୍ରାକ୍ଟିସ୍ କରୁଥିଲୁ, ସେ ସମୟଟି ମୋ ପାଇଁ ଖୁବ୍ ଅଦ୍ଭୁଦ ଥିଲା। ମୁଁ ତାଙ୍କ ସମ୍ମୁଖରେ ଠିକ୍ରେ ବସି ବି ପାରୁ ନଥିଲି। ମୁଁ ଠିକ୍ ଭାବେ ଡାଏଲଗ୍ କହିପାରୁ ନଥିଲି। ମୁଁ ଖାଲି ଏଠୁ ସେଠିକି ଦୌଡ଼ୁଥିଲି।”
ଆମୀର କହିଛନ୍ତି ଯେ ଅମିତାଭଙ୍କ ସହିତ ତାଙ୍କର ପ୍ରତ୍ୟେକ ସିନ୍ର ଶୁଟିଂ ଖୁବ୍ ମଜାଦାର ଥିଲା।
ଫିଲ୍ମଟି ଆସନ୍ତା ନଭେମ୍ବର ୭ ତାରିଖରେ ରିଲିଜ୍ ହେବ। ଏଥିରେ କ୍ୟାଟ୍ରିନା କୈଫ୍ ଓ ଫାତିମା ସନା ଶେଖ୍ ବି ଅଛନ୍ତି।
from Odisha Reporter https://ift.tt/2O0Ivxd
No comments:
Post a Comment