ମୋଇନ୍‌ ଅଲ୍ଲୀଙ୍କୁ ‘ଓସାମା’ କହି ତାଚ୍ଛଲ୍ୟ କରିଥିଲା ଟିମ୍‌ ଅଷ୍ଟ୍ରେଲିଆ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ମୋଇନ୍‌ ଅଲ୍ଲୀଙ୍କୁ ‘ଓସାମା’ କହି ତାଚ୍ଛଲ୍ୟ କରିଥିଲା ଟିମ୍‌ ଅଷ୍ଟ୍ରେଲିଆ!

ସିଡ୍‌ନୀ: ଇଂଲଣ୍ଡ ଅଲରାଉଣ୍ଡର୍‌ ମୋଇନ୍‌ ଅଲ୍ଲୀଙ୍କୁ ଏକ ମ୍ୟାଚ୍‌ ବେଳେ ଅଷ୍ଟ୍ରେଲିଆର ଖେଳାଳିମାନେ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ ବୋଲି ସମ୍ବୋଧନ କରିଥିଲେ। ଏକଥା ଖୋଦ୍‌ ମୋଇନ୍‌ ସେ ଲେଖିଥିବା ବହିରେ ଉଲ୍ଲେଖ କରିବା ପରେ ଏହାକୁ ନେଇ ହଟଚମଟ ଆରମ୍ଭ ହୋଇଛି। ୨୦୧୫ ମସିହା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆସେଶ୍‌ ସିରିଜ୍‌ ବେଳେ ଏଭଳି ଘଟଣା ଘଟିଥିବା ମୋଇନ୍‌ କହିଛନ୍ତି। ମୋଇନ୍‌ଙ୍କ ଏଭଳି ବୟାନ ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ତା’ର ଇଂଲିଶ ପ୍ରତିପକ୍ଷଠାରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିବା ଜଣାପଡ଼ିଛି।

ମୋଇନ୍‌ ଜଣେ ମୁସଲିମ୍‌ ହୋଇଥିବାରୁ ଅଷ୍ଟ୍ରେଲିଆ ଖେଳାଳିମାନେ ଏଭଳି ବୟାନ ଦେଇଥିବା କୁହାଯାଉଛି। ମୋଇନ୍‌ ତାଙ୍କ ବହିରେ ଲେଖିଛନ୍ତି, ”୨୦୧୫ ଆସେଶ ସିରିଜ୍‌ର କାରଡିଫ୍‌ ଟେଷ୍ଟ୍‌ରେ ମୁଁ ଡେବ୍ୟୁ କରିଥିଲି। ଏହି ସମୟରେ ପଡ଼ିଆରେ ଫିଲ୍ଡିଂ କରିଥିବା ଜଣେ ଅଷ୍ଟ୍ରେଲିଆ ଖେଳାଳି ମୋ ଆଡ଼କୁ ଇଙ୍ଗିତ କରି ଓସାମା ବୋଲି ସମ୍ବୋଧନ କରିଥିଲେ। ଏଭଳି ଶୁଣିବା ପରେ ମୁଁ ବହୁତ ରାଗି ଯାଇଥିଲି।
ଆପଣ ଭଲ ଭାବେ ଜାଣିଛନ୍ତି, ମୁଁ କ୍ରିକେଟ୍‌ ଫିଲ୍ଡ୍‌ରେ ଆଦୌ ରାଗେନାହିଁ। କିନ୍ତୁ ସେଦିନ ମୋତେ ବହୁତ କଷ୍ଟ ଦେଇଥିଲା। ଏକଥା ମୁଁ ଇଂଲିଶ ଟିମ୍‌ର ଏକାଧିକ ଖେଳାଳି ଓ କୋଚ୍‌ ଟ୍ରେଭୋର୍‌ ବେୟାଲିସ୍‌ଙ୍କୁ ଜଣାଇଥିଲି। ସେ ତତ୍କାଳୀନ ଅଷ୍ଟ୍ରେଲିଆ କୋଚ୍‌ ଡାରେନ୍‌ ଲେହେମାନଙ୍କୁ ମଧ୍ୟ ଏ ବିଷୟରେ କହିଥିଲେ। ହେଲେ ଖେଳାଳି ଜଣଙ୍କ ଏପରି କହିନାହାନ୍ତି ବୋଲି ରୋକଠୋକ ମନା କରିଦେଇଥିଲେ। ଖେଳାଳି ଜଣଙ୍କ ଏଭଳି ସମ୍ବୋଧନ ପାଇଁ ପୂରା ମ୍ୟାଚ୍‌ରେ ମୁଁ ରାଗିକି ସବୁ ପ୍ରକାରର ଆଚରଣ କରିଥିଲି।”

ଏହି ମ୍ୟାଚ୍‌ରେ ମୋଇନ୍‌ ୯୨ ରନ୍‌ କରିବା ସହ ୫ଟି ୱିକେଟ୍‌ ହାସଲ କରିଥିଲେ ଏବଂ ଇଂଲଣ୍ଡ ମ୍ୟାଚ୍‌ ସହ ସିରିଜ୍‌ ମଧ୍ୟ କବଜା କରିଥିଲା।

ଶନିବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ ଯଦି ମୋଇନ୍‌ଙ୍କ କଥାରେ ସତ୍ୟତା ରହିଛି, ତା’ହେଲେ ଏହା ସାଂଘାତିକ। ଏ ସମ୍ପର୍କରେ ବୋର୍ଡ ପକ୍ଷରୁ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡକୁ ଜରୁରିକାଳୀନ ଭିତ୍ତିରେ ସ୍ପଷ୍ଟୀକରଣ ମଗାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଅଷ୍ଟ୍ରେଲିଆ ଖେଳାଳିମାନେ ମ୍ୟାଚ୍‌ରେ ଏଭଳି ଅଣଖେଳୁଆଡ଼୍‌ ମନୋଭାବ ପ୍ରଦର୍ଶନ କରିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ ଥର ପ୍ରତିପକ୍ଷ ଟିମ୍‌କୁ ଅଷ୍ଟ୍ରେଲିଆର ଖେଳାଳିମାନେ ତାଚ୍ଛଲ୍ୟ କରିବାର ନଜିର ରହିଛି।



from Odisha Reporter https://ift.tt/2xe1GNY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages