
ବୌଦ୍ଧ (ଭାର୍ଜନ ପ୍ରଧାନ): ଅସୁସ୍ଥ ଝିଅ ପାର୍ବତୀକୁ ମେଡିକାଲ ନେଉଥିଲେ ବାପା ବାବୁଲା। ସାଥୀରେ ଥିଲେ ବାବୁଲାଙ୍କ ବାପା ଓ ସ୍ତ୍ରୀ। ଏହି ସମୟରେ ଯମଦୂତ ପରି ମାଡ଼ି ଆସୁଥିବା ଟ୍ରକ୍ଟି ଧକ୍କା ଦେଲା ଅଟୋକୁ। ବିଚ୍ ରାସ୍ତାରେ ବାପା, ସ୍ତ୍ରୀ ଓ ଝିଅ ଆଗରେ ଚାଲିଗଲା ବାବୁଲାଙ୍କ ଜୀବନ। ଆଜି ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ବୌଦ୍ଧରେ।
ପୂରା ଘଟଣା ଏମିତି। କାଲେଶ୍ୱର ଗ୍ରାମର ବାବୁଲି ବେହେରା ତାଙ୍କର ୧୪ ବର୍ଷର ଝିଅ ପାର୍ବତୀର ଦେହ ଖରାପ ଥିଲା। ସେଥିପାଇଁ ବାବୁଲା ଏକ ଅଟୋ କରି ପାର୍ବତୀଙ୍କୁ ସୁବର୍ଣ୍ଣପୁର ମେଡିକାଲ୍ ନେଉଥିଲେ। ସାଥୀରେ ଥିଲେ ସ୍ତ୍ରୀ ରୁକ୍ମିଣୀ ଓ ବାପା ବେଣୁଧର ବେହେରା।
୫୭ ନମ୍ୱର ଜାତୀୟ ରାଜପଥ ମହିଶ୍ୱରପିଣ୍ଡାଠାରେ ଅପରାହ୍ନ ଗୋଟାଏ ବେଳେ ଏକ ଟ୍ରକ୍ ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୪୦ ବର୍ଷୀୟ ବାବୁଲି ବେହେରାଙ୍କର ମୃତ୍ୟୁ ଘଟିଥିଲା। ବେଣୁଧର ବେହେରା (୫୫), ରୁକ୍ମିଣୀ ବେହେରା (୩୬), ପାର୍ବତୀ ବେହେରା (୧୪) ଓ ଅଟୋ ଡ୍ରାଇଭର ରୋଇଠାଣି ଗ୍ରାମର ଭରତ ଜେନା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2PYiMqX
No comments:
Post a Comment