କେନ୍ଦ୍ର-ରାଜ୍ୟ କଳି ଭିତରେ ଫସିଛନ୍ତି ଖାଉଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

କେନ୍ଦ୍ର-ରାଜ୍ୟ କଳି ଭିତରେ ଫସିଛନ୍ତି ଖାଉଟି

fuel price
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର-ରାଜ୍ୟ କଳି ଭିତରେ ଫସି ଯାଇଛନ୍ତି ସାଧାରଣ ଜନତା। ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲର ଦର। ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୮୩ ଟଙ୍କା ୫୪ ପଇସା ଥିବା ବେଳେ ଡିଜେଲ ଦର ରହିଛି ୮୨ଟଙ୍କା ୫ ପଇସା। 
 
ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୯ଟଙ୍କା ୭୬ ପଇସା ଓ ଡିଜେଲ ୭୮ଟଙ୍କା ୩୪ ପଇସା ରହିଛି। ଏଣେ ତେଲ ବଜାରରେ ଲାଗିଥିବା ନିଆଁର ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପଡ଼ିବା ଆଶଙ୍କା ବଢ଼ିଯାଇଛି। ଫଳ, ପନିପରିବା ଓ ଖାଦ୍ୟ ସାମଗ୍ରୀ ଉପରେ ତେଲ ଦରର ପ୍ରଭାବ ପଡ଼ିବାକୁ ଆରମ୍ଭ କଲାଣି।  
 
ବେଲଗାମ ତେଲ ଦର ଉପରେ କେମିତି ଲାଗିବ ଅଂକୁଶ? ଦର ନିୟନ୍ତ୍ରଣ କାହାର ଦାୟିତ୍ୱ? ଏହାକୁ ନେଇ ତେଜିଛି ଆରୋପ ପ୍ରତ୍ୟାରୋପର ରାଜନୀତି। କେନ୍ଦ୍ର କହୁଛି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦ୍ରବ୍ୟର ଦର କମିଲେ ତେଲ ଦର ଆପେ ଆପେ କମିଯିବ। ଏହି ଆଳରେ ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ରାଜି ହେଉନି କେନ୍ଦ୍ର। ଏଣେ ରାଜ୍ୟମାନେ ମଧ୍ୟ ଭ୍ୟାଟ୍‌ ଛାଡିବାକୁ ନାରାଜ୍‌।
 
ତେବେ ନିକଟରେ ରାଜସ୍ଥାନ ସରକାର ଭ୍ୟାଟ୍‌କୁ ୪ ପ୍ରତିଶତ କମାଇଥିବା ବେଳେ ଆନ୍ଧ୍ରପ୍ରଦେଶ ପେଟ୍ରୋଲ ଲିଟର ପିଛା ୨ ଟଙ୍କା କମ୍ କରିଛି। ସେହିପରି ପଶ୍ଚିମବଙ୍ଗ ସରକାର ଆଜି ପେଟ୍ରୋଲ ଦର ଏକ ଟଙ୍କା କମାଇଛନ୍ତି। 
 
ଓଡ଼ିଶା ସରକାର ମଧ୍ୟ ଅନୁରୁପ ପଦକ୍ଷେପ ନେବେ କି? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ରାଜ୍ୟ ସରକାର କମ୍ ଭାଟ୍ ନେଉଥିବା ଯୁକ୍ତି କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। 


from Odisha Reporter https://ift.tt/2CLUfCS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages