କାର୍‌ରେ ଟେକିନେଇ ଦୁଷ୍କର୍ମ କଲେ… ନିଛାଟିଆ ଜାଗାରେ ଛାଡ଼ିଦେଇ ପଳାଇଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

କାର୍‌ରେ ଟେକିନେଇ ଦୁଷ୍କର୍ମ କଲେ… ନିଛାଟିଆ ଜାଗାରେ ଛାଡ଼ିଦେଇ ପଳାଇଲେ…

lady

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରକ୍ଷକ ସାଜିଲା ଭକ୍ଷକ। କାର୍‌ରେ ଜଣେ ଯୁବତୀଙ୍କୁ ଶୂନ୍‌ଶାନ୍‌ ଜାଗାକୁ ଟେକି ନେଇ ମାଡ଼ ମାରିଲେ। ପରେ ଦୁଷ୍କର୍ମ କରି ବିଚ୍‌ ରାସ୍ତାରେ ଛାଡ଼ି ପଳାଇ ଗଲେ। ଭଦ୍ରକ ଜେଲର୍‌ ଚିନ୍ମୟ ପାତ୍ରଙ୍କ ବିରୋଧରେ ପୁଣି ଆସିଛି ଏମିତି ଭୟଙ୍କର ଅଭିଯୋଗ। କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଅଞ୍ଚଳର ଜଣେ ଯୁବତୀ ଏପରି ଅଭିଯୋଗ ଆଣି ଆଜି ମହିଳା କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି।

ପୂରା ଘଟଣା ଏମିତି। ବଡ଼ବିଲ୍‌ ଅଞ୍ଚଳ ଏହି ଯୁବତୀଙ୍କ ପାଖରୁ ଗତ ମେ’ ମାସରେ ଭୁଲ୍‌ରେ ଏକ ଫୋନ୍‌ କଲ୍‌ ଜେଲର୍‌ ଚିନ୍ମୟ ପାତ୍ରଙ୍କ ପାଖରୁ ଆସିଥିଲା। ଯୁବତୀ ଫୋନ୍‌ ରିସିଭ୍‌ କରିବା ପରେ, ଫୋନ୍‌ କରିଥିବା ଭଦ୍ରଲୋକ ନିଜକୁ ଭଦ୍ରକ ଜେଲର୍‌ ଚିନ୍ମୟ ପାତ୍ର ବୋଲି ପରିଚୟ ଦେଇଥିଲେ। ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା ସମୟରେ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇଥିଲେ ଚିନ୍ମୟ। ତାଙ୍କୁ ମାସିକ ୩୦,୦୦୦ ଟଙ୍କା ଦରମା ଦିଆଯିବ ବୋଲି ସେ କହିଥିଲେ।

ଜୁନ୍‌ ୧ ତାରିଖ ରାତି ୮ଟାରେ ଚିନ୍ମୟ ବଡ଼ବିଲ୍‌ରେ ପହଞ୍ଚିଲେ। ଜବରଦସ୍ତ ଯୁବତୀଙ୍କୁ କାର୍‌ରେ ବସାଇ ବଡ଼ବିଲ୍‌ ଷ୍ଟେସନ୍‌ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ମାଡ଼ ମାରିବା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ସେହି ଶୂନ୍‌ଶାନ୍‌ ଜାଗାରେ ଯୁବତୀଙ୍କୁ ଛାଡ଼ି ପଳାଇ ଯାଇଥିଲେ ଚିନ୍ମୟ। ଗଲାବେଳେ ଯୁବତୀଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ନେଇ ଯାଇଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ଚିନ୍ମୟ। ଏଥିରେ ଭୟଭୀତ ହୋଇଯାଇଥିଲେ ଯୁବତୀ।

ପ୍ରଥମେ ଘଟଣାକୁ ନିଜ ଭିତରେ ଚାପି ରଖିଥିଲେ ଏହି ଯୁବତୀ। ପରେ ସମୟ ଦେଖି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଚିନ୍ମୟ ଜେଲର୍‌ ଅଛନ୍ତି ବୋଲି ଜାଣିବା ପରେ ପରିବାର ଲୋକେ ମଧ୍ୟ ଡରି ଯାଇଥିଲେ। ତେଣୁ ଥାନାରେ ଅଭିଯୋଗ ନକରିବା ପାଇଁ ଝିଅକୁ କହିଥିଲେ।

ସେଥିପାଇଁ ଆଉ ଅଭିଯୋଗ ନକରି ଯୁବତୀ ଜଣକ ଚୁପ୍‌ ହୋଇ ବସିଥିଲେ। ଇତିମଧ୍ୟରେ ବେଳେବେଳେ ଚିନ୍ମୟ ଫୋନ୍‌ କରି ଯୁବତୀଙ୍କୁ ଭଦ୍ରକ ଆସିବା ପାଇଁ ଡାକୁଥିଲେ। ନଆସିବାରୁ ମାରିଦେବାକୁ ଧମକ ଦେଉଥିବା ଯୁବତୀ ଅଭିଯୋଗ କରିଛନ୍ତି।

ଚିନ୍ମୟଙ୍କ ବିରୋଧରେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଆଣିଥିବା ଅଭିଯୋଗର ଖବର ଓଟିଭି ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରଣ ହେବା ପରେ, ଆଜି ବଡ଼ବିଲ୍‌ର ଏହି ଯୁବତୀ ମହିଳା କମିଶନଙ୍କ ପାଖରେ ଅଭିଯୋଗ କରିବାକୁ ଆସିଥିଲେ। ଚିନ୍ମୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।



from Odisha Reporter https://ift.tt/2wKh1W6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages