
ଲଣ୍ଡନ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ଟେଷ୍ଟ୍ ସିରିଜ୍ ଶେଷ ହୋଇଛି। ଏହି ସିରିଜ୍କୁ ଭାରତ ୧-୪ରେ ହାରିଥିଲା। ତେବେ ଓଭାଲରେ ଚାଲିଥିବା ଶେଷ ତଥା ୫ମ ଟେଷ୍ଟ୍ର ଦ୍ଵିତୀୟ ଇନିଂସରେ ଟିମ୍ ଇଣ୍ଡିଆର ୱିକେଟ୍ କିପର୍ ରିଷଭ ପନ୍ତ ଶତକ ହାସଲ କରି ଏକ ରେକର୍ଡ କରିଥିଲେ।
ପ୍ରଥମ ଭାରତୀୟ ୱିକେଟ୍ କିପର୍ ଭାବେ ଚତୁର୍ଥ ଇନିଂସରେ ଶତକ ହାସଲ କରିବାରେ ରେକର୍ଡ ହାସଲ କରିଛନ୍ତି ରିଷଭ। ପୂର୍ବରୁ ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୦୭ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ର ୪ର୍ଥ ଇନିଂସ୍ରେ ଅପରାଜିତ ୭୬ ରନ୍ କରିଥିଲେ।
ଏଥିସହ ଇଂଲଣ୍ଡ ଲେଗ୍ ସ୍ପିନର୍ ଆଦିଲ ରଶିଦ୍ଙ୍କୁ ଛକା ମାରି ନିଜର ଟେଷ୍ଟ୍ ଡେବ୍ୟୁ କରିଥିବା ପନ୍ତ ସଂଯୋଗବଶତଃ ସେହି ରଶିଦ୍ଙ୍କୁ ଛକା ମାରି ଶତକ ମଧ୍ୟ ହାସଲ କରିଥିଲେ।
କିନ୍ତୁ ଭାରତ ଏହି ମ୍ୟାଚ୍ଟିକୁ ୧୧୮ ରନ୍ରେ ହାରି ଯାଇଥିବାରୁ, ଏହି ରେକର୍ଡ ପ୍ରତି କେହି ବି ଦୃଷ୍ଟି ଦେଇ ନଥିଲେ। ରିଷଭ ପନ୍ତଙ୍କ ବ୍ୟତୀତ ଉକ୍ତ ମ୍ୟାଚ୍ରେ ଓପନର୍ କେଏଲ୍ ରାହୁଲ ମଧ୍ୟ ଶତକ ହାସଲ କରିଥିଲେ। ରାହୁଲ ୧୪୯ ରନ୍ କରିଥିବା ବେଳେ ପନ୍ତ ୧୧୪ ରନ୍ର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଉଭୟ ୬ଷ୍ଠ ୱିକେଟ୍ ପାଇଁ ୨୦୪ ରନ୍ର ଭାଗିଦାରୀ ମଧ୍ୟ କରିଥିଲେ।

from Odisha Reporter https://ift.tt/2xjTQ4F
No comments:
Post a Comment