କିଡ୍‌ନୀରେ ଷ୍ଟୋନ୍‌ ପାଇଁ ଅବ୍ୟର୍ଥ ଉପଚାର, ସିଂହପର୍ଣ୍ଣୀ ଫୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

କିଡ୍‌ନୀରେ ଷ୍ଟୋନ୍‌ ପାଇଁ ଅବ୍ୟର୍ଥ ଉପଚାର, ସିଂହପର୍ଣ୍ଣୀ ଫୁଲ

lion33

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଡ୍‌ନୀରେ ଷ୍ଟୋନ୍ ବା ପଥର ହେବା ଏବେ ଏକ ସାଧାରଣ ରୋଗ ପାଲଟିଛି। ଏହାର ପ୍ରମୁଖ କାରଣ ହେଉଛି, ଅନିୟମିତ ଦିନଚର୍ଯ୍ୟା ଓ ବିଶୃଙ୍ଖଳିତ ଖାଦ୍ୟପାନୀୟ। ଏହା ସହିତ ଏହି ରୋଗ ବଂଶାନୁକ୍ରମିକ କାରଣରୁ ମଧ୍ୟ ହୋଇଥାଏ।
ତେବେ ଖାଦ୍ୟ ଓ ପାନୀୟରେ ଲୁଣ ଓ ଅନ୍ୟ ଖଣିଜ ପଦାର୍ଥର ଅତ୍ୟଧିକ ମାତ୍ରା ଯୋଗୁ ଏଗୁଡ଼ିକ ପରିଶ୍ରାରେ ବାହାରି ନପାରି ଜମାଟ ବାନ୍ଧି କିଡ୍‌ନୀରେ ପଥର ହୋଇ ରହିଯାଏ।  କିଡ୍‌ନୀରେ ଷ୍ଟୋନ୍‌ର ଆକାର ଭିନ୍ନ ଭିନ୍ନ ରହିଥାଏ। କିଛି ଛୋଟ ଗୋଡ଼ି ପରି ହୋଇଥିବା ବେଳେ ଅନ୍ୟ କିଛି ଷ୍ଟୋନ୍‌ର ଆକାର ବଡ଼ ହୋଇଥାଏ। ଛୋଟ ଛୋଟ ଷ୍ଟୋନ୍‌ଗୁଡ଼ିକ ପରିଶ୍ରା ଆକାରରେ ଶରୀରରୁ ବାହାରି ଯାଇଥାଏ, କିନ୍ତୁ ବଡ଼ ଷ୍ଟୋନ୍‌ ବାହାରି ପାରେ ନାହିଁ।kidney-stone

କିଡ୍‌ନୀରେ ଷ୍ଟୋନ୍‌ ହେଲେ, ରୋଗୀ ଏହାର ଅପରେସନ୍‌ କରିବାକୁ ବାଧ୍ୟ ହୋଇଥା’ନ୍ତି। ଅଧିକାଂଶ କ୍ଷେତ୍ରରେ ଅପରେସନ୍‌ ମଧ୍ୟ ସଫଳ ହୋଇ ନଥାଏ। ତେବେ ଏହାର ଘରୋଇ ଓ ପ୍ରାକୃତିକ ଉପଚାର ମଧ୍ୟ ସମ୍ଭବ। ଆଉ କିଡ୍‌ନୀରୁ ଷ୍ଟୋନ୍‌ର ମୂଳୋତ୍ପାଟନ ପାଇଁ ସିଂହପର୍ଣ୍ଣୀ ଫୁଲ ଏକ ଅବ୍ୟର୍ଥ ଉପଚାର।

ଏବେ ଆସନ୍ତୁ ଜାଣିବା, କିଡ୍‌ନୀକୁ ଷ୍ଟୋନ୍‌ମୁକ୍ତ କରିବା ପାଇଁ ସିଂହପର୍ଣ୍ଣୀ ଫୁଲକୁ ଆପଣ କିପରି ବ୍ୟବହାର କରିବେ।

lion211ସିଂହପର୍ଣ୍ଣୀ ଫୁଲର ରସ ଶରୀରରେ ହଜମ ପ୍ରକ୍ରିୟାକୁ ବଢ଼ାଇ ଥାଏ। ଏଥିରେ ଭିଟାମିନ୍‌ ଏ’, ବି’, ସି’, ଡି’ ଏବଂ ପୋଟାସିୟମ୍‌, ଲୌହ ଓ ଜିଙ୍କ୍‌ ଆଦି ରହିଛି। ଆପଣ ତାଜା ସିଂହପର୍ଣ୍ଣୀ ଫୁଲର ରସକୁ ବାହାର କରି ଏହାକୁ ସେବନ କରି ପାରିବେ। ଏହି ଫୁଲର ରସ ପାଟିକୁ କଷା ଲାଗିଥାଏ। ତେଣୁ ସିଂହପର୍ଣ୍ଣୀ ଫୁଲର ରସ ସହିତ କମଳା ଚୋପା, ଅଦା ଏବଂ ସେଓ ମଧ୍ୟ ମିଶାଇ ସେବନ କରି ପାରିବେ। ଆପଣ ଏହି ମିଶ୍ରଣକୁ ଦିନକୁ ୩ରୁ ୪ଥର ପିଇଲେ, କିଡନୀରେ ଥିବା ଷ୍ଟୋନ୍‌ ସଂପୂର୍ଣ୍ଣ ମିଳାଇ ଯାଇ ପରିଶ୍ରାରେ ବାହାରିଯିବ।

ଯଦି ଆପଣଙ୍କୁ ଆଖପାଖରେ ସିଂହପର୍ଣ୍ଣୀ ଫୁଲ ମିଳୁନାହିଁ, ତେବେ ବଜାରରେ ଏହି ଫୁଲର ଚା’ପତି ମିଳୁଛି। ଆପଣ ଏହି ସିଂହପର୍ଣ୍ଣୀ ଫୁଲରେ ପ୍ରସ୍ତୁତ ଚା’କୁ ବ୍ୟବହାର କରିଲେ ମଧ୍ୟ କିଡ୍‌ନୀ ଷ୍ଟୋନ୍‌ରୁ ଆରୋଗ୍ୟ ଲାଭ କରିପାରିବେ।



from Odisha Reporter https://ift.tt/2MztT6r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages