
କିଷନଗଡ଼(ରାଜସ୍ଥାନ): ଏକ ବିୟର୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ କିଭଳି ଏକ ଟୋଲ୍ ପ୍ଲାଜା ଉପରେ ମାଡ଼ି ଯାଇଥିଲା, ତା’ର ଦୃଶ୍ୟ ସାମ୍ନାକୁ ଆସିଛି। ରାଜସ୍ଥାନର କିଷନଗଡ଼ଠାରେ ଥିବା ଟୋଲ୍ ପ୍ଲାଜାରେ ଘଟିଥିବା ଏହି ଘଟଣାଟିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
ଶୁକ୍ରବାର ଦିନ ପ୍ରାୟ ୩ଟା ବେଳେ ଜୟପୁର-ଆଜ୍ମେର ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜାକୁ ଏକ ବିୟର ବୋଝେଇ ଟ୍ରକ୍ ଅତିକ୍ରମ କରୁଥିଲା ବେଳେ ଭାରସାମ୍ୟ ହରାଇ କାଉଣ୍ଟର୍ ଉପରେ ମାଡ଼ି ଯାଇଥିଲା। ଏହି ସମୟରେ ଅନ୍ୟ କାଉଣ୍ଟର୍ରେ ଟିକେଟ୍ କରୁଥିବା ଏକ ଏସ୍ୟୁଭି ଉପରେ ବିୟର୍ ବୋତଲ ସବୁ ପଡ଼ିଯାଇଥିଲା। ଦୁର୍ଘଟଣା ପରେ ଟୋଲ୍ ପ୍ଲାଜାଟି ସଂପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଛି।
ଦେଖନ୍ତୁ ଭିଡିଓ:
from Odisha Reporter https://ift.tt/2O4DyH5
No comments:
Post a Comment