ବିମାନବନ୍ଦରରୁ ଧରାପଡ଼ିଲା ୨୧ ଲକ୍ଷ ଟଙ୍କାର ସୁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ବିମାନବନ୍ଦରରୁ ଧରାପଡ଼ିଲା ୨୧ ଲକ୍ଷ ଟଙ୍କାର ସୁନା

gold
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନା ଚୋରା ଚାଲାଣର ଗଳାବାଟ ପାଲଟୁଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର। ପୁଣି ଥରେ ବିମାନ ବନ୍ଦରରୁ ଧରାପଡିଛି ସୁନା। ଯାହାର ଓଜନ ପ୍ରାୟ ୬୯୦ ଗ୍ରାମରୁ ଅଧିକ ହେବ। ଏହାର ମୂଲ୍ୟ ପ୍ରାୟ ୨୧ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ଟ୍ରଲି ବ୍ୟାଗର ଆଲୁମିନିୟମ ଲାଇନିଂ ଭିତରେ ଲୁଚାଇ ଅଣାଯାଉଥିଲା ସୁନା। କ୍ୱାଲାଲାମ୍ଫୁରରୁ ଆସୁଥିଲା ଏହି ଚୋରା ସୁନା। ଏହି ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ କଷ୍ଟମ ବିଭାଗ ଗିରଫ କରିଛି। ଗିରଫ ସୁନା ବେପାରୀଙ୍କ ଘର ଚେନ୍ନାଇରେ ବୋଲି ଜଣାପଡିଛି।
ପୂର୍ବରୁ ସାର୍ଟ ବୋତାମ, ହାତ କଡା, ପେଷ୍ଟ ଫର୍ମ, ଭ୍ୟାନିଟି ବ୍ୟାଗ, ମଳ ଦ୍ୱାର ଓ ଜୋତା ଭିତରେ ଆସୁଥିଲା ସୁନା। ଏବେ ଆଲୁମିନିୟମ ଲାଇନିଙ୍ଗ ଭିତରେ ଆସୁଥିଲା ସୁନା। ଯାହାକୁ କଷ୍ଟମ ବିଭାଗ ଧରିବାରେ ସଫଳ ହୋଇଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଚୋରା ସୁନା କାରବାର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।


from Odisha Reporter https://ift.tt/2NcWIuH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages