ମାଲ୍ୟାଙ୍କ ବିସ୍ଫୋରକ ବୟାନ: କହିଲେ ଭାରତ ଛାଡ଼ିବା ପୂର୍ବରୁ ଜେଟଲୀଙ୍କୁ ଭେଟିଥିଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ମାଲ୍ୟାଙ୍କ ବିସ୍ଫୋରକ ବୟାନ: କହିଲେ ଭାରତ ଛାଡ଼ିବା ପୂର୍ବରୁ ଜେଟଲୀଙ୍କୁ ଭେଟିଥିଲି

ଲଣ୍ଡନ୍‌: ଦେଶର ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ବିଦେଶ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନେଇ ରାଜନୀତିକ ବୟାଜବାଜି ଚାଲିଛି। ହେଲେ ଆଜି ବିଜୟ ମାଲ୍ୟା ଖୋଦ୍‌ ଏହି ନିଆଁରେ ଘିଅ ଢାଳିଛନ୍ତି। ସେ କହିଛନ୍ତି, ଲଣ୍ଡନ ଯିବା ପୂର୍ବରୁ ମୁଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲି। ବ୍ୟାଙ୍କ ଋଣ ସଂକ୍ରାନ୍ତରେ ତାଙ୍କ ସହ ଆଲୋଚନା କରିଥିଲି।
ମ୍ୟାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ବ୍ରିଟେନ୍‌ର ଏକ କୋର୍ଟରେ ଚାଲିଛି। ଆଜି ମାଲ୍ୟା କୋର୍ଟରେ ମଧ୍ୟ ହାଜର ହୋଇଥିଲେ। ଏହି ସମୟରେ ସେ ଜାତୀୟ ଗଣମାଧ୍ୟମ ଏଏନ୍‌ଆଇକୁ ସାକ୍ଷାତକାର ଦେଇ କହିଛନ୍ତି, “ଜେନେଭାରେ କାମ ଥିବାରୁ ମୁଁ ଭାରତ ଛାଡ଼ିଥିଲି। ଭାରତ ଛାଡ଼ିବା ପୂର୍ବରୁ ମୁଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସାକ୍ଷାତ କରିଥିଲି। ବ୍ୟାଙ୍କମାନଙ୍କ ସହ ଋଣକୁ ନେଇ ଯେଉଁ ବିବାଦ ଚାଲିଥିଲା,ସେସଂକ୍ରାନ୍ତରେ ମୁଁ ଜେଟଲୀଙ୍କ ସହ ଆଲୋଚନା କରିଥିଲି। ଏଇଟା ହିଁ ସତ୍ୟ।”
ଜେଟଲୀ ୨୦୧୬ରେ ଅର୍ଥମନ୍ତ୍ରୀ ଥିବା ବେଳେ ମାଲ୍ୟା ଭାରତ ଛାଡ଼ି ଫେରାର ହୋଇଯାଇଥିଲେ।
ଜେଟଲୀଙ୍କ ସହ କ’ଣ ଆଲୋଚନା ହୋଇଥିଲା ବୋଲି ପ୍ରଶ୍ନର ଉତ୍ତର ଦେଇ ମାଲ୍ୟା କହିଛନ୍ତି, ସେ ବିଷୟରେ କହିବାକୁ ମୁଁ ବାଧ୍ୟ ନୁହେଁ।
କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ
ମାଲ୍ୟାଙ୍କ ଏଭଳି ବୟାନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମାଲ୍ୟା କେବଳ ମିଛ କହିବା ଶିଖିଛନ୍ତି। ସେ ଭାରତ ଛାଡ଼ିବା ପୂର୍ବରୁ କାହା ସହ ସାକ୍ଷାତ କରିନାହାନ୍ତି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାଲ୍ୟା ଭାରତ ଛାଡ଼ିବା ଦିନ ସଂସଦକୁ ଆସିଥିଲେ ଏବଂ ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ବ୍ୟସ୍ତ ଥିବାରୁ ମାଲ୍ୟା ନିରାଶ ହୋଇଥିଲେ। ଏହା ପରେ ସେ ଜେଟଲୀଙ୍କୁ କରିଡର୍‌ ପାଖରେ ସାକ୍ଷାତ କରିବା ସହ ତାଙ୍କ ସାଙ୍ଗେ ଆଲୋଚନା କରିଥିଲେ। ତେବେ ଏସଂକ୍ରାନ୍ତରେ ଜେଟଲୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ


from Odisha Reporter https://ift.tt/2x3Ynb8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages