ଏଣିକି ଜିଓ ଫୋନ୍‌ରେ ବି ହ୍ୱାଟ୍‌ସ୍‌ଆପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଏଣିକି ଜିଓ ଫୋନ୍‌ରେ ବି ହ୍ୱାଟ୍‌ସ୍‌ଆପ୍‌

ମୁମ୍ବାଇ: ଏଥର ଜିଓ ଫୋନରେ ବି ହ୍ୱାଟ୍‌ସ୍‌ଆପ୍‌ ଉପଲବ୍ଧ ହେବ। ଗ୍ରାହକଙ୍କୁ ଏକ ସରଳ, ଭରସାଯୋଗ୍ୟ ଓ ସୁରକ୍ଷିତ ବ୍ୟବସ୍ଥା ପ୍ରଦାନ କରିବା ଲକ୍ଷ୍ୟରେ jio kaiOS ରେ ଚାଲୁଥିବା ଜିଓ ଫୋନ୍‌ ପାଇଁ ହ୍ୱାଟ୍‌ସ୍‌ଆପ୍‌ ଏକ ନୂତନ ପ୍ରକରଣ ପ୍ରସ୍ତୁତ କରିଛି।

ଆଣ୍ଡ୍ରଏଡ୍‌ ଓ ଆଇଫୋନ୍‌ର ଭର୍ସନ୍‌ ପରେ ଜିଓ ଫୋନ୍‌ ପାଇଁ ମଧ୍ୟ ଡିଜାଇନ୍‌ କରାଯାଇଥିବା ହ୍ୱାଟ୍‌ସ୍‌ଆପ୍‌ରେ ଆଣ୍ଡ୍‌-ଟୁ-ଆଣ୍ଡ୍‌ ଇନ୍‌ସ୍କ୍ରିପ୍‌ସନ୍‌ ରହିଛି। ଏଥିରେ ଆପଣ ମେସେଜ୍‌, ଫଟୋ ଓ ଭିଡିଓ ପଠାଇବା ସହ ରେକର୍ଡିଙ୍ଗ କରି ଭଏସ୍ ମେସେଜ୍ ମଧ୍ୟ ପଠାଇପାରିବେ। କିନ୍ତୁ ଏଥିରେ ଭିଡିଓ କିମ୍ବା ଭଏସ୍‌ କଲ୍‌ର ସୁବିଧା ଦିଆଯାଇନାହିଁ।  ଏଥିପାଇଁ ଗ୍ରାହକଙ୍କୁ କେବଳ ନିଜର ଫୋନ୍‌ ନମ୍ୱର ଭେରିଫାଏ କରିବାକୁ ପଡ଼ିବ। ଏହାଦ୍ୱାରା ଗ୍ରାହକ ହ୍ୱାଟ୍‌ସ୍‌ଆପ୍‌ରେ ଚ୍ୟାଟ୍‌ କରିବା ସହ ଗ୍ରୁପ୍‌ ଚ୍ୟାଟ୍‌ ମଧ୍ୟ କରିପାରିବେ।

ରିଲାଏନ୍‌ସ ଜିଓ ଇନଫୋକମ୍ ଲିମିଟେଡ୍‌ର ନିଦ୍ଦେର୍ଶକ ଆକାଶ ଅମ୍ୱାନୀଙ୍କ କହିବାନୁଯାୟୀ, “ ଅନ୍ୟ ସହ ସଂଯୁକ୍ତ ହୋଇପାରି ନଥିବା ଗ୍ରାହକମାନଙ୍କୁ ସଂଯୁକ୍ତ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ଅନେକ ସହଯୋଗୀଙ୍କ ଉଦ୍ୟମ ଯୋଗୁ ସୃଦୃଢ ହୋଇପାରିଛି ।”

ଜିଓ ଫୋନ୍‌ରେ କିଭଳି ଡାଉନ୍‌ଲୋଡ୍ କରିବେ ହ୍ୱାଟ୍‌ସ୍‌ଆପ୍:

ଜିଓ ଷ୍ଟୋର୍‌ରେ ୧୦ ସେପ୍ଟେମ୍ୱର ୨୦୧୮ରୁ ହ୍ୱାଟ୍‌ସ୍‌ଆପ୍ ଉପଲବ୍ଧ ହେଉଛି । ସେପ୍ଟେମ୍ୱର ୨୦ ୨୦୧୮ ମଧ୍ୟରେ ଏହା ସମସ୍ତ ଜିଓ ଫୋନ୍‌ ଷ୍ଟୋର୍‌ରେ ଉପଲବ୍ଧ ହେବ।

ପ୍ରଥମେ ଆପଣଙ୍କ ଜିଓ ଫୋନ୍‌ର ‘ଜିଓ ଷ୍ଟୋର୍‌’କୁ ଯାଆନ୍ତୁ। ସେଠାରେ ହ୍ୱାଟ୍‌ସ୍‌ଆପ୍‌ର ନୂଆ ଭର୍ସନ୍‌କୁ ସର୍ଚ୍ଚ କରି ଏହାକୁ ନିଜ ଫୋନ୍‌ରେ ଇନ୍‌ଷ୍ଟଲ୍‌ କରନ୍ତୁ। ଯଦି ଆପଣଙ୍କ ଜିଓ ଫୋନ୍‌ରେ ଏହି ଅପ୍‌ଡେଟ୍ ଭର୍ସନ୍‌ ଦିଆଯାଇ ନାହିଁ, ତେବେ ଅପେକ୍ଷା କରନ୍ତୁ, ଖୁବ୍‌ଶୀଘ୍ର ଏହି ସେବା ଆପଣଙ୍କ ଫୋନ୍‌ରେ ଉପଲବ୍ଧ ହେବ।



from Odisha Reporter https://ift.tt/2xfkXhR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages