ଦେଖନ୍ତୁ, ଉଚ୍ଚତାକୁ ନେଇ ବିପକ୍ଷ ଦଳର ଖେଳାଳିଙ୍କୁ କେମିତି ତାଚ୍ଛଲ୍ୟ କଲେ ଆମେରିକୀୟ ଫୁଟବଲର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଦେଖନ୍ତୁ, ଉଚ୍ଚତାକୁ ନେଇ ବିପକ୍ଷ ଦଳର ଖେଳାଳିଙ୍କୁ କେମିତି ତାଚ୍ଛଲ୍ୟ କଲେ ଆମେରିକୀୟ ଫୁଟବଲର୍‌

ୱାଶିଂଟନ୍‌: ଫୁଟବଲ୍‌ରେ ସ୍ଲେଜିଂ କିଛି ନୂଆ କଥା ନୁହେଁ। କିନ୍ତୁ ଜଣେ ଖେଳାଳି ନିଜ ଉଚ୍ଚତାକୁ ନେଇ ପ୍ରତିପକ୍ଷ ଦଳର ଜଣେ ଖେଳାଙ୍କୁ ପଡ଼ିଆ ମଝିରେ ତାଚ୍ଛଲ୍ୟ କରିବା ହୁଏତ ଆପଣ କେବେ ଶୁଣି ନଥିବେ କିମ୍ବା ଦେଖି ନଥିବେ।

ହେଲେ ମେକ୍ସିକୋ ଓ ଆମେରିକା ମଧ୍ୟରେ ଚାଲିଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଆମେରିକାର ୬ ଫୁଟ୍‌ ୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ଡିଫେଣ୍ଡର୍‌ ମାଟ୍ଟ ମିଆଜ୍‌ଗା ମେକ୍ସିକୋର ୫ ଫୁଟ୍‌ ୬ ଇଞ୍ଚ୍‌ ଉଚ୍ଚତାର ଖେଳାଳି ୱିଙ୍ଗର୍‌ ଡିଏଗୋ ଲାଇନେଞ୍ଜଙ୍କୁ ପଡ଼ିଆ ମଝିରେ ଉଚ୍ଚତାକୁ ନେଇ ତାଚ୍ଛଲ୍ୟ କରିଛନ୍ତି।

ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ଲାଇନେଞ୍ଜ ଆମେରିକା ଗୋଲ୍‌ପୋଷ୍ଟକୁ ଏକ ବଲ୍‌ ନେଇ ଯାଉଥିଲେ। କିନ୍ତୁ ଏହି ସମୟରେ ମିଆଜ୍‌ଗା ବଲ୍‌ଟିକୁ ଅଟାଇ ଦେଇଥିଲେ ଏବଂ ଲାଇନ୍‌ ଅମ୍ପିୟାର ଅଫ୍‌ସାଇଡ୍‌ ବୋଲି ମଧ୍ୟ କହିଥିଲେ। ତେବେ ମିଆଜାଗ୍‌ଙ୍କଠାରୁ ବଲ୍‌ ଛଡ଼ାଇବାକୁ ଲାଇନେଞ୍ଜ ଚେଷ୍ଟା କରିଥିଲେ। ଏତିକିରେ ମିଆଜାଗ୍‌ ରାଗି ଯାଇ ୧୮ ବର୍ଷୀୟ ଲାଇନେଞ୍ଜଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ସେ ପଡ଼ିଆ ମଝିରେ ନିଜ ଉଚ୍ଚତାକୁ ଲାଇନେଞ୍ଜଙ୍କ ସହ ତୁଳନା କରିଥିଲେ। ନିଜ ଛାତିରେ ହାତ ମାରିବା ସହ ନଇଁ ପଡ଼ି ଲାଇନେଞ୍ଜଙ୍କ ଉଚ୍ଚତା ସହ ନିଜକୁ ସମାନ କରି ଦେଖିବା ଭଳି ଅଭିନୟ କରିଥିଲେ। ଅନ୍ୟ ଖେଳାଳିମାନେ ଉଭୟଙ୍କ ମଧ୍ୟରେ ପ୍ରବେଶ କରି ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ।

ଏହି ଘଟଣାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।



from Odisha Reporter https://ift.tt/2p5uC6h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages