ଝାରସୁଗୁଡା ବିମାନବନ୍ଦର ସମେତ ୬ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଝାରସୁଗୁଡା ବିମାନବନ୍ଦର ସମେତ ୬ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିର ମିଶନ ୧୨୦କୁ ବଳ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି। ସରକାରୀ କାର୍ଯ୍ୟକ୍ରମ ସହ ତାଳଚେର ଓ ଝାରୁସୁଗୁଡାରେ ୨୦୧୯ ନିର୍ବାଚନ ବିଗୁଲ ଫୁଙ୍କିବେ ମୋଦି। ସାଢେ ୪ ବର୍ଷରେ ଓଡ଼ିଶା ଓ ପୂର୍ବଭାରତ ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ତା’ର ହିସାବ ଦେବେ। ତେବେ ରାଜ୍ୟ ସରକାର ପ୍ରତି କ’ଣ ରହିବ ମୋଦିଙ୍କ ଆଭିମୁଖ୍ୟ, ତାହା ଉପରେ ସମସ୍ତଙ୍କ ନଜର।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ତାଳଚେର ଓ ଝାରସୁଗୁଡାରେ ଜୋରଦାର ପ୍ରସ୍ତୁତି ଚାଲିଛି। ଦୁଇ ସହରରେ ଛାଇ ହୋଇଯାଇଛି ପୋଷ୍ଟର ବ୍ୟାନରରେ। ଝାରସୁଗୁଡା ଏୟାରପୋର୍ଟ ଶ୍ରେୟ ନେବାକୁ ଯେମିତି ତିନି ଦଳ ଭିତରେ ଚାଲିଛି ଲଢେଇ।

ସେପଟେ ତାଳଚେରରେ ଉଡୁଛି ଗେରୁଆ ପତାକା ଓ ଲାଗିଛି ହୋର୍ଡିଂ। ସରକାରୀ କାର୍ଯ୍ୟକ୍ରମ ସହ ମୋଦି ଉଭୟ ତାଳଚେର ଓ ଝାରସୁଗୁଡାରେ ବିକାଶ ସମାବେଶ କରିବେ। ୧୩ ହଜାର କୋଟି ଟଙ୍କାରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସାଙ୍ଗକୁ ଝାରସୁଗୁଡା ଏୟାରପୋର୍ଟର ଲୋକାର୍ପଣ କରିବେ। ତା’ସହ ଆଉ କିଛି ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିବେ।

ତେବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ କ’ଣ ବାର୍ତ୍ତା ଦେବେ ମୋଦି ? ନବୀନ ସରକାର ପ୍ରତି କଣ ରହିବ ଆଭିମୁଖ୍ୟ? କିଛି ମାସ ତଳେ କଟକରେ ନବୀନ ସରକାର ଉପରେ ଜୋରଦାର ବର୍ଷିଥିଲେ ମୋଦି। କୁହାଯାଉଛି ୯ହଜାର ୭ଶହ କୋଟି ଟଙ୍କାର ଏନଟିପିସି ପ୍ରକଳ୍ପ ବାଟରେ ରାଜ୍ୟ ସରକାର ଯେଉଁଭଳି କଣ୍ଟା ସାଜିଛନ୍ତି ସେ କଥା ମଧ୍ୟ ଉଠାଇପାରନ୍ତି ଦଳ।

ଆଭିମୁଖ୍ୟ ଦେଖି ଜବାବ ଦେବୁ: ବିଜେଡି

ରାଜ୍ୟରେ ବିଜେପି ଓ ବିଜେଡି ଆରୋପ ପ୍ରତ୍ୟାରୋପ ଲଢ଼େଇ ଚାଲିଛି। ତେବେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବେଳେ ବିଜେପି ସରକାରଙ୍କୁ ପରୋକ୍ଷରେ ବିଜେଡିର ସମର୍ଥନ ଓ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପରେ ଏବେ ମୋଦିଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛି ବିଜେଡି। ଦଳ କହିଛି, ମୋଦି ଯେମିତି ଆଭିମୁଖ୍ୟ ରଖିବେ, ସେଭଳି ଜବାବ୍ ରଖାଯିବ।

କଂଗ୍ରେସ କହିଛି ଉଭୟ ଦଳ ଏବେ କୋଳାକୋଳି। ମୋଦିଙ୍କ ଓଡ଼ିଶା ଗସ୍ତର କିଛି ପ୍ରଭାବ ପଡ଼ିବନି।

କିଏ କଣ କହୁଛନ୍ତି

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ସାଢ଼େ ୪ ବର୍ଷ କାମ କଲୁ। ଆଜି ତାହାର ହିସାବ ଓଡ଼ିଶାରେ ଦେବୁ। ଯେଉଁ ରାଜ୍ୟ ଏକ ବିରାଟ୍‌ ସାମ୍ୱିଧାନିକ ସଙ୍କଟ ଆଡକୁ ଯାଉଛି, ସେହି ରାଜ୍ୟର ଶାସନକର୍ତ୍ତାଙ୍କ ଅପାରଗତାକୁ ଲୋକେ ବୁଝି ସାରିଲେଣି। ସେମାନଙ୍କ ସହିତ ମୋଦିଙ୍କ ବିକାଶକୁ ତୁଳନା କରାଯାଇପାରିବ ନାହିଁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ମୋଦି ଯାହା କହିବେ, ତାହାର ଉତ୍ତର ରଖିବାର ସାମର୍ଥ୍ୟ ଆମ ପାଖରେ ରହିଛି।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ପ୍ରଧାନମନ୍ତ୍ରୀଙ୍କୁ ଆମେ ସ୍ୱାଗତ କରୁଛୁ। ମାତ୍ର ଓଡ଼ିଶା ପାଇଁ ତାଙ୍କର ଅବଦାନ କ’ଣ ରହିଛି? ଭୁବନେଶ୍ୱରରେ ବିଜେଡି ଓ ବିଜେପି କଳି କରୁଛନ୍ତି। ଦିଲ୍ଲୀରେ କୋଳାକୋଳି ହେଉଛନ୍ତି। ସେମାନେ ଦୁଇ ଭାଇ। ଓଡ଼ିଶା ଲୋକଙ୍କୁ ପ୍ରତାରିତ କରୁଛନ୍ତି।”



from Odisha Reporter https://ift.tt/2MXoDdm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages