
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ଆଜିକାଲି ଆଧୁନିକ ମହିଳାଙ୍କ ମଧ୍ୟରେ ‘ନେଲ୍ ଆର୍ଟ୍’ ବା ନଖକୁ ଚିତ୍ରିତ କରିବାର ଫ୍ୟାଶନ୍ ବଢ଼ିବାରେ ଲାଗିଛି। ମୁହଁ ସହିତ ନିଜ ନଖକୁ ସୁନ୍ଦର କରିବା ପାଇଁ ମହିଳାମାନେ ଏହି ‘ନେଲ୍ ଆର୍ଟ୍’ର ସାହାଯ୍ୟ ନେଇଥା’ନ୍ତି।
ନିକଟରେ ଋଷ୍ର ନେଲ୍ ସନି ନାମକ ଜଣେ ମହିଳା ନିଜ ସେଲୁନ୍ରେ ଏକ ଅଜବ ନେଲ୍ ଡିଜାଇନ୍ କରିଛନ୍ତି। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏହି ସେଲୁନ୍ରେ ସନି ନିଜ ନଖରେ ଏକ୍ରିଲିକ୍ର ଟ୍ୟୁବ୍ ତିଆରି କରି ସେଥିରେ ଜୀବନ୍ତ ଜନ୍ଦା ଛାଡ଼ି ଦିଅନ୍ତି।
ନେଲ୍ ସନି ନିଜ ସେଲୁନ୍ରେ ଜୀବନ୍ତ ଜନ୍ଦାଙ୍କୁ ନେଇ ଏହି ‘ନେଲ୍ ଆର୍ଟ୍’ କରିବା ପରେ ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏହାକୁ ଶେୟାର୍ କରିଛନ୍ତି। ଏହାପରେ ସୋଶାଲ୍ ମିଡିଆର ବହୁ ୟୁଜର୍ସ୍ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
କେତେକ ୟୁଜର୍ସ୍ କହିଛନ୍ତି, “ଏହା କୌଣସି ନେଲ୍ ଡିଡାଇନ୍ ନୁହେଁ। ଆକୃତିରେ ଖୁବ୍ ଛୋଟ ଥିବା ଜନ୍ଦାଗୁଡ଼ିକଙ୍କ ପ୍ରତି ଏହା କ୍ରୁରତା। ଏହାଦ୍ୱାରା ଜନ୍ଦାଗୁଡ଼ିକ ନଖ ଭିତରେ ମରିଯିବେ। ଏହା ଆଦୌ ଉଚିତ୍ କାର୍ଯ୍ୟ ନୁହେଁ।”
କିଛି ଲୋକ ଏହି ‘ନେଲ୍ ଆର୍ଟ୍’କୁ ସମର୍ଥନ ମଧ୍ୟ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, କୀଟ ଏବଂ ପ୍ରାଣୀଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ଅନେକ ଲୋକ ଜନ୍ଦାଗୁଡ଼ିକୁ ନିଜ ଘରେ ମାରି ଦେଇଥା’ନ୍ତି।
ତେବେ ସନି ଏହି ଭିଡିଓ ଶେୟାର୍ କରିବାର କିଛି ସମୟ ପରେ ନିଜ ନଖରୁ ଜନ୍ଦା କାଢ଼ୁଥିବାର ଆଉ ଏକ ଭିଡିଓ ମଧ୍ୟ ଶେୟାର୍ କରିଥିଲେ।
from Odisha Reporter https://ift.tt/2C7zEs5
No comments:
Post a Comment