ଏହି ୮ଟି ଉପାୟରେ ଆପଣ ନିଜ୍‌ କାର୍‌ର ମାଇଲେଜ୍‌ ବଢ଼ାଇପାରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଏହି ୮ଟି ଉପାୟରେ ଆପଣ ନିଜ୍‌ କାର୍‌ର ମାଇଲେଜ୍‌ ବଢ଼ାଇପାରିବେ

ତେଲ ଦର ଯେମିତି ହୁ ହୁ ହୋଇ ବୃଦ୍ଧି ପାଉଛି  ଆପଣ ଚାହୁଁଥିବେ କାର୍ ମାଇଲେଜ୍ ଅଧିକ ରହୁ। ଆଜି ଆମେ ଆପଣଙ୍କୁ କହିବୁ ଆପଣ ନିଜ ଗାଡ଼ିର ମାଇଲେଜକୁ କିପରି ଅଧିକ କରିପାରିବେ। ତା’ହାଲେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ କ’ଣ।

୧) ଯେତେବେଳେ ଆପଣ କାର୍‌ରେ ବ୍ରେକ୍ ମାରୁଛନ୍ତି, ତେଲ ଅଧିକ ଖର୍ଚ୍ଚ ହୋଇଥାଏ। ଯେତେ ଅଧିକ ଆପଣ ଏକ୍ସଲରେଟ୍ କରୁଛନ୍ତି ଓ ମୋଟର ଉପରେ ଯେତେ ଚାପ ପଡ଼େ , ସେତେ ଅଧିକ ତେଲ ଖର୍ଚ୍ଚ ହୋଇଥାଏ।

୨) କାର୍‌ ଟାୟାର୍‌ରେ ଭଲ ଭାବେ ହାୱା ଥିବା ଦରକାର। ଟାୟାରରେ ପ୍ରେସର ଠିକ୍‌ ରହିଲେ ଆପଣ ୩ ପ୍ରତିଶତ ପର୍ଯ୍ୟନ୍ତ ଫୁଏଲ୍‌ ବଞ୍ଚାଇପାରିବେ।

୩) ଗାଡ଼ିର ଇଞ୍ଜିନର ଏୟାରଫିଲ୍ଟରକୁ ସମୟ ସମୟରେ ଚେକ୍‌ କରାନ୍ତୁ। କାରଣ ଅପରିଷ୍କାର ଫିଲ୍ଟର ଆପଣଙ୍କ ପକେଟ୍ ଉପରେ ଭାରି ପଡ଼ିପାରେ।  ଏହାଦ୍ୱାରା ଇଞ୍ଜିନର କାର୍ଯ୍ୟ କ୍ଷମତା ପ୍ରଭାବିତ ହୋଇଥାଏ। ଆଖପାଖର ଧୂଳି, ମଳି, ପ୍ରଦୂଷଣ ଇଞ୍ଜିନ ଭିତରେ ପଶିଯାଏ। ତେଣୁ ଏହା ଜାମ୍‌ ହୋଇଯାଏ। ଏହାକୁ ସମୟ ସମୟରେ ସଫା କରାଇନିଅନ୍ତୁ।

୪) ଗାଡ଼ି ସବୁବେଳେ ଧୀରେ ଚଲାନ୍ତୁ। ଯେତେ ଜୋର୍‌ରେ ଗାଡ଼ି ଚଲାଇବେ ସେତେ ଅଧିକ ଲୋଡ଼ ଇଞ୍ଜିନ୍‌ ଉପରେ ପଡ଼ିବ। ସ୍ପିଡ୍‌ ଠିକ୍‌ ରହିଲେ  ଆପଣ ୩୩ ପ୍ରତିଶତ ଫ୍ୟୁଏଲ୍‌ ବଞ୍ଚାଇ ପାରିବେ।

୫) କାର୍‌ର ଝରକା ଖୋଲା ରହିଲେ ଭିତରକୁ ଅଧିକ ପବନ ପିଟି ହେବ। ଫଳରେ ଇଞ୍ଜିନ୍‌ ଉପରେ ଅଧିକ ଚାପ ପଡ଼ିବ। ତେଣୁ  ସବୁବେଳେ ପବନ ବହୁଥିବା ବିପରୀତ ଦିଗରେ ଥିବା କାଚ ଖୋଲିଭା ଭଲ। ଏହା ଦ୍ୱାରା ତେଲ ସଞ୍ଚୟ ହୋଇପାରିବ।

୬)  ଯେତେ ସମ୍ଭବ ଗାଡ଼ିକୁ ଟପ୍‌ ଗିୟର୍‌ରେ ଚଲାଇବାକୁ ଚେଷ୍ଟା କରନ୍ତୁ। ଯେଉଁଠି ତୃତୀୟ ଗିୟର୍‌ରେ ଚଲାଇହେବ ସେଇଠି ଦ୍ୱିତୀୟ ଗିୟର୍‌ରେ ଓ ଯେଉଁଠି ଦ୍ୱିତୀୟ ଗିୟର୍‌ରେ ଚଲାଇହେବ ସେଠି ପ୍ରଥମ ଗିୟର୍‌ରେ ଚଲାନ୍ତୁ ନାହିଁ। କାରଣ ଲୋ ଗିୟର୍‌ରେ ଚଲାଇଲେ ଅଧିକ ତେଲ ଖର୍ଚ୍ଚ ହୋଇଥାଏ।

୭) ଆପଣଙ୍କ କାର୍‌ ଯେତେ ଭାରି ହେବ ଏହାର ମାଇଲେଜ୍ ଉପରେ ସେତେ ଖରାପ ପ୍ରଭାବ ପଡ଼ିବ। ତେଣୁ ଗାଡ଼ିରେ ଅଜଥା ଜିନିଷଗୁଡ଼ିକୁ ଭର୍ତ୍ତି କରନ୍ତୁ ନାହିଁ।

୮) ଯଦି କେଉଁଠି ଠିକ୍‌ ସମୟରେ ପହଞ୍ଚିବାର ଅଛି, ତେବେ ସେହି ରୁଟ୍‌ର ରସ୍‌ ଆୱାର୍‌ ଆରମ୍ଭ ହେବା ୧୦ ମିନିଟ୍‌ ପୂର୍ବରୁ ବାହାରିଯାଆନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଆଉ ତରବରିଆ ଭାବେ ଗାଡ଼ି ଜୋର୍‌ରେ ଚଲାଇ ଯିବାକୁ ପଡ଼ିବ ନାହିଁ କି ଆପଣଙ୍କର ଅଧିକ ପେଟ୍ରୋଲ୍‌ ଖର୍ଚ୍ଚ ହେବ ନାହିଁ।



from Odisha Reporter https://ift.tt/2Mk1L7i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages