ତେଲେଙ୍ଗାନାରେ ମେଣ୍ଟ କଲେ କଂଗ୍ରେସ, ଟିଡିପି ଓ ସିପିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ତେଲେଙ୍ଗାନାରେ ମେଣ୍ଟ କଲେ କଂଗ୍ରେସ, ଟିଡିପି ଓ ସିପିଆଇ

ହାଇଦ୍ରାବାଦ୍‌: ଅନ୍ୟ ରାଜ୍ୟରେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ, ଆନ୍ଧ୍ରପ୍ରଦେଶର କ୍ଷମତାସୀନ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ସିପିଆଇ ଏବେ ତେଲେଙ୍ଗାନାରେ ଏକାଠି ହୋଇଛନ୍ତି। ଏହି ୩ ଦଳ ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି। 
 
ମେଣ୍ଟ ଘୋଷଣା ସହ ୩ ରାଜନୀତିକ ଦଳ ପରବର୍ତ୍ତୀ ନିର୍ବାଚନ ଯାଏ ତେଲେଙ୍ଗାନାରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ ବୋଲି ଦାବି କରିଛନ୍ତି। କିଛି ଦିନ ତେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ବିଧାନସଭାର କାର୍ଯ୍ୟକାଳ ଶେଷ ହେବାର ୧୦ ମାସ ଆଗରୁ ଭାଙ୍ଗିଦେଇ ଥିଲେ। 
ଏନେଇ ସେ ରାଜ୍ୟପାଳଙ୍କୁ ଜଣାଇବା ସହ ଆଗୁଆ ବିଧାନସଭା ନିର୍ବାଚନ ପାଇଁ ପଥ ପରିଷ୍କାର କରିଥିଲେ। ତେବେ ପରବର୍ତ୍ତୀ ନିର୍ବାଚନ ଯାଏ କେସିଆର୍‌ କାମଚଳା ମୁଖ୍ୟମନ୍ତ୍ରୀ ରହିବେ ବୋଲି ରାଜ୍ୟପାଳ ଘୋଷଣା କରିଛନ୍ତି।
 
ଆଜି କଂଗ୍ରେସ, ଟିଡିପି ଓ ସିପିଆଇ ମେଣ୍ଟ କରିବା ପରେ କହିଛନ୍ତି, ଯଦି କେସିଆର୍‌ ପରବର୍ତ୍ତୀ ନିର୍ବାଚନ ଯାଏ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ, ତା’ହେଲେ ଏକ ସ୍ୱଚ୍ଛ ଜନାଦେଶ ତେଲେଙ୍ଗାନାରେ ଦେଖିବାକୁ ମିଳିବ ନାହିଁ। ତେଣୁ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଦରକାର। 
 
ଯଦି  ରାଷ୍ଟ୍ରପତି ଶାସନ ଲାଗୁ ନ ହୁଏ, ତା’ହେଲେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମେଣ୍ଟ ପକ୍ଷରୁ ଆଜି କୁହାଯାଇଛି। କଂଗ୍ରେସ କହିଛି, କେସିଆର୍‌ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି।


from Odisha Reporter https://ift.tt/2MkrsEM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages