ବହିଷ୍କୃତ ଗୁଜରାଟ ପୁଲିସ୍‌ ଅଫିସର୍‌ ସଞ୍ଜୀବ ଭଟ୍ଟ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ବହିଷ୍କୃତ ଗୁଜରାଟ ପୁଲିସ୍‌ ଅଫିସର୍‌ ସଞ୍ଜୀବ ଭଟ୍ଟ ଗିରଫ

ଅହମଦାବାଦ: ଦୀର୍ଘ ୨୨ ବର୍ଷ ତଳେ ଜଣେ ବ୍ୟକ୍ତିଙ୍କୁ ନିଶା କାରବାର ମାମଲାରେ ଫସାଇ ଗିରଫ କରିଥିବା ବହିଷ୍କୃତ ପୁଲିସ୍‌ ଅଫିସର ସଞ୍ଜୀବ ଭଟ୍ଟଙ୍କୁ ଗୁଜରାଟ୍‌ ସିଆଇଡି ଶେଷରେ ଗିରଫ କରିଛି।

ଏହି ଘଟଣାରେ ଶ୍ରୀ ଭଟ୍ଟ ଓ ବାନଶକନ୍ଥା ପୁଲିସ୍‌ ଷ୍ଟେସନ୍‌ରେ କାର୍ଯ୍ୟ କରୁଥିବା ପୂର୍ବତନ ଅଧିକାରୀଙ୍କୁ ଆଜି ମାରାଥନ୍‌ ଜେରା କରାଯାଇଥିଲା। ଦୀର୍ଘ ସମୟର ଜେରା ପରେ ସିଆଇଡି ଶ୍ରୀ ଭଟ୍ଟଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଅଟକ ରଖିଥିବା ଡିଆଇଜି

(ସିଆଇଡି) ଆଶିଷ ଭାଟିଆ ସୂଚନା ଦେଇଛନ୍ତି। ୧୯୯୬ରେ ଶ୍ରୀ ଭଟ୍ଟ ବାନଶକନ୍ଥା ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ତାଙ୍କୁ ୨୦୧୫ରେ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା।

ରିପୋର୍ଟ ଅନୁସାରେ ବାନଶକନ୍ଥା ପୁଲିସ୍‌  ସମରସିଂହ ରାଜପୁରୋହିତଙ୍କୁ ଗିରଫ କରିଥିଲା। ସେ ଜଣେ ଆଇନ୍‌ଜୀବୀ ହୋଇଥିଲେ ହେଁ ପୁଲିସ୍‌ ତାଙ୍କଠାରୁ ୧ କେଜିର ଡ୍ରଗ୍ସ ଜବତ କରିଥିଲା ବୋଲି କହିଥିଲା।

ପାଲନପୁର ଜିଲ୍ଲାରେ ଥିବା ଏକ ହୋଟେଲ ରୁମ୍‌ରୁ ଏହି ଡ୍ରଗ୍ସ ଜବତ ହୋଇଥିଲା ଏବଂ ଏହି ରୁମ୍‌ଟି ଶ୍ରୀ ପୁରୋହିତଙ୍କର ବୋଲି ବାନଶକନ୍ଥା ପୁଲିସ୍‌  ସେ ସମୟରେ କହିଥିଲା। ତେବେ ଜମି ବିବାଦକୁ କେନ୍ଦ୍ର କରି ବାନଶକନ୍ଥା ପୁଲିସ୍‌ ଶ୍ରୀ ପୁରୋହିତଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ରାଜସ୍ଥାନ ପୁଲିସ୍‌ର ଏକ ଟିମ୍‌ ତଦନ୍ତ କରି ଜାଣିବାକୁ ପାଇଥିଲା।

ଏପରି କି ବାନଶକନ୍ଥା ପୁଲିସ୍‌ ରାଜସ୍ଥାନର ପାଲି ସ୍ଥିତ ତାଙ୍କ ଘରୁ ଅପହରଣ କରିନେଇଥିବା ଅଭିଯୋଗ ମଧ୍ୟ ହୋଇଥିଲା।

ରାଜସ୍ଥାନ ପୁଲିସ୍‌ର ତଦନ୍ତ ପରେ ବାନଶକନ୍ଥାର ପୂର୍ବତନ ପୁଲିସ୍‌ ଇନ୍‌ସପେକ୍ଟର୍‌ ଆଇବି ବ୍ୟାସ୍‌ ୧୯୯୯ ମସିହାରେ ଗୁଜରାଟ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଘଟଣାର ତଦନ୍ତ ଦାବି କରିଥିଲେ। କୋର୍ଟ ଏହି ବର୍ଷ ଜୁନ୍‌ ମାସରେ ଘଟଣାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ କାର୍ଯ୍ୟରେ ଦୀର୍ଘ କାଳ ଅନୁପସ୍ଥିତ ରହିବା ଯୋଗୁ କେନ୍ଦ୍ର ସରକାର ୨୦୧୫ରେ ଶ୍ରୀ ଭଟ୍ଟଙ୍କୁ ଚାକିରିରୁ ବହିଷ୍କୃତ କରିଥିଲେ।

ସେ ସର୍ବଦା ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍‌ର ଯୋଗେ



from Odisha Reporter https://ift.tt/2PDlxwu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages