ବିପଦ ସଙ୍କେତ ଟପିଲା ଜଳକା: ବନ୍ୟା ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ବିପଦ ସଙ୍କେତ ଟପିଲା ଜଳକା: ବନ୍ୟା ଆଶଙ୍କା

bals

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଙ୍କେତ ଟପିଛି।

floodମଥାନି ଠାରେ ଏହାର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ୫.୮୦ ମିଟର ଉପରେ ପାଣି ପ୍ରବାହିତ ହେଉଥିଲା। ସକାଳ ୯ଟା ସୁଦ୍ଧା ଏହା ୬.୦୨କୁ ବୃଦ୍ଧି ପାଇଥିଲା।

ବୁଧବାର ମଧ୍ୟରାତ୍ରିରୁ ବର୍ଷା ଲାଗି ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି। ଆହୁରି ଦୁଇ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାହାଦ୍ୱାରା ଏଠାରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।bls

ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ବସ୍ତା ବ୍ଲକ୍‌ର ମଥାନି, ବାହାର୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗଡ଼ିଆ, ଚକୁରାଇ, ଦରଡ଼ା, ଗଡ଼ପଦା ଓ ରାଉତପଡ଼ା ସମେତ  ସଦର ବ୍ଲକ୍‌ର ୨ରୁ୩ଟି ପଞ୍ଚାୟତ ପ୍ରଭାବିତ ବୋଲି ଅନୁମାନ କରାଯାଉଛି।

ଗତକାଲି ବସ୍ତାରେ ୩୨ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।



from Odisha Reporter https://ift.tt/2xCMEAt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages