ନିଜ ରାଗକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ନିଜ ରାଗକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ

puspa

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ, କ୍ରୋଧ ମଣିଷର ପରମ ଶତ୍ରୁ। ହସିବା ଶରୀର ପାଇଁ ଭଲଦାୟକ ହୋଇଥିବା ବେଳେ ରାଗିବା ଶରୀରର କ୍ଷତି କରିଥାଏ। କଥା କଥାରେ ରାଗିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏପରିକି, କିଛି କ୍ଷଣର ରାଗ ମଣିଷ ଜୀବନର ଗତିପଥକୁ ମଧ୍ୟ ବଦଳାଇ ଦିଏ। ରାଗିବା ସମୟରେ ନିଆଯାଉଥିବା ନିଷ୍ପତ୍ତି ଭବିଷ୍ୟତରେ ଭୁଲ୍‌ ସାବ୍ୟସ୍ତ ହୋଇଥାଏ।

ଆପଣଙ୍କ ଶରୀର ସହ ଜୀବନ ଓ ସଂପର୍କକୁ କ୍ରୋଧ ବା ରାଗିବା ମଧ୍ୟ ପ୍ରଭାବିତ କରିଥାଏ। ଏଣୁ ନିଜ ରାଗକୁ ସବୁବେଳେ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ।
ଆଜି ଆମେ ଆପଣଙ୍କୁ ଏହିପରି ୯ଟି ଉପାୟ କହିବୁ, ଯାହାକୁ ଆପଣାଇଲେ ଆପଣ ନିଜ ରାଗକୁ ନିୟନ୍ତ୍ରଣ କରିପାରିବେ।

ଗଭୀର ନିଃଶ୍ୱାସ ନିଅନ୍ତୁ:
ଯେତେବେଳେ ଆପଣ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଅବା ଆପଣଙ୍କୁ ଚିଡ଼ିଚିଡ଼ା ବା ଅଶାନ୍ତି ଲାଗୁଛି କି ହଠାତ୍‌ ଆପଣଙ୍କ ମନରେ ହଠାତ୍‌ କ୍ରେଧ ଆସୁଛି, ତେବେ ସେହି ସମୟରେ ଗଭୀର ଭାବେ ନିଃଶ୍ୱାସ ନିଅନ୍ତୁ।
puspa5ଏପରି କରିବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଯେତେବେଳେ ଆପଣ ଜୋର୍‌ରେ ନିଃଶ୍ୱାସ ନେଇଥା’ନ୍ତି, ତେବେ ମସ୍ତିଷ୍କରେ ଥିବା ବେଗସ୍‌ ନର୍ଭ ମାଂସପେଶୀକୁ ଢ଼ିଲା କରି ଶାନ୍ତ ରହିବା ପାଇଁ ଶରୀରକୁ ସଙ୍କେତ ଦେଇଥାଏ। ଏଥିରୁ ଅଧିକ ସୁଫଳ ପାଇଁ, ଆପଣ ଦୁଇରୁ ତିନିଥର ଜୋର୍‌ରେ ନିଃଶ୍ୱାସ ନିଅନ୍ତୁ। ଏହି ସମୟରେ ଆପଣ ୧୦ପର୍ଯ୍ୟନ୍ତ ଗଣି ମଧ୍ୟ ନିଃଶ୍ୱାସ ନେଇପାରିବେ।

ଶାରିରୀକ ଗତିବିଧି:
ନିଜର ଭାବନାକୁ ସଠିକ୍‌ ଦିଗ ଦେବା ପାଇଁ ଶାରିରୀକ ଗତିବିଧି ବହୁ ଗୁରୁତ୍ୱପୂର୍ଣ୍ଣ । ଯଦି ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାରେ ଆପଣଙ୍କ ପାଇଁ କୌଣସି ସମସ୍ୟା ହେଉଛି, ତେବେ ସେହିସମୟରେ ଆପଣ ସକାରାତ୍ମକ ଓ ସୃଜନାତ୍ମକ ଶାରୀରିକ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ମନପସନ୍ଦର କିଛି ଖେଳ ଅବା ବ୍ୟାୟାମ କି ଜଗିଙ୍ଗ୍‌ କରନ୍ତୁ । ଏହାଦ୍ୱାରା ଆପଣଙ୍କ ରାଗ ନିୟନ୍ତ୍ରଣ ହୋଇପାରିବ।

ନିଜ ସହିତ କଥା ହୁଅନ୍ତୁ:
puspa4
କେବେ କେବେ ନିଜ ସହିତ କଥା ହେବା ମଧ୍ୟ ଜରୁରୀ । ରାଗିବା ସମୟରେ ଆପଣ ନିଜ ସହ କଥା ହେବା ପାଇଁ ଚେଷ୍ଟା କରନ୍ତୁ ଏବଂ ଏପରି କଥା ହେବାବେଳେ ମନରେ ସକାରାତ୍ମକ ଭାବନା ରଖନ୍ତୁ। ଧୀରେ ଧୀରେ ସବୁ ଠିକ୍‌ ହୋଇଯିବ ଏବଂ ଆପଣ ଏହି ପରିସ୍ଥିତିରୁ ବାହାରି ପାରିବେ ବୋଲି ନିଜକୁ ବିଶ୍ୱାସ ଦିଅନ୍ତୁ। ରାଗିବା ପାଇଁ ଏହା ସେପରି ଏକ ବଡ଼ ବିଷୟ ନୁହେଁ ବୋଲି ନିଜ ମନକୁ କୁହନ୍ତୁ। ସକାରାତ୍ମକ ବିଚାର ଆପଣଙ୍କୁ ଶାନ୍ତ ଏବଂ ଏକାଗ୍ର ଚିତ୍ତ ରହିବାରେ ସାହାଯ୍ୟ କରିଥାଏ।

କାରଣ ଜାଣନ୍ତୁ:
ଯଦି କୌଣସି କଥା ଆପଣଙ୍କୁ ଚିନ୍ତାରେ ପକାଉଛି ବା ଏହାକୁ ନେଇ ଆପଣଙ୍କ ମନରେ କ୍ରୋଧ ଆସୁଛି, ତେବେ ଯଥାଶୀଘ୍ର ଏହାର କାରଣ ଜାଣି ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ସର୍ବଦା ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ ମନରେ କ୍ରୋଧ ବା ରାଗ ଆସିବା ଦ୍ୱାରା ଜୀବନରେ ସମ୍ମାନ, ପ୍ରିୟଜନ, ସାଙ୍ଗ ଏବଂ ଅନେକ ଜିନିଷ ହରାଇବାକୁ ପଡ଼ିଥାଏ।

ଧ୍ୟାନ କରନ୍ତୁ:puspa2
ରାଗ ଲାଗିବା ସମୟରେ କିଛି ସମୟ ପାଇଁ ଧ୍ୟାନରେ ବସିବାକୁ ଚେଷ୍ଟା କରନ୍ତୁ। ‘ଧ୍ୟାନ’ ମାନସିକ ଶାନ୍ତି ଦେବା ସହ ଆପଣଙ୍କ ଭାବନାକୁ ଏକ ସୃଜନାତ୍ମକ ରୂପ ଦେଇଥାଏ। ପ୍ରତିଦିନ ସକାଳେ ୨୦ ମିନିଟ୍‌ ଧ୍ୟାନ କରିବା ଦ୍ୱାରା ଆପଣଙ୍କ ସମୂର୍ଣ୍ଣ ଦିନ ମଧ୍ୟ ଭଲରେ କଟିଥାଏ।

ଗୀତ ଶୁଣନ୍ତୁ:puspa3
ରାଗ ଶାନ୍ତ କରିବା ପାଇଁ ସଙ୍ଗୀତ ଆପଣଙ୍କ ପାଇଁ ଆଉ ଏକ ବଡ଼ ସାଥୀ ରୂପେ କାମ କରିଥାଏ। ଯେତେବେଳେ ଆପଣଙ୍କୁ ଅଧିକ ମାତ୍ରାରେ ରାଗ ଲାଗୁଛି, ସେତେବେଳେ ନିଜ ମନପସନ୍ଦର ଗୀତ ଶୁଣନ୍ତୁ। ଏହା ଦ୍ୱାରା ଆପଣଙ୍କ ମନରୁ ରାଗ ଲାଗୁଥିବା କଥା ଦୂରେଇ ଯିବ।

କ୍ଷମା କରିବା ଶିଖନ୍ତୁ:
ପୁରୁଣା କଥାକୁ ଭୁଲି ନଗଲେ, ଆପଣ ମାନସିକ ଶାନ୍ତି ପାଇପାରିବେ ନାହିଁ। ନିଜର ଭୁଲ୍‌ ପାଇଁ କ୍ଷମା ମାଗିବା ଶିଖନ୍ତୁ ଏବଂ ଅନ୍ୟକୁ ମଧ୍ୟ କ୍ଷମା କରି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲ ରହିବ।

ମନକୁ ମଜବୁତ୍‌ କରନ୍ତୁ:
ରାଗ ଏବଂ ଚିନ୍ତା ଦୂର କରିବା ପାଇଁ କୌଣସି ଔଷଧ ନଖାଇ ନିଜ ମନକୁ ମଜବୁତ୍‌ କରନ୍ତୁ ଏବଂ ନରାଗିବା ପାଇଁ ପ୍ରତିଜ୍ଞା କରନ୍ତୁ। ଆବଶ୍ୟକ ପରିମାଣର ଶୋଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ। ନଶୋଇବା ଦ୍ୱାରା ମନରେ ଚିଡ଼ାପଣ ସୃଷ୍ଟି ହୋଇଥାଏ, ଯେଉଁଥିପାଇଁ ଚିନ୍ତା ବଢ଼ିବା ସହିତ ରାଗ ଲାଗିଥାଏ।

ପରିବାର ସହିତ ସମୟ ବିତାନ୍ତୁ:puspa5
ନିଜର ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ ସବୁବେଳେ ମଧୁର ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ଆଖପାଖର ପରିବେଶକୁ ମଧ୍ୟ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ।

ରାଗ ଲାଗିବା ସମୟରେ ଅଧିକ ଖା’ନ୍ତୁ ନାହିଁ। ଏହା ବ୍ୟତୀତ ନିଜ କାମରୁ କିଛି ସମୟ ପାଇଁ ବିଶ୍ରାମ ନେଇ ଗପସପ କରନ୍ତୁ କିମ୍ୱା ଗେମ୍‌ ଖେଳନ୍ତୁ।



from Odisha Reporter https://ift.tt/2NuQPJv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages