ବ୍ୟାଙ୍କ ଏଜେଣ୍ଟ୍‌ ହତ୍ୟା ପଛରେ ତ୍ରିକୋଣୀୟ ଲଭ୍‌ଷ୍ଟୋରୀ, କେନ୍ଦ୍ରବିନ୍ଦୁରେ ନର୍ସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ବ୍ୟାଙ୍କ ଏଜେଣ୍ଟ୍‌ ହତ୍ୟା ପଛରେ ତ୍ରିକୋଣୀୟ ଲଭ୍‌ଷ୍ଟୋରୀ, କେନ୍ଦ୍ରବିନ୍ଦୁରେ ନର୍ସ!

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ୟାଙ୍କ ଏଜେଣ୍ଟ୍‌ଙ୍କ ହତ୍ୟା ପଛରେ ରହିଛି ତ୍ରିକୋଣୀୟ ଲଭ୍‌ଷ୍ଟୋରୀ। ଆଉ ଏହି ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଣେ ଡାକ୍ତର। ଆଜି ପୁଲିସ ମାଟି ତଳୁ ମୃତଦେହ ଜବତ କରି ଏପରି ସଙ୍କେତ ଦେଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଅଭିଯୁକ୍ତ ଡାକ୍ତର ଫେରାର ଅଛନ୍ତି। ପୁଲିସ୍‌ ଜଣେ ଅଭିଯୁକ୍ତଙ୍କ ବୟାନକୁ ଭିତ୍ତି କରି ଘଟଣାର ତଦନ୍ତକୁ ଜୋରଦାର କରିଛି।
ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଚିକିଲିଗା ଗାଁର ବିଷ୍ଣୁ ପ୍ରସାଦ ଗୌଡ଼ ବ୍ରହ୍ମପୁରରେ ଏକ ବ୍ୟାଙ୍କରେ ଏଜେଣ୍ଟ ଭାବେ କାମ କରନ୍ତି। ପ୍ରତିଦିନ ସେ ଘରୁ ଯିବାଆସିବା କରନ୍ତି। ବେଳେବେଳେ ବ୍ରହ୍ମପୁରରେ ସମ୍ପର୍କୀୟଙ୍କ ଘରେ ରହିଯାଆନ୍ତି।
ସେ ବିବାହିତ ହୋଇଥିବା ସତ୍ତ୍ୱେ ଜଣେ ନର୍ସଙ୍କୁ ଭଲ ପାଉଥିଲେ ବୋଲି ଜଣାପଡ଼ିଛି। ହେଲେ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ନର୍ସଙ୍କୁ ଅଭିଯୁକ୍ତ ଡାକ୍ତର ମଧ୍ୟ ଭଲ ପାଉଥିଲେ। ଯେଉଁଦିନ ଡାକ୍ତର ଜଣକ ସେ ଭଲ ପାଉଥିବା ଏହି ନର୍ସଙ୍କ ଲଭ୍‌ ଷ୍ଟୋରୀ ସମ୍ପର୍କରେ ଜାଣିବାକୁ ପାଇଲେ, ସେବେଠାରୁ ବିଷ୍ଣୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
ଗତ ୧୮ ତାରିଖରେ ବିଷ୍ଣୁ ବ୍ରହ୍ମପୁର ଆସି ଘରକୁ ଫେରିନଥିଲେ। ଏ ସମ୍ପର୍କରେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ପରେ ଅପହରଣ ଅଭିଯୋଗ ଆଣିଥିଲେ ଗୌଡ଼ଙ୍କ ପତ୍ନୀ। ଯାହାକୁ ଆଧାର କରି ପୁଲିସ ଏକ ଅପହରଣ ମାମଲା ମଧ୍ୟ ରୁଜୁ କରିଥିଲା ଏବଂ ଘଟଣାର ତଦନ୍ତ ପାଇଁ ଏକ ୫ ଜଣିଆ ଟିମ୍‌ ଗଠନ କରିଥିଲା।
ଗତକାଲି ଏହି ଅଭିଯୋଗରେ ଗଙ୍ଗା ବେହେରା ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ଜଣେ ଡାକ୍ତର ବିଷ୍ଣୁଙ୍କୁ ହତ୍ୟା କରିଥିବା ସେ ପୁଲିସ ପାଖରେ ସ୍ୱୀକାର କରିଥିଲା। ବିଷ୍ଣୁଙ୍କୁ ଅତି ବୀଭତ୍ସ ଭାବେ ଖଣ୍ଡ ଖଣ୍ଡ କରି କାଟି ଏକ ପଲିଥିନ୍‌ରେ ଗୁଡ଼ାଇ ମାଟି ତଳେ ପୋତି ଦିଆଯାଇଥିଲା।
ଆଜି ପୁଲିସ ବଡ଼ଗୁମୁଳା ଗାଁକୁ ଯାଇ ମାଟି ତଳୁ ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଜବତ କରିଥିଲା। ଶବଟି ବିଷ୍ଣୁଙ୍କର ବୋଲି ପରିବାର ଲୋକେ ଚିହ୍ନଟ ମଧ୍ୟ କରିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛରେ ବ୍ରହ୍ମପୁର ଗାୟତ୍ରୀ କ୍ଲିନିକ୍‌ର ମାଲିକ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଡାକ୍ତର ଏବେ ଫେରାର ହୋଇଯାଇଛନ୍ତି।


from Odisha Reporter https://ift.tt/2xd44Vh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages