ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ: ନିର୍ବାଚନ ପୂର୍ବରୁ ଗୁଗ୍‌ଲି ମାରିଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ: ନିର୍ବାଚନ ପୂର୍ବରୁ ଗୁଗ୍‌ଲି ମାରିଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦୋଷ ଛଡ଼ାଇବା ପାଇଁ, ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପାଇଁ ସଂସଦର ପୂର୍ଣ୍ଣ କ୍ଷମତା ରହିଛି ବୋଲି କହି କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି। ଏହା ସହିତ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗରେ ରାଜ୍ୟ ସରକାର ଚିଠି ଲେଖି ସୁପାରିସ୍‌ କରିବା ଛଡ଼ା ଅନ୍ୟକିଛି ଦାୟିତ୍ୱ ନାହିଁ ବୋଲି ପରୋକ୍ଷରେ ସଙ୍କେତ ଦେବାକୁ ମଧ୍ୟ ପ୍ରୟାସ କରିଛନ୍ତି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗକୁ ନେଇ ସୁବିଧାବାଦୀ ଗୋଟିଚାଳନା କରିଛନ୍ତି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଆଜି ଚିଠି ଲେଖି, ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଉଭୟ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ଥାପନ ପାଇଁ ଦାବି ଜଣାଇଛନ୍ତି।

ଏପରିକି ସଂସଦ ନିଜର ସ୍ୱତନ୍ତ୍ର କ୍ଷମତାକୁ ଉପଯୋଗ କରି, ହାଇକୋର୍ଟର ଏହି ବେଞ୍ଚ୍‌ ସ୍ଥାପନ ଦିଗରେ ପଦକ୍ଷେପ ନେଉ ବୋଲି ନବୀନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନକୁ ନେଇ ପଶ୍ଚିମ ଓଡ଼ିଶାରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ, ଅଗଷ୍ଟ ୬ ତାରିଖରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଥିଲା।

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ କେନ୍ଦ୍ର ସରକାରଙ୍କୁ ଜଣାଇବାର ଆବଶ୍ୟକତା ଥିବା ମଧ୍ୟ ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ଲିଖିତ ପ୍ରଶ୍ନରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ସ୍ପଷ୍ଟ କରିଥିଲେ।

ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଆଜି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସେ ୨୦୧୩ ସେପ୍ଟେମ୍ବର ୨୮ ଓ ୨୦୧୪ ଫେବୃୟାରୀ ୧୩ ତାରିଖରେ  ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗରେ ଚିଠି ଅନୁରୋଧ କରିଥିଲେ। ସେତେବେଳେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଏହି ବେଞ୍ଚ୍‌ ସ୍ଥାପନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଭୟ ଅଞ୍ଚଳରେ ଥିବା ବିଜେଡି ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିଥିଲେ।

ଯଦିଓ ଜଷ୍ଟିସ୍‌ ଯଶବନ୍ତ ସିଂହ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ସର୍ତ୍ତାବଳୀ ଆଧାରରେ ହାଇକୋର୍ଟଠୁ ଦୂରତ୍ୱ ଆଧାରରେ ଏହି ଦୁଇ ଅଞ୍ଚଳରେ ସ୍ଥାୟୀ ବେଞ୍ଚ୍‌ ଗଠନ ସମ୍ଭବ, କିନ୍ତୁ ଜନସଂଖ୍ୟା ଆଧାରରେ ଓଡ଼ିଶାରେ ଗୋଟିଏ ହିଁ ସ୍ଥାୟୀ ବେଞ୍ଚ୍‌ ଗଠନ ହୋଇପାରିବ।

ତେବେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିବା ଚିଠିରେ, ରାଜ୍ୟ ସରକାରଙ୍କ ଦୋଷ ଛଡ଼ାଇବା ପାଇଁ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପାଇଁ ସଂସଦର ପୂର୍ଣ୍ଣ କ୍ଷମତା ରହିଛି ବୋଲି କହି କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି। ଏହା ସହିତ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗରେ ରାଜ୍ୟ ସରକାର ଚିଠି ଲେଖି ସୁପାରିସ୍‌ କରିବା ଛଡ଼ା ଅନ୍ୟକିଛି ଦାୟିତ୍ୱ ନାହିଁ ବୋଲି ପରୋକ୍ଷରେ ସଙ୍କେତ ଦେବାକୁ ମଧ୍ୟ ପ୍ରୟାସ କରିଛନ୍ତି।

ତେବେ ଜଣେ ସମ୍ବିଧାନ ବିଶେଷଜ୍ଞଙ୍କ ମତରେ, ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଅଂଚଳ କିମ୍ବା ସ୍ଥାନର ନାମ ନଦେଇ କେନ୍ଦ୍ର ସରକାରଙ୍କ କାନ୍ଧରେ ବନ୍ଧୁକ ରଖିବାକୁ ଉଦ୍ୟମ କରିଛନ୍ତି।

କେନ୍ଦ୍ର ସରକାର ନିଜ ଇଚ୍ଛାରେ ଯେକୌଣସି ସ୍ଥାନ ବାଛିଲେ ଅନ୍ୟ ଅଂଚଳରେ ଏହାର ପ୍ରତିକ୍ରିୟା ଦେଖାଦେବ ଓ ଯାହା ବିଜେପି ନେତୃତ୍ୱାଧୀନ ସରକାରକୁ ମଧ୍ୟ ମହଙ୍ଗା ପଡ଼ିବ।

ଏସବୁ ଛଡ଼ା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଣିଥରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରସଙ୍ଗକୁ ଆଉକିଛି ମାସ ପାଇଁ ଶୀତଳ ଭଣ୍ଡାରରେ ପକାଇ ରଖିବାକୁ ଉଦ୍ୟମ କରୁଛନ୍ତି। ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ସ୍ଥାପନକୁ ନେଇ ରାଜ୍ୟ ସରକାର ଆନ୍ତରିକତା ପ୍ରଦର୍ଶନ କରିବାକୁ ଚାହୁଁନଥିବା ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2Q1lLi6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages