ଶାପ, ଗୋଧିକୁ ପିସ୍‌ ପିସ୍‌ କରି ଖାଉଛନ୍ତି ଏହି ଯୁବତୀ: ଶୋସାଲ ମିଡିଆରେ ଚହଳ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଶାପ, ଗୋଧିକୁ ପିସ୍‌ ପିସ୍‌ କରି ଖାଉଛନ୍ତି ଏହି ଯୁବତୀ: ଶୋସାଲ ମିଡିଆରେ ଚହଳ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ଜବୀଜନ୍ତୁଙ୍କ ମାଂଶ ଖାଇବା କିଛି ନୂଆ କଥା ନୁହଁ। ରୁଚି ଓ ପସନ୍ଦ ଅନୁସାରେ ମଣିଷ ମାଂଶ ଖାଇଥାଏ। ଅବଶ୍ୟ ଅମ ଦେଶରେ ବନ୍ୟ ଜନ୍ତୁ ଶିକାର ଉପରେ କଟକଣା ରହିଛି। କିନ୍ତୁ ଚାଇନାରେ ତାହା ଉନ୍ମକ୍ତ। ସେଠିକାର ଲୋକମାନେ ସାପ,ବେଙ୍ଗ, କୁକୁର ଯାହା ପାଆନ୍ତି ଖାଆନ୍ତି। ଏହି ଜୀବ ଜନ୍ତୁ ଶିକାର କରିବାର ଭିଡିଓ ଆପଣ  ଡିସ୍‌କଭରି ଚ୍ୟାନେଲ୍‌ କିମ୍ବା ୟୁ-ଟ୍ୟୁବ୍‌ରେ ଦେଖିଥିବେ। କିନ୍ତୁ  ଚାଇନାର ଜଣେ ମହିଳା ଯେମିତି ଢଙ୍ଗରେ ଜୀବ ଜନ୍ତୁଙ୍କୁ ଶିକାର କରି ଖାଉଛନ୍ତି ତାହା ଦେଖିଲେ ଆପଣ ଚକିତ ହୋଇଯିବେ।

ତାଙ୍କ ଖାଇବାର ଶୈଳୀ ସମ୍ପୂର୍ଣ୍ଣ ଅଜବ। କେତେବେଳେ ସେ ଜିଅନ୍ତା ଶାପକୁ ପୋଡ଼ି ଖାଉଛନ୍ତି ତ’ ପୁଣି କେତେବଳେ ତାକୁ ପିସ୍‌ ପିସ୍‌ କରି କାଟି ଖାଉଛନ୍ତି। ଆଉ ସେମିତି ସାପ ଏବଂ ତାହାର ଅଣ୍ଡା ଝିଣ୍ଟିକା, ବୁଢ଼ୀଆଣି, ଘୁଷୁରୀ, ଗୋଧି ଇତ୍ୟାଦିଙ୍କୁ ଶିକାର କରି ଅଦ୍ଭୁତ ଶୈଳୀରେ ରୋଷେଇ କରି ଖାଉଛନ୍ତି। ଯେଉଁ ଭିଡିଓଟି ଏବେ ପ୍ରବଳମାତ୍ରାରେ ସେୟାର ହେବା ସହ କମେଣ୍ଟ ମଧ୍ୟ ଆସୁଛି। ମହିଳା ଜଣକ ସୋଶାଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହେଉଛନ୍ତି।

ଯେଉଁ କମେଣ୍ଟ୍‌ ଗୁଡ଼ିକୁ ପଢ଼ିଲେ ଆପଣ ବି ତାଜୁବ୍‌ ହୋଇଯିବେ। ଆଉ କିଛି କଟାକ୍ଷ ଦେଖିଲେ ଆପଣ ନହସି  ରହିପାରିବେ ନାହିଁ।  ଜଣେ ୟୁଜର୍‌ କହିଛନ୍ତି, “ଯଦି ଏହି ମହିଳାଙ୍କୁ ମୁଁ ଭଲ ପାଏ, ତେବେ ଆମେ ଦୁହେଁ ଆମର ପ୍ରଥମ ଡେଟ୍‌ରେ ଜଙ୍ଗଲକୁ ଯିବୁ ଏବଂ ସେଠାରେ ସାପ ଏବଂ ବେଙ୍ଗ ଖାଇବୁ। ମୁଁ ଭାବୁଛି, ଯହି ମୁଁ ତାଙ୍କ ସହିତ  ‘କେଏଫ୍‌ସି’ ଯିବି ଏବଂ ସେଠାରେ ବାଥ୍‌ରୁମ୍‌ରେ ମହିଳା ଜଣକ ବେଙ୍ଗଟିଏ ଦେଖିବାକୁ ପାଇବେ, ତେବେ କ’ଣ ହେବ। ”
ଅନ୍ୟ ଜଣେ ୟୁଜର୍‌ କହିଛନ୍ତି, ଯଦି ମୋତେ କେହି ହଜାରେ ଡଲାର୍‌ ଦିଏ, ତେବେ ମଧ୍ୟ ଏହି ଝିଅକୁ ବିବାହ କରିବାକୁ ମୁଁ ରାଜି ହେବି ନାହିଁ। ଏହି ଝିଅ ଜଣେ ରାକ୍ଷସୀ।

ଅନ୍ୟ ଜଣେ ୟୁଜର୍‌ କହିଛନ୍ତି, ଏହି ଭିଡିଓକୁ ଦେଖିବା ପରେ ମୁଁ ଶାକାହାରୀ ହୋଇଯାଇଛି ଏବଂ ଖାଦ୍ୟ ଖାଇବାକୁ ଇଚ୍ଛା ହେଉନାହିଁ। ସେହିପରି ଅନ୍ୟ ଜଣେ କହିଛନ୍ତି, କିଛି ଦିନ ପରେ ଝିଅଟି ଏହି ଭିଡିଓ ସବୁକୁ ଶୁଟିଂ କରୁଥିବା କ୍ୟାମେରାମ୍ୟାନ୍‌କୁ ମଧ୍ୟ ଖାଇଯିବ।
ଝିଅଟି କିଙ୍ଗ୍‌ କୋବ୍ରା ସାପକୁ ଖାଇବା ଭିଡିଓକୁ ଦେଖି ଜଣେ ୟୁଜର୍‌ କହିଛନ୍ତି, କିଛି ଦିନ ପରେ ଏହି ଝିଅ ନିଜ ସ୍ୱାମୀଙ୍କୁ ମଧ୍ୟ ଖାଇଯିବ। ଏହି ଝିଅଟିକୁ ମୁଁ ପୋଷା ପ୍ରାଣୀଙ୍କର ଶପ୍‌କୁ ନେବାକୁ ଚାହୁଁଛି, ସେଠାରେ ସେ ମନ ଇଚ୍ଛା ଖାଇବ।  କିଛି ୟୁଜର  ପ୍ରଶଂସା କରି ଏହି ଝିଅକୁ ସାହାସୀ ବୋଲି କରିଛନ୍ତି।



from Odisha Reporter https://ift.tt/2wIRpJq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages