ଅଭିନେତା ରାଜକୁମାର ଅପହରଣ ମାମଲା: ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଅଭିନେତା ରାଜକୁମାର ଅପହରଣ ମାମଲା: ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

ଚେନ୍ନାଇ: କନ୍ନଡ ଅଭିନେତା ରାଜକୁମାରଙ୍କ ଅପହରଣ ମାମଲାରେ ଆଜି ତାମିଲନାଡୁର ଗୋବିଛେତିପାଲାୟମ୍‌ କୋର୍ଟ ସମସ୍ତ ୯ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୁଲିସ୍‌ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପ୍ରମାଣ କରିବାରେ ବିଫଳ ହେବାରୁ କୋର୍ଟ ଏଭଳି ରୁଲିଂ ଦେଇଛନ୍ତି।

୨୦୦୦ ମସିହା ଜୁଲାଇ ୩୦ରେ ଅଭିନେତା ରାଜକୁମାରଙ୍କୁ ଜଙ୍ଗଲ ଦସ୍ୟୁ ବିରାପ୍ପାନ୍‌ ଅପହରଣ କରିନେଇଥିବା ଜଣାପଡ଼ିଥିଲା। ରାଜକୁମାର ଥୋଡାକାନଜୁର ସ୍ଥିତ ଫାର୍ମ ହାଉସ୍‌ରେ ରହୁଥିବା ବେଳେ ବିରାପ୍ପାନ୍‌ ତାଙ୍କୁ ଅପହରଣ କରିଥିଲା। ତେବେ ଦୀର୍ଘ ୧୦୮ ଦିନ ପରେ ରାଜକୁମାରଙ୍କୁ ଅପହରଣକାରୀମାନେ ମୁକ୍ତ କରିଥିଲେ।

ପୁଲିସ୍‌ ଏହି ଘଟଣାରେ ବିରାପ୍ପାନ ସମେତ ୧୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ୨୦୦୪ରେ ପୁଲିସ୍‌ ଏନ୍‌କାଉଣ୍ଟରରେ ବିରାପ୍ପାନ୍‌ ସହ ୫ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା।

ଆଜି କୋର୍ଟ ଅନ୍ୟ ୯ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ୍‌ କରିଛନ୍ତି।



from Odisha Reporter https://ift.tt/2IeiVmq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages